ଉଦେପୁର ଫେରି ଡ଼ଙ୍ଗାଘାଟରେ ବୋଇତ ବନ୍ଦନୀ : ଆସନ୍ତବର୍ଷରୁ ହେବ ବାଲିଯାତ୍ରା
ଅତାବିରା :- ବରଗଡ଼ – ସମ୍ବଲପୁର ଜିଲ୍ଲା ମଧ୍ୟ ଭାଗରେ ବହିଯାଇଥିବା ମହାନଦୀ ଉଦେପୁର – ଦେଓଗାଁ ଫେରି ଡ଼ଙ୍ଗା ଘାଟରେ ବୋଇତ ବନ୍ଦନୀ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି l ଏଥିରେ ଅତାବିରା, ଭେଡେନ, ମାନେଶ୍ଵର, ବିନିକା ଆଦି ବ୍ଲକ ଅଞ୍ଚଳରୁ ଶତାଧିକ ଶ୍ରଦ୍ଧାଳୁ ଯୋଗ ଦେବାରୁ ମହୋତ୍ସବ ଅଞ୍ଚଳ ଜନସମୁଦ୍ର ପାଲଟି ଯାଇଥିଲା l ଉଦେପୁର ଗ୍ରାମର ଗୌନ୍ତିଆ ମଦନ ମୋହନ ଦାଶ, ପଦ୍ମନାଭ ପୁରୋହିତ, ଜୟ ରାମ ବେହେରା,ଚିନ୍ତାମଣି ଝାଙ୍କର, ସଞ୍ଜୀବ ଦାଶ, ସଞ୍ଜୀବ ସେଟ, ଭରତ ଦନ୍ତା, ଅଶ୍ୱିନୀ ସେଣ, ଜିତେନ୍ଦ୍ର ପୁରୋହିତ, ସୁଜିତ ପୋଢ଼, କୃଷ୍ଣଚନ୍ଦ୍ର ଦନ୍ତା ପ୍ରମୁଖ 2022 ମସିହାରେ ନିଜ ନିଜ ମଧ୍ୟରେ ଚାନ୍ଦା କରି ବୋଇତ ବନ୍ଦନୀ ପାଇଁ ଆସିଥିବା ଶ୍ରଦ୍ଧାଳୁଙ୍କୁ ଚା ବିସ୍କୁଟ ଓ ପାନୀୟ ଦେଇ ଆପୟିତ କରିଥିଲେ l ଗତ ବର୍ଷର ଏଭଳି ଉଦାର ଭାବ ଦେଖି ଗ୍ରାମବାସୀ ଚଳିତ ବର୍ଷ ଏହି ବୋଇତ ବନ୍ଦନୀ ଉତ୍ସବ ଆୟୋଜିତ କରି ଆସନ୍ତା ବର୍ଷରୁ ଏଠାରେ ଶାନ୍ତି ମୈତ୍ରୀ ଏକତା ଆଣିବା ପାଇଁ ଉଦେପୁରବାସୀଙ୍କ ଉଦ୍ୟମରେ ବାଲିଯାତ୍ରା ମହୋତ୍ସବ କରିବାକୁ ସ୍ଥିର କରିଛନ୍ତି l