ବିଜେପି ବରଗଡ଼ ଜିଲ୍ଲା ସ୍ତରୀୟ ସାଂଗଠାନିକ ବୈଠକ

0

ବରଗଡ଼,13/12(ସଂସ୍କୃତି ମିଡ଼ିଆ ବ୍ୟୁରୋ )-ବରଗଡ଼ ଜିଲ୍ଲା ଭାରତୀୟ ଜନତା ପାର୍ଟି ଜିଲ୍ଲା କାର୍ଯ୍ୟାଳୟ ଠାରେ ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଅଶ୍ବିନୀ ଷଡଙ୍ଗୀଙ୍କ ସଭାପତିତ୍ବରେ ଏବଂ ଜିଲ୍ଲା ସାଧାରଣ ସମ୍ପାଦକ କୁଶ କୁମ୍ଭାର ଙ୍କ ସଂଯୋଜନାରେ ଜିଲ୍ଲା ସ୍ତରୀୟ ଏକ ସାଂଗଠାନିକ ବୈଠକ ଅନୁଷ୍ଠିତ ହୋଇଥିଲା । ରାଜ୍ଯ ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ଶିମାଞ୍ଚଳ ଖଟେଇ ମୁଖ୍ଯ ଅତିଥି ଭାବେ ଯୋଗଦେଇ ସଂଗଠନ କିପରି ସୁୁଦୃଢ଼ ହେବ ତାରି ଉପରେ ମାର୍ଗ ଦର୍ଶନ କରିଥିଲେ । ସମ୍ମାନୀତ ଅତିଥୀ ଭାବେ ରାଜ୍ଯ ସମ୍ପାଦକ ଶ୍ରୀଯୁକ୍ତ ଇରାଶିଶ୍ ଆଚାର୍ଯ୍ଯ, ରାଜ୍ଯ କାର୍ଯ୍ଯ କାରିଣୀ ସଦସ୍ଯ ଶ୍ରୀଯୁକ୍ତ ଶୁରେଶ୍ବର ଶତପଥି, ଡ.ଅରୁପା ସାହୁ, ସନତ୍ ଗଡତିଆ, ମିଲନ ସେଟ, ମୁକ୍ତା ସାହୁ, ଗୋବର୍ଦ୍ଧନ ଭୋଇ, ରଞ୍ଜନ ସେଟ୍ ମଞ୍ଚାସୀନ ଥିବା ବେଲେ ଅନ୍ଯ ମାନଙ୍କ ମଧ୍ୟରେ ଜିଲ୍ଲା ପଦାଧିକାରୀ, ସମସ୍ତ ମଣ୍ଡଲ ସଭାପତି, ଜିଲ୍ଲା ଯୁବମୋର୍ଚ୍ଚା ଉପ-ସଭାପତି ଶ୍ରୀଯୁକ୍ତ ଯୁଧିଷ୍ଟିର ମେହେର ସମେତ ଶତାଧିକ କାର୍ଯ୍ଯ କର୍ତ୍ତା ଉପସ୍ଥିତ ବୈଠକ କୁ ସାଫଲ୍ଯ ମଣ୍ଡିତ କରିଥିଲେ । ସଭା ସେସରେ ଜିଲ୍ଲା ଉପ- ସଭାପତି ଶ୍ରୀଯୁକ୍ତ ଶୁସାନ୍ତ କୁମାର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।


Leave a Reply

Your email address will not be published. Required fields are marked *

error: Content is protected !!