କାର୍ତ୍ତିକ ପୂର୍ଣ୍ଣିମାରେ ସରଣ୍ଡା ବିଶ୍ୱେଶ୍ୱର ପୀଠ ଦେଉଳ ବନ୍ଧ ପୋଖରୀରେ ଡଙ୍ଗା ଭସାଇଲେ ଶ୍ରଦ୍ଧାଳୁ
ସରଣ୍ଡା,27/11(ସଂସ୍କୃତି ମିଡ଼ିଆ ବ୍ୟୁରୋ )- ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ଅଷ୍ଟଶମ୍ଭୁ ଶୈବ ପୀଠ ମଧ୍ୟରେ ଅନ୍ୟତମ ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ସରଣ୍ଡାର ଶ୍ରୀ ଶ୍ରୀ ବିଶ୍ୱେଶ୍ୱର ବାବାଙ୍କ ମନ୍ଦିରରେ ବାର ମାସରେ ତେର ପର୍ବ ପାଳିତ ହୋଇଆସୁଛି l ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ‘ଆ କା ବା ବୈ…ପାନ ଗୁଆ ଥୋଇ, ପାନ ଗୁଆ ତୋର, ମାସକ ଧରମ ମୋର’ କହି ଗାଁଠୁ ସହର ଯାଏ ସମସ୍ତ ଲୋକେ ଡଙ୍ଗା ଭସାଇଛନ୍ତି l
ବିଶ୍ୱେଶ୍ୱର ମନ୍ଦିର ସନ୍ନିକଟ ଦେଉଳ ବନ୍ଧ ପୋଖରୀରେ ସୋମବାର ଭୋର୍ରୁ ଶହଶହ ଶ୍ରଦ୍ଧାଳୁ ଡଙ୍ଗା ଭସାଇଛନ୍ତି। ସେହିପରି ଶହଶହ ଶ୍ରଦ୍ଧାଳୁ ଏକତ୍ରିତ ହୋଇ ବୋଇତ ବନ୍ଦନୀ ପରାମ୍ପରାକୁ ମନେ ପକାଇ ଡଙ୍ଗା ଭସାଇଛନ୍ତି। ଏନେଇ ଅତାବିରା ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା । ମନ୍ଦିରର ପାଳି ପୂଜକ ଦାରାସିଂ ମହାପାତ୍ର ବିଶ୍ୱେଶ୍ୱର ବାବାଙ୍କ ଠାରେ ପୂଜାପାଠ, ପୁଷ୍ପାଞ୍ଜଳି, ଆଳତି ସହ ଅନ୍ନ ଭୋଗ ଲାଗି କରିଥିଲେ l