ଗୋପିକଣ୍ଟାରେ ନିଶା ମୁକ୍ତି ସଚେତନତା ଅଭିଯାନ
ପଡିଆବାହାଲ:ତା.୧୧/୧୨ (ଡ.ରାଜାରାମ ଷଡଙ୍ଗୀ): ପାନ ବିଡି ନୁହେଁ ଛୋଟିଆ ନିଶା,ଏହି ଅଭ୍ୟାସରେ ବଢ଼େ ଦୁର୍ଦ୍ଦଶା। ‘ଖାଇଲେ ନିଶା ବୁଡେ ବେଉସା’ ଏଭଳି ବିଭିନ୍ନ ସ୍ଲୋାଗାନରେ ଅଖ୍ୟାତ ପଲ୍ଲୀ ଗୋପିକଣ୍ଟାରେ ସଚେତନତାର ବାର୍ତ୍ତା ପ୍ରକମ୍ପିତ ହୋଇଛି। ଜମନକିରା ବ୍ଲକ୍ ମୁଣ୍ଢେନପାଲି ଗ୍ରାମ ପଞ୍ଚାୟତରେ ବିଭିନ୍ନ ନିଶା ଦ୍ୱାରା କବଳିତ ଗାଁ ଗୋପିକଣ୍ଟାଠାରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା। ଗ୍ରାମ ସଭାପତି ଜଗବନ୍ଧୁ କରଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ଆଶା ଦିଦି ବବିତା ନାଥ ଉଦ୍ଦେଶ୍ଯ ସଂପର୍କରେ ବୁଝାଇଥିଲେ। ସଭାରେ ସାମାଜିକ କର୍ମୀ ଡା.ରାଜାରାମ ଷଡଙ୍ଗୀ ନିଶା ସେବନ ଦ୍ୱାରା ଶାରୀରିକ,ସାମାଜିକ ଓ ଅର୍ଥନୈତିକ ସମସ୍ୟା ସଂପର୍କରେ ବୁଝାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଆଶା ଦିଦି ସୁରେଖା ମିର୍ଦ୍ଧା, ସୁଲୋଚନା କିଶାନ ଓ ଅଙ୍ଗୱାଡି କର୍ମୀ ସଂଯୁକ୍ତା ପ୍ରଧାନ, ଜୟନ୍ତୀ ମିର୍ଦ୍ଧା, ପୁଷ୍ପଲତା କିଶାନ, ସିଆରପି ସରସ୍ବତୀ କିଶାନ ପ୍ରମୁଖ ନିଶା ନିବାରଣ ନେଇ ସଚେତନ କରିଥିଲେ। ଏହି ଅବସରରେ ଯକ୍ଷ୍ମା ,କିଡନି ଆଦି ରୋଗ ସଂପର୍କରେ ମଧ୍ୟ ଉପସ୍ଥିତ ଜନସାଧାରଣଙ୍କୁ ସଚେତନ କରାଯାଇଥିଲା। ସୂଚନା ଯୋଗ୍ୟ ଯେ ଗୋପିକଣ୍ଟାଠାରେ ନିକଟ ଅତୀତରେ ଏହି ସବୁ ଦୂରାରୋଗ୍ୟରେ ୪ରୁ ଅଧିକ ଜଣଙ୍କ ମୃତ୍ୟୁ କାରଣକୁ ନେଇ ଏହି ସଚେତନତା ସଭା ଓ ରାଲି କରାଯାଇ ଗ୍ରାମବାସୀଙ୍କ ମଧ୍ୟରେ ସଚେତନା ସୃଷ୍ଟି କରାଯାଇଥିଲା। ପ୍ରାରମ୍ଭରେ ଆଶା ଦିଦି ବବିତା ନାଥଙ୍କ ନେତୃତ୍ୱରେ ଏକ ସଚେତନତା ରାଲି ଗ୍ରାମ ପରିକ୍ରମା କରିଥିଲା। ଏଥିରେ ଗାଁ କଲ୍ୟାଣ ସମିତିର ସଭ୍ୟସଭ୍ୟାମାନେ ଅକୁଣ୍ଠିତ ଭାବେ ସହଯୋଗ କରିଥିଲେ। ଶେଷରେ ପ୍ରଭାତି ବିଶି ଧନ୍ୟବାଦ ଅର୍ପଣ କରିଥିଲେ l