ବନବିଭାଗର ଅପାରଗତା, ହାତୀ ଆକ୍ରମଣରେ ଚାଲିଗଲା ଦୁଇ ଜୀବନ

0

ସରଣ୍ଡା,17/12(ସଂସ୍କୃତି ମିଡ଼ିଆ ବ୍ୟୁରୋ )- ବନବିଭାଗର ଅପାରଗତା ପାଇଁ ରବିବାର ଦୁଇ ଜଣ ବ୍ୟକ୍ତିଙ୍କ ଜୀବନ ଚାଲିଗଲା l ଆମେ ସଂସ୍କୃତି ମିଡ଼ିଆ ମାଧ୍ୟମରେ ବନବିଭାଗକୁ ସତର୍କ ବି କରାଇଥିଲୁ l ହେଲେ ବେପୁରିଆ ଭାବେ ବନବିଭାଗ ଚେଇଁ ଶୋଇଥିଲା l ଗତ 14 ତାରିଖ ବିଳମ୍ବିତ ରାତ୍ରିରେ ହାତୀ ପଲ ଗୋଡ଼ଭଗା ଅଞ୍ଚଳରେ ଦେଖାଦେଇଥିଲେ l ବିଦ୍ୟୁତ ବିଭାଗ ସେଥିପାଇଁ ରାତ୍ରିରୁ 15 ତାରିଖ ସକାଳ ଯାଏଁ ବିଦ୍ୟୁତ ସରୋବରାହ ବନ୍ଦ ରଖିଥିଲେ l ଖବର ପାଇ ବନବିଭାଗ ଗୋଡ଼ଭଗା ଅଞ୍ଚଳକୁ ଆସି ତନାଘନା କରିଥିଲା ସତ l ହେଲେ ଯେଉଁ ଭାବରେ ହାତୀ ପଲର ଗତିଵିଧି ଅନୁଧ୍ୟାନ ଦେବା କଥା ତାକୁ ଧ୍ୟାନ ଦେଇ ନ ଥିଲା l ଯାହାର କରୁଣ ପରିଣତି ରବିବାର ଦେଖିବାକୁ ମିଳିଲା l ରବିବାର ପୂର୍ବାହ୍ନ ୧୦ଟା ସମୟରେ ବରଗଡ ଜିଲ୍ଲା ଭେଡେନ ବ୍ଲକ ଦେଶଭଟଲୀ ପଂଚାୟତ ବିଶିପାଲି ଗ୍ରାମରେ ହାତୀ ଆକ୍ରମଣରେ ଜଣେ ଯୁବକର ମୃତ୍ୟୁ ଘଟିଥିବା ସୂଚନାମିଳିଛି ାସୂଚନା ଅନୁସାରେ ବିଶିପାଲର ୨୫ ବର୍ଷିଆ ବଳରାମ ସାହୁ ନାମକ ଜଣେ ଯୁୂବକ ନିଜ ବିଲକୁ ଯାଇଥିବା ସମୟରେ ଗୋଟିଏ ବଣୁଆହାତୀ ଆସି ଯୁବକକୁ ଆକ୍ରମଣ କରିଥିଲା ଯାହାଫଳରେ ଯୁବକର ମୃତ୍ୟୁ ଘଟିଥିବା ଜଣାପଡିଛି ାଘଟଣା ସମ୍ପର୍କରେ ଖବରପାଇ ବନବିଭାଗ କର୍ମଚାରୀମାନେ ପହଞିଥିଲେ l ସେହିପରି ଝରନିଆଟିକ୍ରାରେ ହାତୀ ଆକ୍ରମଣରେ ଆଉ ଜଣେ ବ୍ଯକ୍ତିଙ୍କ ଶୋଚନୀୟ ମୁତ୍ଯୁ ହୋଇଛି l ରବିବାର ସକାଳ ୫ଟା ସମୟରେ ବରଗଡ ଜିଲ୍ଲା ଭେଡେନ ଥାନା ସଂକ୍ରିଡା ପଂଚାୟତ ଅଧିନ ଝରାପାଲି ଝରନିଆଟିକ୍ରାରେ ହାତୀ ଆକ୍ରମଣରେ ଜଣେ ବ୍ଯକ୍ତିକଂ ମୁତ୍ଯୁ ଘଟିଥିବା ସୂଚନା ମିଳିଛି ାସୂଚନା ଅନୁସାରେ ଝରନିଆଟିକ୍ରାକୁ ଗାଇସିଲାଟ ବ୍ଲକ କଠଉମାଲ ଗ୍ରାମର ୫୫ ବର୍ଷିଆ ସେବଲାଲ ସୁନା କେନାଲ କାମ କରିଆସିଥିବା ବେଳେ ସକାଳୁ ଶୌଚକରି ଯାଇଥିବାସମୟରେ ପଛପଟୁ ଗୋଟିଏ ହାତୀ ଆସି ତାଙ୍କୁ ଆକ୍ରମଣ କରିଥିଲା ଯାହାଫଳରେ ଘଟଣା ସ୍ଥଳରେ ହିଁ ତାଙ୍କର ମୁତ୍ଯୁ ଘଟିଯାଇଛି ା


Leave a Reply

Your email address will not be published. Required fields are marked *

error: Content is protected !!