ବାମଣ୍ଡା ସାହିତ୍ୟ ସଂସଦର ବାର୍ଷିକ ସାରସ୍ୱତ ଉତ୍ସବ ଓ ଆନ୍ତଃଜିଲ୍ଲା କବି ସମ୍ମିଳନୀ

0

ସମ୍ବଲପୁର:ତା.୧୧/୧୨ (ସଂସ୍କୃତି ମିଡିଆ ବ୍ୟୁରୋ) -ଦେବଗଡ଼ ସ୍ଥିତ ସଂସ୍କୃତି ଭବନଠାରେ ବାମଣ୍ଡା ସାହିତ୍ୟ ସଂସଦର ସଭାପତି ମୁରଲୀଧର ନାୟକଙ୍କ ସଭାପତିତ୍ବରେ ବାର୍ଷିକ ସାରସ୍ଵତ ଉତ୍ସବ ପାଳିତ ହୋଇଯାଇଛି। ଏଥିରେ ଅବସର ପ୍ରାପ୍ତ ଅଧ୍ୟାପକ ଡ. ସୁରେନ୍ଦ୍ରନାଥ ତ୍ରିପାଠୀ ମୁଖ୍ୟ ଅତିଥି ଓ ସ୍ଥାନୀୟ ପୌର ପରିଷଦ ଅଧ୍ୟକ୍ଷା ଶାନ୍ତି ଦେଈ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଥିଲେ। ଏହି ଅବସରରେ ଆୟୋଜିତ ଆନ୍ତଃ ଜିଲ୍ଲା କବି ସମ୍ମିଳନୀରେ କୁଚିଣ୍ଡାରୁ ବିଶିଷ୍ଟ କବି ସୁବାସ ଚନ୍ଦ୍ର ନାୟକ, ହୀରାକୁଦରୁ ଡ଼. ନିତ୍ୟାନନ୍ଦ ତ୍ରିପାଠୀ, କୋଲବିରାରୁ ଶୋଭା ଚନ୍ଦ୍ର ନାଏକ, ପୀଙ୍କୁ ଦାସ, ଲଇକେରାରୁ ରୋହିତ କୁଆର ପଟେଲ, କୀର୍ତ୍ତି ଚନ୍ଦ୍ର ବହିଦାର, କେସାଇବାହାଲର ବୀଣାପାଣି ନାଏକ, ତୁଳସୀ ମଞ୍ଜରୀ ବହିଦାରଙ୍କ ସମେତ କେନ୍ଦୁଝର ଅନୁଗୁଳ, ଦେବଗଡ଼ ଆଦି ଜିଲ୍ଲାର ଶତାଧିକ କବି ସ୍ବରଚିତ କବିତା ପାଠ କରିଥିଲେ। କବି ସୁବାସ ନାୟକଙ୍କ ବାମଣ୍ଡା ଜନନୀ ଶୀର୍ଷକ କବିତା ବେଶ୍ ଆକର୍ଷଣୀୟ ହୋଇଥିଲା ।ସଂସଦର ଉପଦେଷ୍ଟା ବିଭୂତି ଗଙ୍ଗଦେବ ଅଖଣ୍ଡ ବାମଣ୍ଡାର ଏକତା ଓ ସାରସ୍ଵତ ଉତ୍ସବଗୁଡ଼ିକର ଉଚ୍ଚ ପ୍ରଶଂସା କରିଥିଲେ। ସମ୍ପାଦକ ପ୍ରଫୁଲ୍ଲ ମହାପାତ୍ର ପ୍ରାରମ୍ଭିକ ସୂଚନା ସହ ଧନ୍ୟବାଦ ଅର୍ପଣ କରିଥିଲେ ।


Leave a Reply

Your email address will not be published. Required fields are marked *

error: Content is protected !!