ସମନ୍ବିତ ଯୁବ ବିକାଶ କାର୍ଯ୍ୟକ୍ରମ ‘ନୂଆ-ଓ’ ତଦାରଖରେ ଉଚ୍ଚସ୍ତରୀୟ ଅଧିକାରୀ:

0

ସରଣ୍ଡା,19/12(ସଂସ୍କୃତି ମିଡ଼ିଆ ବ୍ୟୁରୋ )-ଅତାବିରା ବ୍ଲକସ୍ଥିତ ଲରମ୍ଭା କଲେଜ ରେ ଅନୁଷ୍ଠିତ ହୋଇଥିବା ସମନ୍ବିତ ଯୁବ ବିକାଶ ‘ନୂଆ-ଓ’ କାର୍ଯ୍ୟକ୍ରମର ସବିଶେଷ ତଥ୍ୟ ସଂଗ୍ରହ ଓ ଉପଯୁକ୍ତ ଧାର୍ଯ୍ୟ କାର୍ଯ୍ୟକ୍ରମର ତଦାରଖ୍ ନିମନ୍ତେ ସୋମବାର ଅପରାହ୍ଣ ସମୟରେ କଲେଜକୁ ଉଚ୍ଚସ୍ତରୀୟ ଅଧିକାରୀମାନେ ଯୋଗ ଦେଇଥିଲେ ।ଏଥିରେ ଉଚ୍ଚଶିକ୍ଷା ନିର୍ଦ୍ଦେଶାଳୟର ଉପ ନିର୍ଦ୍ଦେଶକ ଶ୍ରୀମାନ ରଞ୍ଜନ ଦାଶ ଓ ଜିଲ୍ଲା ନୋଡାଲ ଅଫିସର ଡଃ ଉମେଶ ମହାପାତ୍ର,ଇଂରାଜୀ ପ୍ରାଧ୍ୟାପକ ପଂଚାୟତ କଲେଜ ବରଗଡ ଯୋଗ ଦେଇଥିଲେ । କଲେଜରେ ହୋଇଥିବା ଉଭୟ ଉଚ୍ଚମାଧ୍ୟମିକ ଓ ସ୍ନାତକ ସ୍ତରର ସମସ୍ତ କାଗଜପତ୍ର ତନଖି ସହ କାର୍ଯ୍ୟକ୍ରମ ସମ୍ପର୍କୀୟ ତଥ୍ୟ ପଚାରି ବୁଝିଥିଲେ । କଲେଜ ଅଧ୍ୟକ୍ଷ ଡଃ ପ୍ରମୋଦ କୁମାର ଭୋଇ ସମସ୍ତ ତଥ୍ୟର ଉତ୍ତର ଦାୟିତ୍ବ ଥିବାବେଳେ ସ୍ନାତକ ତତ୍ତ୍ବାବଧାରକ ଡଃ ଦିଗମ୍ବର ଚାନ୍ଦ, ଉଚ୍ଚମାଧ୍ୟମିକ ତତ୍ତ୍ବାବଧାରକ ପ୍ରଫେସର ଅଶୋକ କୁମାର ମହାନ୍ତି, ନୋଡାଲ ଅଫିସର ଶ୍ରୀ ମନରଂଜନ ତ୍ରିପାଠୀ, ଶ୍ରୀ ରବିନ୍ଦ୍ର ନାଏକ, ଶ୍ରୀ ପବିତ୍ର କୁମାର ମାହାଣା, ଶ୍ରୀ ସରୋଜ କୁମାର ନାୟକ, ଡଃ ଶାନ୍ତିଲତା ବାରିକ , ଶ୍ରୀ ଗଣେଶ ସିଂ,ଡଃ ଅଜିତ କୁମାର ନାଥ, ସଂଘମିତ୍ରା ମହାକୁର ସମେତ ଶ୍ରୀଗୋପାଳ ଚନ୍ଦ୍ର ନାୟକ, ଶ୍ରୀ ତୋଷରାଜ ଖମାରୀ , ମନିଷା ବେହେରା, ସୁଧାଂଶୁ ଭୋଇ, ରଜତ ସାହୁ ପ୍ରମୁଖ ସହଯୋଗ କରିଥିଲେ। ଉକ୍ତ ଦିନରେ ଆସିଥିବା ଅଧିକାରୀ ବରଗଡ ଜିଲ୍ଳାର ବିଭିନ୍ନ କଲେଜ ପରିଦର୍ଶନ କରିଥଲେ ।


Leave a Reply

Your email address will not be published. Required fields are marked *

error: Content is protected !!