କୁଟୁରାଚୁଆଁ ଉଚ୍ଚତର ମାଧ୍ୟମିକ ବିଦ୍ୟାଳୟ ରେ ‘ଯୁବ ଓଡିଶା ନବୀନ ଓଡିଶା ପକ୍ଷରୁ ରକ୍ତଦାନ ଶିବିର ସହ ‘ମୁଁ ବି ସ୍ବେଛାସେବୀ ହେବି’ କାର୍ଯ୍ୟକ୍ରମ ଅନୁଷ୍ଠିତ
ସମ୍ବଲପୁର:, ୦୯ /୧୨ (ସଂସ୍କୃତି ମିଡିଆ ବ୍ୟୁରୋ) -କୁଚିଣ୍ଡା ଉପଖଣ୍ଡ ଅନ୍ତର୍ଗତ କୁଟୁରାଚୁଆଁ ଉଚ୍ଚତର ମାଧ୍ୟମିକ ବିଦ୍ୟାଳୟରେ ଅଧ୍ୟକ୍ଷ ନିଳାଞ୍ଚଳ ତିଓ୍ୟାରୀଙ୍କ ସଭାପତିତ୍ବରେ ‘ଯୁବ ଓଡିଶା ନବୀନ ଓଡିଶା’ ପକ୍ଷରୁ ରକ୍ତଦାନ ଶିବିର, ରକ୍ତ ବର୍ଗ ଚିହ୍ମଟ ଓ ମୁଁ ବି ସ୍ବେଛାସେବୀ ହେବି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ରକ୍ତଦାନ ଶିବିର ଓ ମୁଁ ବି ସ୍ବେଛାସେବୀ ହେବି କାର୍ଯ୍ୟକ୍ରମର ପ୍ରାରମ୍ଭରେ ଉପସ୍ଥିତ ଅତିଥୀଗଣ ମାଆ ସମଲେଶ୍ବରୀଙ୍କ ତୈଳଚିତ୍ରରେ ଦୀପ ପ୍ରଜ୍ଜଳନ କରିଥିଲେ। କୁଚିଣ୍ଡା ଏସଡିଏମଓ ଡାକ୍ତର ସୁବୋଧ କୁମାର ନାଏକ ମୁଖ୍ୟ ଅତିଥି ଭାବେ ରକ୍ତଦାନ ଶିବିର ର ଶୁଭ ଉଦଘାଟନ କରି ରକ୍ତର ବିକଳ୍ପ ନାହିଁ ଓ ପ୍ରତ୍ୟେକ ଛାତ୍ର ଛାତ୍ରୀମାନେ ମୁଁ ସ୍ବେଛାସେବୀ ହେବି ବୋଲି ସ୍ଥିର କରିବାକୁ ପରାମର୍ଶ ଦେଇଥିଲେ। ମାନେଶ୍ବର ସ୍ଥିତ ମାନଧାତା ବାବା ଉଚ୍ଚତର ମାଧ୍ୟମିକ ବିଦ୍ୟାଳୟର ଇତିହାସ ଅଧ୍ୟାପକ ଡକ୍ଟର ସତ୍ୟନାରାରଣ ଠାକୁର ମୁଖ୍ୟବକ୍ତା ଭାବରେ ଯୋଗଦେଇ ଉତ୍ତମ ଛାତ୍ର ଛାତ୍ରୀ ହେବାକୁ ହେଲେ ଶୃଙ୍ଖଳିତ ଜୀବନଯାପନ କରିବା ଏକାନ୍ତ ପ୍ରୟୋଜନ ବୋଲି କହିଥିଲେ। ଏହି ଅବସରରେ କୁଟୁରାଚୁଆଁ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ମେଡିକାଲ ଅଫିସର ରମେନ କୁମାର ସାହୁ , ଅବସରପ୍ରାପ୍ତ ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ନାୟକ, ପରିଚାଳନା ସମିତିର ପୂର୍ବତନ ସଂପାଦକ ହିମାଂଶୁ ମହାପାତ୍ର, ଅବସରପ୍ରାପ୍ତ ଶିକ୍ଷକ ନୃପଲାଳ ପଟେଲ ସମ୍ମାନିତ ଅତିଥି ରୂପେ ଯୋଗଦେଇଥିଲେ। ରେଡକ୍ରସ ଦାୟିତ୍ବରେ ଥିବା ଅଧ୍ୟାପକ ସତ୍ୟନାରାରଣ ପଟେଲ ଅତିଥି ପରିଚୟ ଓ ଉଦ୍ଦେଶ୍ୟ ପ୍ରଦାନ କରିଥିବା ବେଳେ ଏହି କାର୍ଯ୍ୟକ୍ରମର ନୋଡାଲ ଅଫିସର କୃଷ୍ଣଚନ୍ଦ୍ର ପୂଝାରୀ ସଭା ପରିଚାଳନା କରିଥିଲେ। ଏହି ଅବସରରେ ଅଧ୍ୟାପିକା ଭାବନା ପାଣ୍ଡେ, ଅଧ୍ୟାପକ ସୁଧୀର କୁମାର ନାଏକ, କ୍ରୀଡ଼ା ଶିକ୍ଷକ ଦିଲିପ କୁମାର ପୂରୋହିତ, ଗ୍ରାନ୍ଥଗାରିକ ଦେବାନନ୍ଦ ମହାପାତ୍ର ପ୍ରମୁଖ ସହଯୋଗ କରିଥିଲେ। ଶେଷରେ ଶିକ୍ଷା ଡେମୋଷ୍ଟେଟର ପ୍ରତିମା କୁମାରୀ ନାଏକ ଧନ୍ୟବାଦ ଅର୍ପଣ କରିଥିଲେ।