ୱିନର ବ୍ରାଇଟ ଫ୍ୟୁଚର ବିଦ୍ୟାଳୟର ବାର୍ଷୀକ କ୍ରିଡା ଉତ୍ସବ ଅନୁଷ୍ଠିତ ।
ପଦ୍ମପୁର- ପଦ୍ମପୁର ସହରର ଇଂରାଜୀ ମାଧ୍ୟମ ବଦ୍ୟାଳୟ ୱିନର ବ୍ରାଇଟ ଫ୍ୟୁଚରର ବାର୍ଷୀକ କ୍ରିଡା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଦୁଇ ଦିନ ବ୍ୟାପି ଅନୁଷ୍ଠିତ ଏହି କ୍ରିଡା ଉତ୍ସବରେ ସମାଜସେବୀ ଗୋବର୍ଦ୍ଧନ ଅଗ୍ରୱାଲ ମୁଖ୍ୟ ଅତିଥିଭାବରେ ଯୋଗଦେଇ ଉଦଘାଟନ କରିଥିଲେ । ବିଭିନ୍ନ ବର୍ଗର ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ତା ସହ ଅବିଭାବକ ଓ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ମଧ୍ୟରେ ହୋଇଥିବା ମ୍ୟୁଜିକ ଚେୟାର, ଅଖାଦୌଡ ଓ ତିନି ଗୋଡିଆ ଦୌଡ ପ୍ରତିଯୋଗିତା ସମସ୍ତଙ୍କୁ ବେଶ ମନ ମୋହିଥିଲା । ବିଦ୍ୟାଳୟର ପ୍ରନ୍ସିପାଲ ଆପାଳି ଅପରାଜିତା ଦାସ ଓ ଅଧ୍ୟକ୍ଷ ଶ୍ରୀକାନ୍ତ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଯାପନୀ ସମାରୋହରେ ମୋହନ ବନଛୋର,ସୋନାଲିକା ଶବର,ସୁଦିପ୍ତ ଦାସ, ଗଜେନ୍ଦ୍ର ମହାନ୍ତି ଯୋଗଦେଇ କୃତ ଛାତ୍ରଛାତ୍ରୀ ମାନଙ୍କୁ ପୁରଷ୍କୃତ କରିଥିଲେ । କେଶବ ପ୍ରଧାନ ଓ ଞାନଚାନ୍ଦ ଲୁହାର ଖେଳ ପରିଚାଳନା କରିଥିବା ବେଲେ ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ କାର୍ଯ୍ୟକ୍ରମକୁ ପରିଚାଳନାରେ ସରେଯାଗ କରିଥିଲେ ।