ଲାଦେରପାଲି ମାତୃପୁରୀ ରେ ଜାତୀୟ ଗଣିତ ଦିବସ ପାଳିତ ଜିଲ୍ଲା

0

ସରଣ୍ଡା,22/12( ସଂସ୍କୃତି ମିଡ଼ିଆ ବ୍ୟୁରୋ)- ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଲାଦରପାଲି ସ୍ଥିତ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ମାତୃପୁରୀ ଠାରେ ଗଣିତଜ୍ଞ ଶ୍ରୀନିବାସ ରାମାନୁଜନଙ୍କ ଜନ୍ମ ଜୟନ୍ତୀ ତଥା ଜାତୀୟ ଗଣିତ ଦିବସ ପାଳନ ହୋଇଯାଇ ଅଛି। ମୁଖ୍ୟ ଅତିଥି ଭାବେ ବିନିକା ବ୍ଲକ୍ ଶିକ୍ଷା ଅଧିକାରୀ ଶ୍ରୀ ଲକ୍ଷ୍ମଣ ମିଶ୍ର ଏହାକୁ ଉଦ୍ଘାଟନ କରିଥିଲେ।ଏହି ଅବସରରେ ଗଣିତ ବିଷୟରେ ଟ୍ୟାଲେଣ୍ଟ ସର୍ଚ୍ଚ , ଜଣା ଅଜଣା କୁଇ ଜ୍ , ଓ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା।ଏଥିରେ ତେଜରାଜ ସାହୁ ଓ ସୌରଭ ଚନ୍ଦନ ପ୍ରଧାନ,ଶ୍ରୀଜିନା ପ୍ରଧାନ ଓ ସିଦ୍ଧିକ୍ ତ୍ରୀପାଠୀ, ଶୁଭଙ୍କର ସାହୁ ଓ ଅର୍ପଣ ଲକ୍ଷ୍ମଣ ଭୋଇ , ଯଥା କ୍ରମେ ପ୍ରଥମ ରୁ ତୃତୀୟ ସ୍ଥାନ ଅଧିକାର କରିଥିଲେ। ଅଧ୍ୟକ୍ଷ ଶ୍ରୀ ଟି କେଲାଲ ଚାନ୍ଦ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ରଥପୁର ବୀରମହାରାଜପୁର ଆଦର୍ଶ ବିଦ୍ୟାଳୟର ଗଣିତ ଶିକ୍ଷୟିତ୍ରୀ ତଥା ମାତୃପୁରୀର ପୂର୍ବତନ ଛାତ୍ରୀ ଶ୍ରୀମତୀ ମଧୁସ୍ମିତା ଚାନ୍ଦ ଯୋଗ ଦେଇ ଛାତ୍ର ଛାତ୍ରୀ ମାନଙ୍କୁ ଗଣିତ ଦିବସର ତାତ୍ପର୍ଯ୍ୟ ବିଷୟ ରେ ଆଲୋଚନା କରିଥିଲେ।ଗଣିତ ବିଭାଗୀୟ ମୁଖ୍ୟ ଶ୍ରୀ ବବ୍ରୁ ବାହନ ମିଶ୍ରଙ୍କ ପରିଚାଳନାରେ ଅନୁଷ୍ଠିତ କାର୍ଯକ୍ରମରେ ସରୋଜ ରଥ,ରାମଚନ୍ଦ୍ର ପ୍ରଧାନ, ସୁନୀଲ ଖମାରୀ, ସୁଦୀପ୍ତ ସାହୁ ,ଯୁଗଳ ସାହୁ,ମାନସ ଭୋଇ , ନିରଞ୍ଜନ ପସାୟେତ ,ରତନ ଦୀପ, ଗଜିନ୍ଦ୍ର ବାଗ,ମିଲନିକା ନନ୍ଦ, ମିନତି ଦାଶ,ତିଳୋତ୍ତମା କର୍ଣ୍ଣ ,ମୋନାଲିସା ବିଶ୍ଵାଳ,ଝସ୍କେତନ୍ ସାହୁ,ପ୍ରମୁଖ ସହଯୋଗ କରିଥିଲେ। ଶେଷରେ ସଂଯୋଜକ ଶ୍ରୀ ଯତୀନ୍ଦ୍ର ପ୍ରଧାନ କୃତଜ୍ଞତା ଜ୍ଞାପନ କରିଥିଲେ।


Leave a Reply

Your email address will not be published. Required fields are marked *

error: Content is protected !!