ଭାଗବତ ନନ୍ଦ ସେବା ସମ୍ମାନରେ ସମ୍ବର୍ଦ୍ଧିତ ହେଲା ନିଷ୍ଠା ପରିବାର
ସମ୍ବଲପୁର, 15/12(ସଂସ୍କୃତି ମିଡ଼ିଆ ବ୍ୟୁରୋ )-ସମ୍ବଲପୁର ସ୍ଥିତ ଓଡ଼ିଶା ସାଂସ୍କୃତିକ ସମାଜ ସ୍ଵାଧୀନତା ସଂଗ୍ରାମୀ ହଲରେ ଅନୁଷ୍ଠିତ ବିଶିଷ୍ଟ ସମାଜସେବୀ ଭଗବତ ପ୍ରସାଦ ନନ୍ଦ ଙ୍କ ୮୭ତମ ଜୟନ୍ତୀ ପାଳନ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ସମ୍ବଲପୁର ର ପୂର୍ବତନ ବିଧାୟିକା ଡାକ୍ଟର ରାସେଶ୍ୱରୀ ପାଣିଗ୍ରାହୀ ସଭାପତିତ୍ବ କରିଥିବା ବେଳେ ମୁଖ୍ୟ ଅତିଥି ଭାବରେ ଓଡ଼ିଶା ମାନବ ଅଧିକାର ଆୟୋଗ ର ଅଧ୍ୟକ୍ଷ ଜଷ୍ଟିସ ଶ୍ରୀ ଶତୃଘ୍ନ ପୂଜାହାରୀ, ସମ୍ମାନୀତ ଅତିଥି ଭାବରେ ସମାଜ ର ପୂର୍ବତନ ସଂପାଦକ ଶ୍ରୀ ବାମାପଦ ତ୍ରୀପାଠୀ, ମୁଖ୍ୟ ବକ୍ତା ଭାବରେ ଅବସରପ୍ରାପ୍ତ ଆୟକର ଆୟୁକ୍ତ ଓ ସ୍ତମ୍ଭକାର ଶ୍ରୀ ଶ୍ରୀକାନ୍ତ ଚାଟାର୍ଜୀ ଯୋଗ ଦେଇଥିଲେ।ଏହି ଅବସର ରେ ବରଗଡ଼ ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ନିଷ୍ଠା ପରିବାର କୁ ଭାଗବତ ନନ୍ଦ ସେବା ସମ୍ମାନ ରେ ଅତିଥି ମାନଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା। ନିଷ୍ଠା ପରିବାର ର ଉପଦେଷ୍ଟା ଆଶିଷ କର, ଅଶ୍ୱିନୀ ତ୍ରିପାଠୀ, ସଦସ୍ୟ ହେମାଞ୍ଚଲ୍ ସାହୁ, ରାତ୍ର ପ୍ରଧାନ ପ୍ରମୁଖ ସମ୍ମାନ ଗ୍ରହଣ କରିଥିଲେ।ମାଁ ସମଲେଇ ଙ୍କ ମାଟି ରେ ସମ୍ବର୍ଦ୍ଧିତ ହୋଇ ନିଷ୍ଠା ପରିବାର ଗର୍ବିତ।ଏହି ସମ୍ମାନ ସମାଜ ସେବା କ୍ଷେତ୍ର ରେ ଆମକୁ ଆହୁରି ପ୍ରେରଣା ଦେବ।ଆମ ଅନୁଷ୍ଠାନ କୁ ସମ୍ବର୍ଦ୍ଧିତ କରିଥିବାରୁ ଭାଗବତ ନନ୍ଦ ସ୍ମୃତି କମିଟି, ସମ୍ବଲପୁର, ସହଯୋଗୀ ଓ ଶୁଭେଚ୍ଛୁ ସମସ୍ତଙ୍କୁ ନିଷ୍ଠା ପରିବାର ତରଫ ରୁ ଅନେକ ଅନେକ ଧନ୍ୟବାଦ ଜ୍ଞାପନ କରାଯାଇଛି l