ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ୱେଷଣରେକ୍ରୀଷ୍ଣା ବିକାଶ ଛାତ୍ର ଦକ୍ଷେଶ ମିଶ୍ରଙ୍କ ଅପୂର୍ବ ସଫଳତା
ବରଗଡ଼,13/12(ସଂସ୍କୃତି ମିଡ଼ିଆ ବ୍ୟୁରୋ )-ବରଗଡ଼ କ୍ରୀଷ୍ଣା ବିକାଶ ଆବାସିକ ବିଦ୍ୟାଳୟର ନବମ ଶ୍ରେଣୀର ଛାତ୍ର ଦକ୍ଷେଶ ମିଶ୍ର ଟାଟା ଷ୍ଟିଲ୍ ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ଵେଷଣ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ଅପୂର୍ବ ସଫଳତା ଲାଭ କରିଛନ୍ତି । ପ୍ରକାଶ ଥାଉକି ଓଡ଼ିଶାର ବିଦ୍ୟାଳୟରେ ପଢ଼ୁଥିବା ଛାତ୍ରଛାତ୍ରୀମାନଙ୍କ ଅନ୍ତରୀକ୍ଷ ବିଜ୍ଞାନ କ୍ଷେତ୍ରରେ ପ୍ରତିଭା ଚିହ୍ନଟ ଓ ପ୍ରୋତ୍ସାହିତ କରିବା ପାଇଁ ଏହା ଆୟୋଜନ କରାଯାଇଛି ।
କ୍ରୀଷ୍ଣା ବିକାଶ ଛାତ୍ର ଦକ୍ଷେଶ ମିଶ୍ର ରାଜ୍ୟର ଶୀର୍ଷ ୨୦ଜଣରେ ମନୋନିତ ହୋଇ ବିଦ୍ୟାଳୟ ପାଇଁ ଗୌରବ ଆଣିଛନ୍ତି । କ୍ରୀଷ୍ଣା ବିକାଶ ଆବାସିକ ବିଦ୍ୟାଳୟର କାର୍ଯ୍ୟକାରୀ ଅଧ୍ୟକ୍ଷ ଶିଶିର ପ୍ରସାଦ ରାଉଳ, ଅଧ୍ୟକ୍ଷ (ସିନିୟର୍ ସେକେଣ୍ଡାରୀ) ଚିତରଞ୍ଜନ ପତି ଓ ଉପାଧ୍ୟକ୍ଷ ଶ୍ରୀ ପ୍ରଦୀପ କୁମାର ସାହୁ ଶୁଭେଚ୍ଛା ତଥା ଶୁଭକାମନା ଜଣାଇଛନ୍ତି ।