ଜର୍ଜ ଉଚ୍ଚ ବିଦ୍ୟାଳୟ ବରଗଡ଼ର ୧୯୯୮ ମ୍ୟାଟ୍ରିକ ବ୍ୟାଚ ରୌପ୍ୟ ଜୟନ୍ତୀ ପାଳିତ

0

ବରଗଡ଼,18/12-ରବିବାର ଦିନ ୧୯୯୮ ମସିହାରେ ବରଗଡ଼ ସ୍ଥିତ ଜର୍ଜ ଉଚ୍ଚବିଦ୍ୟାଳୟରୁ ଦଶମ ଶ୍ରେଣୀରେ ଉତ୍ତିନ୍ନ ହୋଇଥିବା ପୁରାତନ ଛାତ୍ର ମାନଙ୍କର ରୌପ୍ୟ ଜୟନ୍ତୀ ବନ୍ଧୁ ମିଳନ ୨୫ ବର୍ଷ ବନ୍ଧୁମିଲନ ଉତ୍ସବ ପାଳିତ ହୋଇଥିଲା ।
ଉକ୍ତ କାର୍ଯ୍ୟକ୍ରମ ବ୍ୟାଚ ର ଦେଶ ବିଦେଶରେ ଚାକିରୀ କରୁଥିବା ବନ୍ଧୁମାନେ ମଧ୍ୟ ଯୋଗ ଦେଇଥିଲେ। ଉତ୍ସର୍ଵରେ ୬୫ ଜଣ ଛାତ୍ର ଯୋଗ ଦେଇଥିଲେ। ବନ୍ଧୁମିଲନ ଉତ୍ସବରେ ପୁରାତନ ଛାତ୍ର ନବକିଶୋର ପାଣିଗ୍ରାହୀଙ୍କ ସଂଯୋଜନା ରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ସଭା ପ୍ରାରମ୍ଭରେ ବିଗତ ବର୍ଷରେ ଦେହାନ୍ତ ହୋଇଥିବା ଦୁଇଟି ବନ୍ଧୁଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହିତ ତାଙ୍କପାଇଁ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ସମସ୍ତ ଛାତ୍ର ୨୫ ବର୍ଷ ପୂର୍ତ୍ତି ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଅଭିନନ୍ଦନ ଜଣାଇବା ସହିତ କେକ କାଟି ଖୁସି ମନାଇଥିଲେ।
ସଭାରେ ଯୋଗ ଦେଇଥିବା ପୁରାତନ ଛାତ୍ରମାନେ ଜର୍ଜ ହାଇସ୍କୁଲ ର ସତବାର୍ଷିକୀ ସମାରୋହ ପାଇଁ ଆସନ୍ତା ଜାନୁଆରୀ ୦୬ ଏବଂ ୦୭ ୨୦୨୪ ରେ ପାଳନ କରିବା ପାଇଁ ତାରିଖ ନେଇଥିବା ନିଷ୍ପତ୍ତି କୁ ସ୍ୱାଗତ କରାଯାଇଥିଲା ଏବଂ କାର୍ଯ୍ୟକ୍ରମ କୁ ସଫଳ ରୂପାୟନ ଦେବା ପାଇଁ 98 ବ୍ୟାଚର ଆହୁରି ବନ୍ଧୁଙ୍କ ସହିତ ଯୋଗାଯୋଗ କରି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ସଫଳ କରିବା ପାଇଁ ମତ ପ୍ରକାଶ ପାଇଥିଲା।
ଆଗାମୀ ଦିନରେ ସ୍କୁଲର ବିକାଶ ଏବଂ ସ୍କୁଲ ଖେଳ ପଡିଆକୁ କିପରି ଅସାମାଜିକ ବ୍ୟକ୍ତିଙ୍କ ଠାରୁ ସୁରକ୍ଷା ଦିଆଯିବ ସେନେଇ ବ୍ୟବସ୍ଥା ଗ୍ରହଣ କରାଯିବ, ତା ପାଇଁ ମଧ୍ୟ ଜିଲ୍ଲା ପ୍ରଶାସନ ନିକଟରେ ବ୍ୟାଚ ତରଫରୁ ଦାବି ପୂରଣ କରିବା ଲାଗି ଦାବି ପତ୍ର ପ୍ରଦାନ କରାଯିବାର ନିଷ୍ପତ୍ତି ନିଆଯାଇଛି।
ଉକ୍ତ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ବନ୍ଧୁମାନେ ହେଲେ ସର୍ବଶ୍ରୀ ମାନସ, ତୋଫାନ, ବିଚିତ୍ର, ବିଶ୍ୱ, ବାଳକୃଷ୍ଣ, ଜିତେନ୍ଦ୍ର, ବାଲମୁକୁନ୍ଦ, ଚନ୍ଦ୍ରଶେଖର, ଅବନୀ, ଶଙ୍କର, ସୁମନ, ଜୟନ୍ତ, ଜୟପ୍ରକାଶ, ମନୋଜ, ଛାୟାକାନ୍ତ, ପ୍ରହଲ୍ଲାଦ, ସୁରଥ, ଅଜୟ, ଶ୍ରୀକାନ୍ତ, ମଧୁସୂଦନ, ସୁଜିତ, ଇନ୍ଦ୍ର, ଅସୀମ, ବିକାଶ, ସନ୍ୟାସ, ଅରୁଣ, ବିନୟ, ଲଳିତ, ଲୋଚନ, ହୃଷୀକେଶ, ଅମିତ, ସମୀର, ସନ୍ତୋଷ, ଚନ୍ଦନ, ଲକ୍ଷ୍ମୀ, ଦିଗାମ୍ବର, କବି, ଦୀପକ, ନିରଞ୍ଜନ, ଆକାଶ, ସୂର୍ଯ୍ୟ ଏବଂ ସୁଶାନ୍ତ ଯୋଗ ଦେଇ ରୌପ୍ୟ ଜୟନ୍ତୀ କୁ ସଫଳ ରୂପାୟନ ଦେଇଥିଲେ ।


Leave a Reply

Your email address will not be published. Required fields are marked *

error: Content is protected !!