ମନ ମୋହିଲା ପଥପ୍ରାନ୍ତ ନାଟକ ‘ଯମ୍ ହସୁଛେ’

0

ସରଣ୍ଡା,25/11(ସଂସ୍କୃତି ମିଡ଼ିଆ ବ୍ୟୁରୋ ) ବରଗଡ଼ ଜିଲ୍ଲା ଅତାବିରା ବ୍ଲକସ୍ଥିତ ଲରମ୍ଭା କଲେଜର ସମନ୍ବିତ ଯୁବବିକାଶ କାର୍ଯ୍ୟକ୍ରମ  କ୍ରମରେ ଯୁବ ବିକାଶ କାର୍ଯ୍ୟକ୍ରମ   ଯୁବପ୍ରତିଭାଙ୍କୁ ଉତ୍ସାହିତ କରିବା ପାଇଁ କରା ଯାଉଅଛି। ଏହି ଅବସରରେ ଆୟୋଜିତ ବୈଠକରେ ସଡକ ଦୁର୍ଘଟଣାକୁ ରୋକିବା ପାଇଁ  ସଡକ ସୁରକ୍ଷା ଜୀବନରକ୍ଷା ଶୋଭାଯାତ୍ରା କରାଯାଇଥିଲା । ଏହା  କଲେଜ ପରିସର  ରୁ ଆରମ୍ଭ ହୋଇ ଲରମ୍ଭା ଛକ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା ।

ମହାବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଶ୍ରୀ ରବିନାରାୟଣ ପଣ୍ଡା, ଲରମ୍ଭା ହାଇସ୍କୁଲର ଅବସରପ୍ରାପ୍ତ  ପ୍ରଧାନ ଶିକ୍ଷକ ଶ୍ରୀ ଅଶ୍ବିନୀ କୁମାର ପ୍ରଧାନ  ଅତିଥି ଭାବରେ ଯୋଗଦେଇ ଏହାର ଶୁଭାରମ୍ଭ କରିଥିଲେ।  ଏଥିରେ ସ୍ନାତକ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଛାତ୍ରଛାତ୍ରୀ ଯୋଗ ଦେଇଥିଲେ ।  ଏହି ଅବସରରେ ଅଧ୍ୟାପକ ଡଃ ସୁବଳ ରଂଜନ ସାହୁ ଓ ଅଧ୍ୟାପିକା ଯଶୋବନ୍ତୀ ସାଙ୍କ ନିର୍ଦ୍ଦେଶିତ  ପଥପ୍ରାନ୍ତ ନାଟକ ‘ଯମ୍ ହସୁଛେ’ ଲାରମ୍ଭା ଛକଠାରେ ମଚଂସ୍ଥ ହୋଇଥିଲା ।  ନାଟକ ବିଷୟ ବସ୍ତୁ ଓ  ଅଭିନୟ ଜୀବନ୍ତ  ଥିବାରୁ   ଦର୍ଶକ ମହଲରେ ବେଶ୍ ମନ ମୋହିଥିଲା । ଏଥିରେ ବିନା ହେଲମେଟ ଓ  ସିଲଟ୍ ବେଲଟ୍ ରେ ଯାତ୍ରା  କରୁଥିବା ଡ୍ରାଇଭର୍ ମାନଙ୍କୁ ଚକଲେଟ୍  ଦେଇ ସଚେତନ କରାଯାଇଥିଲା । ନାଟକର  ଜୀବନ୍ତ ଅଭିନୟ ପାଇଁ ଅଂଚଳରୁ ବହୁ ପ୍ରଶଂସା ମିଳିପାରିଛି ।


Leave a Reply

Your email address will not be published. Required fields are marked *

error: Content is protected !!