କୁଟୁରାଚୁଆଁ ଉଚ୍ଚତର ମାଧ୍ୟମିକ ବିଦ୍ୟାଳୟ ରେ ନୂଆ ଓ ଯୁବ ଓଡିଶା ନବୀନ ଓଡିଶା କାର୍ୟ୍ୟକ୍ରମ ଉଦଯାପିତ
କୁଚିଣ୍ଡା:ତା.୧୩/୧୨(ସଂସ୍କୃତି ମିଡିଆ ବ୍ୟୁରୋ) ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ ଅନ୍ତର୍ଗତ କୁଟୁରାଚୁଆଁ ଉଚ୍ଚତର ମାଧ୍ୟମିକ ବିଦ୍ୟାଳୟରେ ଗତ ୦୧ ତାରିଖରୁ ଆରମ୍ଭ ହୋଇଥିବା ‘ନୂଆ ଓ’ ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମର ଅଧ୍ୟକ୍ଷ ନିଳାଞ୍ଚଳ ତିୱାରୀଙ୍କ ଅଧ୍ୟକ୍ଷତାରେ ବୁଧବାର ଉଦଯାପିତ ହୋଇଯାଇଅଛି। ପ୍ରାରମ୍ଭରେ ଉପସ୍ଥିତ ଅତିଥିଗଣ ମାଁ ସମଲେଶ୍ବରୀଙ୍କ ତୈଳଚିତ୍ରରେ ଦୀପ ପ୍ରଜ୍ଜଳନ କରିଥିଲେ। ଏହି ଅବସରରେ ସମ୍ବଲପୁର ଜିଲ୍ଲା ପରିଷଦ ଅଧ୍ୟକ୍ଷା କୁମୋଦିନୀ ନାଏକ ମୁଖ୍ୟଅତିଥି ଭାବରେ ଯୋଗଦେଇ ଯୁବ ଓଡିଶା ଓ ନବୀନ ଓଡିଶା କାଯ୍ୟକ୍ରମ ମାଧ୍ୟମରେ ନିଜର ପ୍ରତିଭା ବିକଶିତ କରି ଉତ୍ତମ ମଣିଷ ହେବା ପାଇଁ ମାର୍ଗଦର୍ଶନ କରିଥିଲେ। ଅବସରପ୍ରାପ୍ତ ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ନାୟକ, କୁଟୁରାଚୁଆଁ ନୋଡାଲ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭବାନୀ ଶଙ୍କର ନାୟକ ଓ ବାମରା ଜୋନ-୧ ର ଜିଲ୍ଲା ପରିଷଦ ସଭ୍ୟ କୃଷ୍ଣଚନ୍ଦ୍ର ଟପୋ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ମାନବ ସେବାରେ ନିଜକୁ ଉତ୍ସର୍ଗ କରିବାକୁ ପରାମର୍ଶ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ପରିଚାଳନା କମିଟିର ପୂର୍ବତନ ସଂପାଦକ ହିମାଂଶୁ ମହାପାତ୍ର, ସଭ୍ୟ ନୃପଲାଳ ପଟେଲ, ଛାତ୍ର ସଂସଦର ପୂର୍ବତନ ସଭାପତି ଅରୁଣ କୁମାର ପଟେଲ ପ୍ରମୁଖ ମଞ୍ଚାସିନ ଥିଲେ। ନୋଡାଲ ଅଧିକାରୀ କୃଷ୍ଣଚନ୍ଦ୍ର ପୂଝାରୀ ମଞ୍ଚ ପରିଚାଳନା କରିଥିବା ବେଳେ ସାଂସ୍କୃତିକ କାର୍ଯ୍ୟକ୍ରମରେ ଅଧ୍ୟାପିକା ଭାବନା ପାଣ୍ଡେ, ସାମାଜିକରେ ଅଧ୍ୟାପକ ସତ୍ୟନାରାରଣ ପଟେଲ ଓ ଖେଳକୁଦରେ ଅଧ୍ୟାପକ ସୁଧୀର କୁମାର ନାଏକଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ସମସ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଉପସ୍ଥିତ ଅତିଥିଗଣ ବିଭିନ୍ନ ବିଭାଗରେ ବିଜୟୀ ହୋଇଥିବା ଛାତ୍ର ଛାତ୍ରୀମାନଙ୍କୁ ମାନପତ୍ର ଓ ମେଡାଲ ପ୍ରଦାନ କରିଥିଲେ। ଏଥିରେ ଗ୍ରନ୍ଥାଗାରିକ ଦେବାନନ୍ଦ ମହାପାତ୍ର, ଶିକ୍ଷା ଡେମୋଷ୍ଟେଟର ପ୍ରତିମା କୁମାରୀ ନାଏକ, କିରାଣୀ ଭେଷଜ ଗରଡିଆ, ଡିଇଓ ସମିନ ରଞ୍ଜନ ନାଏକ, ଜୟଦେବ ରାଉତ ଓ ଅସିମ ପରୁଆ ସହଯୋଗ କରିଥିଲେ। ଶେଷରେ ଅଧ୍ୟାପିକା ଭାବନା ପାଣ୍ଡେ ଧନ୍ୟବାଦ ଅର୍ପଣ କରିଥିଲେ l
କୁଚିଣ୍ଡାରୁ ସୁବାସ ନାୟକଙ୍କ ରିପୋର୍ଟ