ସମ୍ବଲପୁର ବିଶ୍ବବିଦ୍ୟାଳୟ ଏସଟି ଏସସି କର୍ମଚାରୀ ସଂଘ ପକ୍ଷରୁ ସମ୍ବିଧାନ ଦିବସ ପାଳିତ
ଗୋଡଭଗା:ତା.୨୭/୧୧ (ସଂସ୍କୃତି ମିଡିଆ ବ୍ୟୁରୋ ) ସମ୍ବଲପୁର ସ୍ଥିତ ସାମ୍ବାଦିକ ଭବନଠାରେ ଗତକାଲି ସମ୍ବଲପୁର ବିଶ୍ଵବିଦ୍ୟାଳୟ ଏସଟି ଏସସି କର୍ମଚାରୀ ସଂଘ ପକ୍ଷରୁ ସମ୍ବିଧାନ ଦିବସ ପାଳନ କରାଯାଇଥିଲା। କାର୍ଯ୍ୟକ୍ରମ ଆରମ୍ଭ ପୂର୍ବରୁ ସମ୍ବିଧାନ ପ୍ରଣେତା ଡଃ ବି.ଆର୍. ଆମ୍ବେଦକରଙ୍କ ଫୋଟ ଚିତ୍ରରେ ମାଲ୍ୟାର୍ପଣ କରାଯାଇଥିଲା। ସଭାପତି ନିହାଲ ସିଂଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଏନ୍ଏସବି କଲେଜ ଅଧ୍ୟାପକ ଡକ୍ଟର ରଘୁମଣି ନାଏକ, ମୁଖ୍ୟବକ୍ତା ଆଇନ୍ କଲେଜ ଅଧ୍ୟାପକ କିଶୋର ଜେନା, ସମ୍ମାନିତ ଅତିଥି କାର୍ତ୍ତିକ ବହିଦାର, ଆଇନଜୀବୀ ନାରାୟଣ ସୁନା, ସୁବେଶ ମୁଣ୍ଡା ପ୍ରମୁଖ ଯୋଗଦାନ କରି ସମ୍ବିଧାନ ଦିବସର ତାତ୍ପର୍ଯ୍ୟ ଉପରେ ଆଲୋକପାତ କରିଥିଲେ। ଲୋକଙ୍କର ସମସ୍ୟାର ସରଳ ସମାଧାନ ହୋଇପାରିଲେ ସମ୍ବିଧାନ ଦିବସ ପାଳନ ସଫଳ ହୋଇପାରିବ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ସମ୍ବଲପୁର ବିଶ୍ଵବିଦ୍ୟାଳୟ ଏସଟି ଏସସି କର୍ମଚାରୀ ସଂଘର ସାଧାରଣ ସମ୍ପାଦକ ଗୋପାଳ ଚରଣ ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ।