ଅତାବିରା ବ୍ଲକ ସ୍ତରୀୟ ମାନ ନିର୍ଦ୍ଧାରଣ ପ୍ରଶିକ୍ଷଣ

0

ସରଣ୍ଡା,13/12( ସଂସ୍କୃତି ମିଡ଼ିଆ ବ୍ୟୁରୋ )-ବରଗଡ଼ ଜିଲ୍ଲା ଅତାବିରା ବ୍ଳକ ସ୍ତରୀୟ ତିନି ଦିନିଆ ବିଦ୍ୟାଳୟ ଭିତ୍ତିକ ମାନ ନିର୍ଦ୍ଧାରଣ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି । ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁଶ୍ରୀ ମିଶ୍ରାଣୀ କୁମ୍ଭାର ଙ୍କ ତତ୍ତ୍ଵାବଧାନରେ ଚାଲି ଥିବା ଏହି ତାଲିମ୍ କାର୍ଯ୍ୟକ୍ରମ ଅତାବିରା ଉଚ୍ଚ ବିଦ୍ୟାଳୟ ଓ ବାଳିକା ଉଚ୍ଚ ବିଦ୍ୟାଳୟ ଅତାବିରା ଠାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ମୋଟ ଶହେ ଜଣ ପ୍ରଶିକ୍ଷାର୍ଥୀ ଅଂଶଗ୍ରହଣ କରିଥିଲେ । ତାଲିମ୍ କାର୍ଯ୍ୟକ୍ରମ ରେ ଏ.ବି.ଇ.ଓ. କାର୍ତ୍ତିକ ବାଗ, ତପନ କୁମାର ଦାସ ଓ ରବୀନ୍ଦ୍ର କୁମାର ସାହୁ ନିରୀକ୍ଷଣ କରୁଥିବା ବେଳେ ସାଧନ କର୍ମୀ ଭାବେ ରଶ୍ମି ରାଣୀ ନନ୍ଦ, ନୃପ ଭୋଇ,ତ୍ରିଲୋଚନ ସେଟ୍,ଋଷୁଭ ପଣ୍ଡା, ସିତାପତି ପ୍ରଧାନ,ଜୟଦେବ ନାଏକ,ରଞ୍ଜନ ବାଗ,ଧରମ ନାଏକ ,କୃତାର୍ଥ ଚନ୍ଦ୍ର ଭୁଏ ତାଲିମ୍ ପ୍ରଦାନ କରିଥିଲେ । ସି.ଆର.ସି.ସି. ନନ୍ଦିଘୋଷ ଭୁ ଏ ଓ ଅମିତ୍ କୁମାର ସାହୁ ସହଯୋଗ କରିଥିଲେ। ଶେଷରେ ସମସ୍ତ ପ୍ରଶିକ୍ଷାର୍ଥୀ ଙ୍କୁ ଅଂଶଗ୍ରହଣକାରୀ ପ୍ରମାଣ ପତ୍ର ପ୍ରଦାନ କରାଯାଇ ଥିଲା ।


Leave a Reply

Your email address will not be published. Required fields are marked *

error: Content is protected !!