ଅମଲିପାଲି ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଠାରେ ବାର୍ଷିକ ଉତ୍ସବ – “ଉତ୍ସାହ” ମହାସମାରୋହରେ ପାଳିତ

0

ସରଣ୍ଡା,20/12(ସଂସ୍କୃତି ମିଡ଼ିଆ ବ୍ୟୁରୋ)-ବୁଧବାର ଦିନ ବରଗଡ଼ ଜିଲା ଅତାବିରା ବ୍ଲକ ଅନ୍ତର୍ଗତ ଅମଲିପାଲି ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଠାରେ ବାର୍ଷିକ ଉତ୍ସବ – “ଉତ୍ସାହ” ମହାସମାରୋହରେ ପାଳିତ ହୋଇଯାଇଛି। 
ସଭାରେ ସଭାପତି ଭାବେ ପ୍ରଧାନ ଶିକ୍ଷକ ପ୍ରବୀନା ସୁନା, ସମ୍ମାନୀତ ଅତିଥି ପାହାଡ଼ଶ୍ରୀଗିଡ଼ା କ୍ଲଷ୍ଟର୍ କେନ୍ଦ୍ର ସଂଯୋଜକ ଜୟଦେବ୍ ନାଏକ, ସମ୍ପାଦକ SMC ଅଧ୍ୟକ୍ଷ ଅଶୋକ କୁମାର ସାହୁ, ମୁଖ୍ୟ ବକ୍ତା ଚନ୍ଦ୍ରକାନ୍ତ ସାହୁ, ଅତିଥି ଗଣଙ୍କ ମଧ୍ୟରେ ପାହାଡ଼ଶ୍ରୀଗିଡ଼ା କ୍ଲଷ୍ଟର୍ ର କେନ୍ଦ୍ର ପଣ୍ଡିତ ସୁଶୀଲ କୁମାର ସେଠ୍, ଅବସରପ୍ରାପ୍ତ ସିକ୍ଷକ ପୂର୍ଣ୍ଣଚନ୍ଦ୍ର ଭୋଇ ଓ ମହେନ୍ଦ୍ର ପଧାନ, ପୁରାତନ SMC ଅଧ୍ୟକ୍ଷ ଋଷଭ ନାଏକ, ଡୋଳାମଣି ସାହୁ, ଶ୍ୟାମକୁମର ଭୋଇ ଆଦି ଯୋଗ ଦେଇଥିଲେ। 
ବିଦ୍ୟାଳୟର ଶିକ୍ଷକ କର୍ଣ୍ଣ ପ୍ରଧାନ, ଗୁଣମଣି ଲୁହା, ରବୀନ୍ଦ୍ର ନାଥ ଭୋଇ, ଜିତୁ ମହାନନ୍ଦ, ରିକୁନାଥ ଦାସ, ଶିକ୍ଷୟିତ୍ରୀ ରିତା ପଧାନ, ଗିରିଜା ପ୍ରଧାନ, ସଞ୍ଜୁ ଭୁଏ ଓ ରଞ୍ଜିତା ଭୋଇ ଆଦି ଙ୍କ ଅପ୍ରାଣ ଉଦ୍ୟମ ଉତ୍ସବ କୁ ସାଫଲ୍ୟ ମଣ୍ଡିତ କରିଥିଲା।
ଖେଳରେ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ମହେଶ ଭୁଏ, ଶୃତିମୟୀ ମାଝୀ, ଉତ୍ତମ୍ ମେହେର, ଡୋଲେଶ୍ୱରି ରଣା, ଉତ୍କର୍ଷ ବିଶ୍ଵାଳ, ଅଙ୍କିତା କୁମ୍ଭାର, ଚିନ୍ମୟ ସେଠ୍, ହିମାନି ବିଶ୍ଵାଳ ଚମ୍ପିଆନ୍ ଟ୍ରଫି ପ୍ରଦାନ କରାଯାଇଥିଲା।
HSC ପରୀକ୍ଷା ରେ ବିଦ୍ୟାଳୟ ରେ ଟପ୍ପର ହୋଇଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରେ ପୁଷ୍ପକ କୁମାର ସାହୁ(୨୦୨୨-୨୩), ପୂର୍ଣ୍ଣିମା ଭେଙ୍ଗ୍ରା(୨୦୨୧-୨୨), ହରିପ୍ରୀୟା ସିଂ(୨୦୨0-୨୧) ଙ୍କୁ ସମ୍ମାନୀତ କରାଗଲା। ଗଙ୍ଗାଧର ବିଶ୍ଵବିଦ୍ୟାଳୟରେ ସ୍ନାକୋତ୍ତର ରାଜନୀତି ବିଜ୍ଞାନ ରେ ସ୍ଵର୍ଣ୍ଣ ପଦକ ପାଇଥିବା ପୁରାତନ ଛାତ୍ରୀ ନିକିତା ପ୍ରଧାନଙ୍କୁ ସମ୍ମାନୀତ କରାଗଲା।
ତୁଲାରାମ୍ ପଟେଲ, ମଧୁସୂଦନ ରଣା, ବିଦ୍ୟାଳୟ ପରିଚାଳନା କମିଟି ଓ ଛାତ୍ରଛାତ୍ରୀ ବୃନ୍ଦ ଉତ୍ସବକୁ ସହଯୋଗ କରିଥିଲେ।


Leave a Reply

Your email address will not be published. Required fields are marked *

error: Content is protected !!