ପାହାଡ଼ଶ୍ରିଗିଡା ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ପାଇଁ ଶୁଭସ୍ତମ୍ଭ ସ୍ଥାପିତଘଟିଲା ଅଦ୍ଭୁତ ଘଟଣା, ସ୍ୱତଃ ମିଳିଲା କାଳିଆଙ୍କ ଆଜ୍ଞାମାଲ
ଶୁଭସ୍ତମ୍ଭ ସ୍ଥାପନ ପାଇଁ ଗାଁ ଭାଗବତ ଡୁଙ୍ଗୀରେ ପୂଜା ପାଉଥିବା ଜଗତର ନାଥ ଜଗନ୍ନାଥ ଙ୍କ ପାଖରେ ଆଜ୍ଞା ମାଗିବା ପାଇଁ ପୂଜା ପାଠ ଚାଲିଥିବା ବେଳେ ସ୍ୱତଃ ଭାବେ ଆପେ ଆପେ କାଳିଆ ଠାକୁରଙ୍କ ମସ୍ତକରୁ ପୁଷ୍ପମାଲ ପଡିଥିଲା l ଫଳରେ ଭକ୍ତ ଓ ଗ୍ରାମବାସୀ ଆତ୍ମବିଭୋଳ ହୋଇ ଯାଇ ଜୟ ଜଗନ୍ନାଥ ହରିବୋଲ ଓ ହୁଳହୁଳି ଦେଇ ଥିଲେ l
ସେହି ଆଜ୍ଞାମାଲ ନେଇ ଗ୍ରାମର ଜମିରେ ଯଂଜ୍ଞମଣ୍ଡପ ରେ ପୂଜାପାଠ ହୋମ ମନ୍ତ୍ର ପାଠ କରି ଶୁଭସ୍ତମ୍ଭ ସ୍ଥାପନ କରିଥିଲେ l ପଣ୍ଡିତ ପିକେଶ ପୁରୋହିତ, ନିରଞ୍ଜନ ପାଣିଗ୍ରାହୀ, ଶୌରୀଶଙ୍କର ଶତପଥୀ, ସଚ୍ଚିଦାନନ୍ଦ ମିଶ୍ର ଓ ରବୀନ୍ଦ୍ର ନାଏକ ପୌରହିତ୍ୟ କରିଥିବା ବେଳେ ପାହାଡଶ୍ରୀଗିଡା ଜମିଦାର ପୁରୁଷୋତ୍ତମ ସିଂହ ଓ ତାଙ୍କ ଧର୍ମପତ୍ନୀ ଭୁବନେଶ୍ୱରୀ ସିଂହ କର୍ତ୍ତା ଦାୟିତ୍ୱ ବହନ କରିଥିଲେ l
ଏଥିରେ ଶତାଧିକ ଗ୍ରାମବାସୀଙ୍କ ସମେତ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା କମିଟିର ସଭାପତି ଜିତେନ୍ଦ୍ରୀୟ ମେହେର, ସାଧାରଣ ସମ୍ପାଦକ ରମାକାନ୍ତ ପ୍ରଧାନ, ସହ ସମ୍ପାଦକ ମିଳନ ସେଠ, ରବିକାନ୍ତ ପାତ୍ର, ଉପ ସଭାପତି ଅରବିନ୍ଦ ପାତ୍ର, ବୁଦ୍ଧଦେବ ନନ୍ଦ, ଦିଲିପ ଶର୍ମା, ରାମକୃଷ୍ଣ ସାହୁ, କୋଷାଧକ୍ଷ ପଦ୍ମଲୋଚନ ପଣ୍ଡା, ବୁଠି ସାହୁ, ଚିନ୍ତାମଣି ପଟେଲ ପ୍ରମୁଖ ସହଯୋଗ କରିଥିଲେ l
ଏଠାରେ ସୂଚନା ଯୋଗ୍ୟ ଯେ ଏହି ମନ୍ଦିର ଆସନ୍ତା 2024 ଜାନୁୟାରୀ 28 ରୁ ଫେବୃଆରୀ 1 ତାରିଖ ଯାଏଁ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେବ l ମନ୍ଦିରକୁ 1970 ମସିହାରେ ଜମିଦାର ପୁରୁଷୋତ୍ତମ ସିଂହ ଙ୍କ ପକ୍ଷରୁ ଜମି ଦାନ ପରେ ସ୍ବର୍ଗତ ଶଙ୍କର୍ଷଣ ଦାଶ ନିର୍ମାଣ କାରିଗର ଭାବେ କାର୍ଯ୍ୟ ଆରମ୍ଭ କରିଥିବା ବେଳେ ନୟାଗଡ ର କାରିଗର ପ୍ରମୋଦ ସ୍ୱାଇଁ ନିର୍ମାଣ ଶେଷ କରିଛନ୍ତି l ପାଖାପାଖି ୧ କୋଟି ଟଙ୍କା ବ୍ୟୟ ଅଟକଳ ରେ ନିର୍ମିତ ଏହି ମନ୍ଦିରଟି 55ଫୁଟ ଉଚ୍ଚ ଥିବା ବେଳେ 60*25 ପରିମିତ ଚଉଡା ଜମିରେ ଗଢି ଉଠିଛି l