ନୁଆଁ ଖଇରପାଲି କୋଶଳ ସ୍କୁଲରେ ବାର୍ଷିକ କ୍ରୀଡ଼ା ଉଦଯାପିତ
ସରଣ୍ଡା,16/11(ସଂସ୍କୃତି ମିଡ଼ିଆ ବ୍ୟୁରୋ )- ବରଗଡ଼ ଜିଲା ଅତାବିରା ବ୍ଲକ ଅନ୍ତର୍ଗତ ନୁଆଁ ଖଇରପାଲି ସ୍ଥିତ କୋଶଳ ଇଂରାଜୀ ମାଧ୍ୟମିକ ଆବାସିକ ବିଦ୍ୟାଳୟରେ ଶିଶୁ ଦିବସ ସହ ବାର୍ଷିକ କ୍ରୀଡା ପ୍ରତିଯୋଗିତା ବୁଧବାର ଉଦଯାପିତ ହୋଇଯାଇଛି l
ଛୋଟ ଛୋଟ ପିଲାମାନଙ୍କୁ ନେଇ ଶିଶୁଦିବସ ଅବସରରେ ଫ୍ୟାନସି ଡ୍ରେସ୍ ପ୍ରତିଯୋଗିତା କରାଯାଇଥିଲା । ଗତ ୧୪ ଓ ୧୫ ତାରିଖ ଦୁଇ ଦିନ ଧରି ବିଦ୍ୟାଳୟର ବାର୍ଷିକ କ୍ରିଡ଼ା ପ୍ରତିଯୋଗିତାରେ ଅନ୍ୟୁନ ୨୦୦ ରୁ ଅଧିକ ଛାତ୍ରଛାତ୍ରୀ ଭାଗ ନେଇଥିଲେ । ୧୫ ତାରିଖ, ଉଦ୍ଯାପନ ଦିବସରେ ସ୍ଥାନିୟ ଅତାବିରା ଥାନା ଅଧିକାରୀ ସୁକୁମାର ତ୍ରୀପାଠି ମୁଖ୍ୟ ଅତିଥିଭାବେ ଯୋଗ ଦେଇ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ସମସ୍ତ ପ୍ରତିଯୋଗିମାନଙ୍କୁ ତାଙ୍କ ବକୃତାରେ ଉତ୍ସାହିତ କରିବା ସହିତ କୃତୀ ପ୍ରତିଯୋଗିମାନଙ୍କୁ ପ୍ରମାଣ ପତ୍ର ଓ ଟ୍ରଫି ପ୍ରଦାନ କରିଥିଲେ । ମଂଚାସିନ ଅତିଥ୍ ମାନଙ୍କ ମଧ୍ୟରେ ବିଦ୍ୟାଳୟର ନିର୍ଦ୍ଦେଶିକା ନଳିନୀ ପଟନାୟକ, ଅତିରିକ୍ତ ନିର୍ଦ୍ଦେଶିକା ମଧୁ ପଟନାୟକ, ଅଧ୍ୟକ୍ଷ ରବିନ୍ଦ୍ର ନାଥ ବେହେରା ଏବଂ ବିଦ୍ୟାଳୟର ପରିଚାଳନା କମିଟିର କିଛି ସଦସ୍ୟ ଉପସ୍ଥିତ ରହି ସମସ୍ତ ଭାଗନେଇଥିବା ପ୍ରତିଯୋଗିମାନଙ୍କୁ ଉତ୍ସାହିତ କରିଥିଲେ । ଶେଷରେ ଦେବାଶିଶ ସାହୁ, କ୍ରିଡ଼ା ଶିକ୍ଷକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।