ସିଦ୍ଧାର୍ଥ ପବ୍ଲିକ ସ୍କୁଲର ବାର୍ଷିକ ଉତ୍ସବ ସମ୍ପର୍ଣ୍ଣ

0

ସରଣ୍ଡା,23/12(ସଂସ୍କୃତି ମିଡ଼ିଆ ବ୍ୟୁରୋ )- ବରଗଡ଼ ଜିଲ୍ଲା କୁମେଲସିଂଘା ଗ୍ରାମସ୍ଥିତ ସିଦ୍ଧାର୍ଥ ପବ୍ଲିକ ସ୍କୁଲର ବାର୍ଷିକତ୍ସବ ଡିସେମ୍ବର 22ତାରିଖ ଶୁକ୍ରବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇ ଯାଇଛି l ଏହି ଉତ୍ସବରେ ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାର ଶ୍ରୀମତୀ ଯୁଗଳେଶ୍ୱରୀ ଦାଶ ମୁଖ୍ୟ ଅତିଥି ତଥା ଚିପଲିମା ପ୍ରାଣୀଧନ ନିରୀକ୍ଷକ ଶିକ୍ଷଣ କେନ୍ଦ୍ରର ଉପ ନିର୍ଦେଶକ ଡ଼ ଶୋଭନ କୁମାର ନାୟକ ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ l ବିଦ୍ୟାଳୟର ଚେୟାରମ୍ୟାନ ଶ୍ରୀ ଭି ଶ୍ରୀନିବାସ ରାଓ ସଭାରେ ସଭାପତିତ୍ୱ କରିଥିଲେ l ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ଜି ଶ୍ରୀନିବାସ ରାଓ ଓ ପାଠ୍ୟ ନିର୍ଦେଶକ ଶ୍ରୀ ଅସିତ ଅମାନ୍ତ ଯଥାକ୍ରମେ ବାର୍ଷିକ ବିବରଣୀ ଓ ଏକାଡେ଼ମିକ ବିବରଣୀ ପାଠ କରିଥିଲେ l ବିଦ୍ୟାଳୟର ଇଂରାଜୀ ଶିକ୍ଷକ ଶ୍ରୀ ଲକ୍ଷ୍ମୀନାରାୟଣ ମିଶ୍ର ଓ ଶ୍ରୀମତୀ କ୍ରିଷ୍ଣl ଦାଶ ଅତିଥି ପରିଚୟ ପ୍ରଦାନ କରିଥିଲେ l ସ୍କୁଲର ଦଶମ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରୀଛାତ୍ର କୁମାରୀ ସ୍ନେହା ସାହୁ, ସ୍ମୃତି ବଜ୍ରପୁଂଜୀ, ପ୍ରିନ୍ସ ଯାଦବ,ପ୍ରିୟଙ୍କା ପଣ୍ଡା ଓ ରାସେଶ୍ୱରୀ ଆଚାର୍ଯ୍ୟ ସଭାକାର୍ଯ୍ୟ ସମ୍ପାଦନ କରିଥିଲେ l ଏହି ଅବସରରେ ଶ୍ରୀମତୀ କାମିନୀ ଦାଶଙ୍କୁ ଭାଲ୍ଲୁରୀ ରାମଚନ୍ଦ୍ର ରାଓ ପ୍ରତିଭା ସମ୍ମାନରେ ସମ୍ମାନିତ କରାଯାଇଥିବା ବେଳେ ଓ ବିଦ୍ୟାଳୟର ପୁରାତନ ଛାତ୍ରୀ କୁମାରୀ ଶ୍ଵେତାଲିନା ମହାନାଙ୍କୁ ଓଡିଶା ପ୍ରଶାସନିକ ସେବା ପରୀକ୍ଷାରେ ଉଲ୍ଲେଖନୀୟ ସଫଳତାପାଇଁ ସମ୍ମାନିତ କରାଯାଇଥିଲା l ଶ୍ରୀ ଅଭିସାର ଦାଶ ମାନପତ୍ର ପାଠ କରିଥିଲେ l ଦ୍ୱାଦଶ ଶ୍ରେଣୀ ଛାତ୍ରୀ ଜି ଗୀତାଶ୍ରୀ ଏ ବର୍ଷର ଶ୍ରେଷ୍ଠ ବିଦ୍ୟାର୍ଥୀ ପୁରସ୍କାର ଗ୍ରହଣ କରିଥିଲେ l ବିଦ୍ୟାଳୟର ଛାତ୍ରୀଛାତ୍ର ମାନଙ୍କୁ ସେମାନଙ୍କର ସଫଳତାପାଇଁ ପୁରସ୍କୃତ କରାଯାଇଥିଲା ଲ ଶେଷରେ ହିନ୍ଦୀ ଶିକ୍ଷୟିତ୍ରୀ ଶ୍ରୀମତୀ ସୁନିତା ଶର୍ମା ଧନ୍ୟବାଦ ଅର୍ପଣ କରିଥିଲେ l ପିଲାମାନଙ୍କ ଦ୍ୱାରା ଅନେକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା l


Leave a Reply

Your email address will not be published. Required fields are marked *

error: Content is protected !!