ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପପଙ୍ଗା ର ତ୍ରୟୋଦଶ ତମ ବାର୍ଷିକ କ୍ରୀଡା ଉତ୍ସବ

0

ଅତାବିରା,22/12-ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପପଙ୍ଗା ଠାରେ ଦୁଇଦିନ ଧରି ତ୍ରୟୋଦଶ ତମ ବାର୍ଷିକ କ୍ରୀଡା ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଅବସର ରେ ଉଦ୍ଘାଟନୀ ଉତ୍ସବ ରେ ଅବସର ପ୍ରାପ୍ତ କ୍ରୀଡା ଶିକ୍ଷକ ମାନନୀୟ ଶ୍ରୀଯୁକ୍ତ ସଚ୍ଚିଦାନନ୍ଦ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଦୀପ ପ୍ରଜ୍ଜ୍ୱଳନ କରି ବାର୍ଷିକ କ୍ରୀଡା ର ଉଦ୍ଘାଟନ କରିଥିଲେ। ବିଦ୍ୟାଳୟ ର ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ଶଙ୍କର୍ଷଣ ମିଶ୍ର ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମକୁ ସୁଶ୍ରୀ ବୀଣାପାଣି ପ୍ରଧାନ ପରିଚାଳନା କରିଥିଲେ। ଶ୍ରୀମାନ ମାନଭଞ୍ଜନ ରଣା ସମେତ ଶିଶୁ ମାନେ ପପଙ୍ଗା କଲୋନୀ ର ଶ୍ରୀ ହନୁମାନ ମନ୍ଦିର ରୁ ମଶାଲ୍ ଆଣି ମଶାଲ୍ ସ୍ଥାପନ କରିଥିଲେ। ଖେଳ ଶିକ୍ଷକ ଶ୍ରୀମାନ ପ୍ରକାଶ ଚନ୍ଦ୍ର ଦଲେଇ ଓ ଶ୍ରୀମାନ ମାନଭଞ୍ଜନ ରଣା ସମେତ ସମସ୍ତ ଗୁରୁଜୀ ଗୁରୁମା ଖେଳ ପରିଚାଳନା କରିଥିଲେ। ପରିଚାଳନା ସମିତି ର କୋଷାଧ୍ୟକ୍ଷ ଶ୍ରୀଯୁକ୍ତ ନାରାୟଣ ଭୋଇ, ସଭାପତି ଶ୍ରୀଯୁକ୍ତ ପ୍ରମୋଦ କୁମାର ମେହେର, ଯୁଗ୍ମ ସମ୍ପାଦକ ଦୀନବନ୍ଧୁ ମେହେର,ସହ ସଭାପତି ସଞ୍ଜୀବ ମହାପାତ୍ର ମଞ୍ଚାସୀନ ଥିଲେ। ପରିଶେଷରେ ଶ୍ରୀମାନ ପ୍ରକାଶ ଚନ୍ଦ୍ର ଦଲେଇ ଧନ୍ୟବାଦ୍ ଅର୍ପଣ କରିଥିଲେ।
ବାର୍ଷିକ କ୍ରୀଡା ର ଉଦ୍ ଯାପନୀ ଉତ୍ସବ ରେ ଦୁଇଦିନ ଧରି ଚାଲିଥିବା ଶିଶୁ ପ୍ରାରମ୍ଭ ଠାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ୍ ୨୦ ଟି ଖେଳ ରେ ଶିଶୁ ମାନେ ଅଂଶଗ୍ରହଣ କରି କୃତିତ୍ୱ ଅର୍ଜନ କରିଥିଲେ। ଶ୍ରୀଯୁକ୍ତ ବିବେକାନନ୍ଦ ପଣ୍ଡା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଶିଶୁ ମାନଙ୍କୁ ମାର୍ଗଦର୍ଶନ ଦେଇ ପୁରସ୍କାର ବିତରଣ କରିଥିଲେ। ଏହି ଅବସରରେ 
ପରିଚାଳନା ସମିତି ର କୋଷାଧ୍ୟକ୍ଷ ଶ୍ରୀଯୁକ୍ତ ନାରାୟଣ ଭୋଇ, ସଭାପତି ଶ୍ରୀଯୁକ୍ତ ପ୍ରମୋଦ କୁମାର ମେହେର, ଉପସଭାପତି ଶ୍ରୀଯୁକ୍ତ ସଞ୍ଜୀବ ମହାପାତ୍ର,, ମୁଖ୍ୟ ବକ୍ତା ଶ୍ରୀଯୁକ୍ତ ରାମଚନ୍ଦ୍ର ସାହୁ ମଞ୍ଚାସୀନ ଥିଲେ ।
ଅତିଥି ମାନେ କୃତି ଶିଶୁ ଭାଇ ଭଉଣୀ ମାନଙ୍କୁ ପୁରସ୍କୃତ କରିଥିଲେ। ମୁଖ୍ୟ ଅତିଥି ଙ୍କ ଦ୍ଵାରା ପତାକା ଅବତରଣ ଓ ଜ୍ୟୋତି ନିର୍ବାପନ କରିଥିଲେ। ପରିଶେଷରେ ସୁଶ୍ରୀ ସୁନିତା ବେହେରା ଧନ୍ୟବାଦ ଅର୍ପଣ କରିଥିଲେ। ବିଦ୍ୟାଳୟ ର ସମସ୍ତ ଗୁରୁଜୀ ଗୁରୁମା, ତଥା ସେବକ ସେଵିକା ଓ ଛାତ୍ରଛାତ୍ରୀ ଙ୍କ ପୂର୍ଣ୍ଣ ସହଯୋଗରେ କାର୍ଯ୍ୟକ୍ରମଟି ସମାପନ ହୋଇଥିଲା।


Leave a Reply

Your email address will not be published. Required fields are marked *

error: Content is protected !!