ଲରମ୍ଭା କଲେଜର ବାର୍ଷିକ କ୍ରୀଡା ଉଦଯାପିତ
ସରଣ୍ଡା,10/12( ସଂସ୍କୃତି ମିଡ଼ିଆ ବ୍ୟୁରୋ )- ବରଗଡ଼ ଅତାବିରା ବ୍ଲକ ଲରମ୍ଭା କଲେଜ ଏବଂ ସମନ୍ବିତ ଯୁବବିକାଶ( ‘ନୂଆଓ’)ର ମିଳିତ ଆନୁକୂଲ୍ଯରେ ଦୁଇଦିନ ଧରି ହୋଇଥିବା ବାର୍ଷିକ କ୍ରୀଡାଉତ୍ସବ ଉଦଯାପିତ ହୋଇଯାଇଅଛି । ସମାରୋହକୁ ମୁଖ୍ୟ ଅତିଥି ଭାବରେ ପୂର୍ବତନ ବରଗଡ ସାଂସଦ ଡଃ ପ୍ରଭାସ କୁମାର ସିଂ ଯୋଗଦେଇ ଉଦଘାଟନ କରିଥିଲେ । ଗୋଡଭଗା ସ୍ଥିତ ମା’ ସମଲେଇ ମନ୍ଦିରରୁ ମଶାଲ ଶୋଭାଯାତ୍ରା ବାହାରି ପଡିଆକୁ ପ୍ରବେଶ ପରେ କଲେଜ ଅଧକ୍ଷ ଡଃ ପ୍ରମୋଦ କୁମାର ଭୋଇ ସ୍ବାଗତ ଭାଷଣ ଦେଇ ଖେଳ ଆରମ୍ଭ କରିଥିଲେ। ଉଦଯାପନୀ ସମାରୋହରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ସମ୍ବଲପୁରର ଉପସଚିବ ଡଃ ମହେନ୍ଦ୍ର ପ୍ରସାଦ ବେହେରା ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ । ଚଳିତ ବର୍ଷ ବାର୍ଷିକ କ୍ରୀଡାସମ୍ମାନ ପୂର୍ବତନ ଛାତ୍ରୀ ତଥା ବିଶିଷ୍ଟ କ୍ରୀଡାପ୍ରବୀଣା କଳ୍ପନା ଚାନ୍ଦଙ୍କୁ ଦିଆଯାଇଥିଲା । ଆୟୋଜିତ ଦୈାଡ , ଲମ୍ବଡିଆଁ, ଉଚ୍ଚଡିଆଁ, ବର୍ଚ୍ଛାଉତକ୍ଷେପଣ, ଲୈାହଗୋଲକ ଉତକ୍ଷେପଣ, ସାଇକେଲ ରେସ, ମ୍ୟୁଜିକାଲ ଚେୟାର, କୈାତୁକପ୍ରଦ ପୋଷାକ ପ୍ରଦର୍ଶନ, ମାରାଥନ ରେସ ଆଦି ପ୍ରତିଯୋଗିତାରେ କୃତିତ୍ବ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବଣ୍ଟନ କରାଯାଇଥିଲା । ଏହି ଅବସରରେ ଖେଳ ପରିଚାଳନା ପାଇଁ ଚିତ୍ତରଂଜନ ଛନ୍ଦ ,ଅଶ୍ବିନୀ କୁମାର ପ୍ରଧାନ, ବିନୟ କୁମାର ନାୟକ, ଶୁସିଲ ମହାକୁର, ସୁନୀଳ ସିଂ, ହରିଶ ପାତ୍ର ଦାୟିତ୍ୱ ତୁଲାଇଥିବାବେଳେ ପ୍ରାଧ୍ୟାପକ ଅଶୋକ କୁମାର ମହାନ୍ତି, ଡଃ ଦିଗମ୍ବର ଚାନ୍ଦ, ପବିତ୍ର ମାହାଣା, ସିଦ୍ଧେଶ୍ବର ପ୍ରଧାନ,ସରୋଜ କୁମାର ନାୟକ ସକ୍ରୀୟ ଭୂମିକା ଗ୍ରହଣ କରିଥିଲେ। ଶେଷରେ ଅଧ୍ୟାପିକା ପାୟଲ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ସମସ୍ତ କାର୍ମଚାରୀ ଓ ଛାତ୍ରଛାତ୍ରୀ ସହଯୋଗ କରିଥିଲେ।