ଓବିସି ଜନ ଜାଗରଣ ରଥ ପରିକ୍ରମାର ଶେଷ ଦିନରେ ପୂର୍ବତନ ବାଚସ୍ପତି କିଶୋର ପଟେଲଙ୍କ ଯୋଗଦାନ

0

କୁଚିଣ୍ଡା,୧୭/୧୨ (ସଂସ୍କୃତି ମିଡିଆ ବ୍ୟୁରୋ) -ଗତ ମାସ ୨୬ ତାରିଖ ସମ୍ବିଧାନ ଦିବସ ପାଳନ ଅବସରରେ ବାହାରିଥିବା ଓବିସି ଜନ ଜାଗରଣ ଯାତ୍ରା ସମ୍ବଲପୁର ଜିଲ୍ଲା ପରେ ଆଜି ସୁନ୍ଦରଗଡ ଜିଲ୍ଲା ପ୍ରବେଶ କରିଛି। ଝାରସୁଗୁଡ଼ା, କୁଚିଣ୍ଡା, ଦେବଗଡ଼, ରେଢ଼ାଖୋଲ, ବଉଦ, ସୁବର୍ଣ୍ଣପୁର, ବଲାଙ୍ଗୀର, କଳାହାଣ୍ଡି, ନୁଆପଡା, ବରଗଡ଼, ସମ୍ବଲପୁର ପରେ ସୁନ୍ଦରଗଡ଼ର ଭସ୍ମା, ମଶାଣି କାନି ଦେଇ ସନ୍ଧ୍ୟାରେ ସୁନ୍ଦରଗଡ଼ଠାରେ ରଥକୁ ଭବ୍ୟ ସ୍ୱାଗତ କରାଯାଇଥିଲା। ସଭାପତି ଶଙ୍କର ପାତ୍ର, ମହାସଚିବ ସୁବାଷ ନାୟକ, କୋଷାଧ୍ୟକ୍ଷ ପରଦେଶୀ ବିଶ୍ଵାଳ, ପ୍ରବକ୍ତା ବିରଞ୍ଚି ସାହୁ ଆଦିଙ୍କ ନେତୃତ୍ୱ ଓ ଉପସ୍ଥିତିରେ ରଥକୁ ସହର ସମେତ ଗ୍ରାମାଞ୍ଚଳରେ ମଧ୍ୟ ବିପୁଳ ସ୍ୱାଗତ କରାଯାଇଥିଲା । ସୁନ୍ଦରଗଡ଼ ଏସଆଇଆରଟି କଲୋନୀରେ ରାଜ୍ୟ ସଭାପତି ଶଙ୍କର ପାତ୍ରଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ଓଡ଼ିଶା ବିଧାନସଭାର ପୂର୍ବତନ ବାଚସ୍ପତି କିଶୋର ଚନ୍ଦ୍ର ପଟେଲ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଓବିସି ଙ୍କ ଦାବି ପ୍ରକୃତରେ ଆମର ହକ ଅଟେ ଏବଂ ଆଗାମୀ ଦିନରେ ଓବିସି ଙ୍କୁ ଛାଡି ରାଜନୀତି କରୁଥିବା ନେତାଙ୍କୁ ବର୍ଜନ କରିବହୁ ଆହ୍ବାନ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଆଇନଜୀବୀ ସ୍ନେହଲତା ପଟେଲ, ପ୍ରହଲ୍ଲାଦ ନାୟକ, ରବୀନ୍ଦ୍ର ପଟେଲ, ବିଜେପି ଓବିସି ମୋର୍ଚ୍ଚା ଉପସଭାପତି ଯଶୋବନ୍ତ ନାଏକଙ୍କ ସମେତ କଂଗ୍ରେସ ଓ ବିଜେଡି ର ଓବିସି ନେତାମାନେ ମଧ୍ୟ ଯୋଗଦେଇ ଦାବିପ୍ରତି ସମର୍ଥନ ଜଣାଇ ଜନ ଗଣ କରିବା ଓ ସଂଖ୍ୟାନୁସାରେ ଶିକ୍ଷା ,ଚାକିରି ଓ ରାଜନୀତି କ୍ଷେତ୍ରରେ ସଂରକ୍ଷଣ ଦାବି କରିଥିଲେ। 

(କୁଚିଣ୍ଡାରୁ ସୁବାସ ନାୟକଙ୍କ ରିପୋର୍ଟ)


Leave a Reply

Your email address will not be published. Required fields are marked *

error: Content is protected !!