ସରଣ୍ଡା,5।12( ସଂସ୍କୃତି ମିଡ଼ିଆ ବ୍ୟୁରୋ )-ବରଗଡ଼ ଜିଲ୍ଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ସରକାରୀଭାବେ ନଭେମ୍ବର 21ରୁ ଖୋଲିଲାଣି l ଚାଷୀ ତାର ଧାନ ଅମଳ ହୋଇସାରିଛି କହି ୟାର୍ଡ଼ ଖୋଲିବାର ସପ୍ତାହେ ପୂର୍ବରୁ ମଣ୍ଡିକୁ ଧାନ ଆଣି ପକାଇ ସାରିଛନ୍ତି l ତେବେ ଅନ୍ୟ ଥର ଭଳି ଏଥର ମଧ୍ୟ ଜିଲାର ଅନେକ ଚାଷୀ ଟୋକନ ସମସ୍ୟାରେ ଛନ୍ଦି ହୋଇ ପଡ଼ିଛନ୍ତି। ଧାନ ଅମଳ ସାରିଥିଲେ ସୁଦ୍ଧା ମିଳିଥିବା ଟୋକନରେ ବିକ୍ରି ଦିବସ ବହୁ ବିଳମ୍ବିତ ରହିଛି। ଫଳରେ ଚାଷୀମାନେ ସେମାନଙ୍କ ଅମଳ ଧାନକୁ ବିକ୍ରି କରିପାରୁ ନାହାନ୍ତି। ଅନ୍ୟ ପଟେ ଗତ କାଲିଠାରୁ ବାତ୍ୟା ଜନିତ ଝିପିଝିପି ବର୍ଷା ଯୋଗୁଁ ଚାଷୀ ହଡ଼ଣ ଘଣାରେ ପଡିଛି l ଚାଷୀଙ୍କ ଅମଳ ହୋଇଥିବା 70 ରୁ 80 ପ୍ରତିଶତ ଧାନ ଏବେ କିଛି ମଣ୍ଡିରେ ତ ଆଉ କେତେ ଖଳା ବା କ୍ଷେତରେ ପଡ଼ିରହିଛି l ଅନେକ ଚାଷୀଙ୍କ କ୍ଷେତ୍ରରେ ଏଭଳି ସମସ୍ୟା ଦେଖାଯାଇଛି।
ଅନ୍ୟପଟେ ଧାନ ଅମଳରେ ନିୟୋଜିତ ଶ୍ରମିକଙ୍କୁ ସେମାନଙ୍କ ପାରିଶ୍ରମିକ ପ୍ରଦାନରେ ଚାଷୀଙ୍କୁ ବହୁ ହଟହଟାର ସମ୍ମୁଖୀନ ହେବାକୁ ପଡ଼ୁଛି। ଏ ନେଇ ବିଭାଗୀୟ ଅଧିକାରୀଙ୍କୁ ବାରମ୍ବାର ଫେରାଦ ହେବା ସତ୍ତ୍ବେ ସେମାନଙ୍କୁ କିଛି ସୁଫଳ ମିଳି ନ ଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ପୁଣି ମଙ୍ଗଳବାର ଓଡିଶା ରାଜ୍ୟ କୃଷକ ସଂଗଠନର ସଭାପତି ବୀରେନ୍ଦ୍ର କରଙ୍କ ନେତୃତ୍ୱରେ ବହୁ ଚାଷୀ ପ୍ରଥମେ ଅତାବିରା ନିୟନ୍ତ୍ରିତ ବଜାର କମିଟିର ଉପ ସହକାରୀ ନିବନ୍ଧକ ଡୋଲମଣୀ ପୁରୋହିତଙ୍କୁ ସାକ୍ଷାତ କରି ଅତାବିରା ମାର୍କେଟ ୟାର୍ଡ଼ର ଭିର୍ତ୍ତିଭୂମି ଓ କିଭଳି ମଣ୍ଡିରୁ ଧାନ ଉଠିବା ସହ ଧାନର ସୁରକ୍ଷା, ମୋଡେଲ ୟାର୍ଡ଼ ପ୍ରତିଷ୍ଠାରେ ନକାରାତ୍ମକ ଓ ସକରାତ୍ମକ ଦିଗ ଉପରେ ଆଲୋଚନା କରିଥିଲେ l ପରେ ଅତାବିରା ତହସିଲଦାରଙ୍କ କାର୍ଯ୍ୟାଳୟ ଯାଇ ବରଗଡ଼ ଜିଲ୍ଲାପାଳଙ୍କ ଉଦ୍ଧେଶ୍ୟରେ ତହସିଲଦାର ବ୍ରଜକିଶୋର ସାହୁଙ୍କୁ ଚାଷୀମାନେ ଏକ ସ୍ମାରକ ପତ୍ର ଦେଇଥିଲେ l ଏଥିରେ ମୁଖ୍ୟତଃ ଯେଉଁ ଚାଷୀଙ୍କ ଧାନ ଅମଳ ହୋଇ ସାରିଛି ଓ ଡିସେମ୍ବର 15 ପରେ ବିକ୍ରି ଧାର୍ଯ୍ୟ ତାରିଖ ଅଛି ତାକୁ ଆଗକୁ ଆଣି ଏହି ସପ୍ତାହରେ ଧାନ କିଣି ନେବାକୁ ଅନୁରୋଧ କରାଯାଇଛି l ଏଭଳି ସମସ୍ୟାର ତ୍ୱରିତ୍ ସମାଧାନ କରା ନ ଗଲେ ଆଗକୁ ଏକ ବଡ଼ ଚାଷୀ ଆନ୍ଦୋଳନ ମୁଣ୍ଡ ଟେକିଛି।
ଗତ 15ତାରିଖ ସୁଦ୍ଧା ଜିଲାର ମଣ୍ଡି ଖୋଲିବାକୁ ଚାଷୀମାନେ ଦାବି କରିଥିଲେ। ମାତ୍ର ତାହା ହୋଇ ନ ଥିଲା। ଫଳରେ ଚାଷୀମାନେ 15 ତାରିଖରୁ ମଣ୍ଡିରେ ଧାନ ପୂରାଇଥିଲେ। ଅପରପକ୍ଷେ ଜିଲ୍ଲା ପ୍ରଶାସନ ଗତ 21 ରୁ ମଣ୍ଡି ଖୋଲି ଜିଲାରେ ଧାନ ସଂଗ୍ରହ ପ୍ରକ୍ରିୟା ଚଲାଇଛି । ମଣ୍ଡିରୁ ସରକାରୀ ନିୟମରେ ଯେତିକି ଧାନ ଉଠୁଛି ତାହା ଠାରୁ ଢେର ଗୁଣରେ ଦଲାଲ ଚାଷୀଙ୍କ ଠାରୁ କାମ ଦରରେ କିଣି ସିଧାସଳଖ ମିଲ ହେଡ଼କୁ ଧାନ ପୁରଉଛନ୍ତି l ଫଳରେ ଅନେକ ଚାଷୀ କିନ୍ତୁ ଗତ 15 ତାରିଖରୁ ମଣ୍ଡିରେ ଧାନ ପୂରାଇଥିବା ଚାଷୀଙ୍କୁ ମିଳିଥିବା ଟୋକନରେ ବିକ୍ରି ଦିବସ ଡିସେମ୍ବର 15ପରେ ଜାନୁୟାରୀ ପ୍ରଥମ ସପ୍ତାହ ମଧ୍ୟରେ ରହିଥିବା ସଂଗଠନ ର ସଭାପତି ବୀରେନ୍ଦ୍ର କର ଅଭିଯୋଗ କରିଛନ୍ତି l