ରାଜ୍ୟ ସରକାର ବିରୋଧରେ ଗର୍ଜିଲା ଅତାବିରା ବିଜେପି ଶୋଭାଯାତ୍ରା ସହ ବିଡ଼ିଓଙ୍କୁ ସ୍ମାରକ ପତ୍ର ପ୍ରଦାନ
ସରଣ୍ଡା,16/11(ସଂସ୍କୃତି ମିଡ଼ିଆ ବ୍ୟୁରୋ )- ରାଜ୍ୟ ସରକାର ବିରୋଧରେ ଗର୍ଜିଛି ଅତାବିରା ବିଜେପି l ଓଡିଶାରେ ଚାଲିଥିବା ଦୁର୍ନୀତି, ବ୍ୟଭିଚାର ଓ ଅଗଣତାନ୍ତ୍ରିକ ଶାସନ ବ୍ୟବସ୍ଥା ବିରୋଧରେ ବରଗଡ଼ ଜିଲା ଅତାବିରା ବିଜେପି ପକ୍ଷରୁ ଗୁରୁବାର ଶୋଭାଯାତ୍ରା ସହ ଏବିଡ଼ିଓଙ୍କୁ ସ୍ମାରକପତ୍ର ଦିଆଯାଇଛି । ବୀରସୁରେନ୍ଦ୍ର ସାଏ ପ୍ରତିମୂର୍ତ୍ତିରେ ଏକ ଶୋଭାଯାତ୍ରାରେ ବାହାରି ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲେ । ସେଠାରେ ଏନଏସି ସଭାପତି ସୁରେନ୍ଦ୍ର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ଓଡିଶାରେ ଦୀର୍ଘ ୨୩ ବର୍ଷ ଧରି ଚାଲିଥିବା ବିଜେଡି ସରକାରରେ ଓଡିଆ ଲୋକମାନେ ଆଜି ନିର୍ଯ୍ୟାତିତ, ଯୁବକମାନେ ପ୍ରତାରିତ, ମହିଳାମାନେ ଅସୁରକ୍ଷିତ । ବର୍ଷକୁ ୧ ଲକ୍ଷ କୋଟି ଟଙ୍କାର ଦୁର୍ନୀତିରେ ବୁଡି ରହିଥିବା ଏହି ସରକାର ଆଜି ଅଣଓଡିଆ ଅଫିସର , ଠିକାଦାର ,ବ୍ୟବସାୟୀ ମଧୁଚନ୍ଦ୍ରିକାରେ ଲିପ୍ତ । ଓଡ଼ିଶାରେ ଆଇନ ଶୃଙ୍ଖଳା ଭୁଷୁଡି ପଡ଼ିଛି । ଫଳରେ ଶାନ୍ତିପ୍ରିୟ ଓଡିଶା ଏବେ ଅଶାନ୍ତ ହୋଇପଡିଛି । ଓଡିଶାର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଭିନ୍ନ ଯୋଜନା, କେନ୍ଦ୍ରୀୟ ଅନୁଦାନ ଓ ଅନ୍ୟ ବାବଦରେ ଓଡିଶାକୁ ବିଗତ ୯ ବର୍ଷରେ ୧୮ ଲକ୍ଷ ୮୩ ହଜାର କୋଟି ଟଙ୍କାରୁ ଉର୍ଦ୍ଧ୍ବ ସହାୟତା ଦେଇଛନ୍ତି । କିନ୍ତୁ ବିଜେଡି ସରକାର କେନ୍ଦ୍ରୀୟ ଯୋଜନାକୁ ହରିଲୁଟ କରି ଗରିବ ଲୋକଙ୍କ ବିକାଶରେ ବାଧକ ସାଜିଛି । ଓଡିଶାରେ ୫୦ ପ୍ରତିଶତ ପିସି ସରକାର ଚାଲିଛି । ପ୍ରଧାନମନ୍ତ୍ରୀ ଆବାସଯୋଜନାରେ ଘର ପାଇଁ ଲାଞ୍ଚ ଦେବାକୁ ପଡ଼ୁଛି । ପ୍ରକୃତ ଗରିବ ହିତାଧିକାରୀଙ୍କୁ ଘର ମିଳୁନାହିଁ ।
ବ୍ଲକ ଅଫିସ ସାମ୍ନାରେ ବିଜେପି ନେତା ଯୋଗଦେଇ ବିଜେଡ଼ି ସରକାରଙ୍କୁ କଟୁ ସମାଲୋଚନା କରିଥିଲେ । ବିଡିଓଙ୍କ ଅନୁପସ୍ଥିତିରେ ଏବିଡ଼ିଓ ଗୀରୀନ୍ଦ୍ର ସାହୁ ଦାବୀପତ୍ର ଗ୍ରହଣ କରିଥିଲେ। ଏହିସମୟରେ ବରଗଡ ଏସଡିପିଓ ପଦାରବିନ୍ଦ ତ୍ରୀପାଠୀ,ଥାନା ଅଧିକାରୀ ସୁକୁମାର ତ୍ରୀପାଠୀ ଉପସ୍ଥିତ ଥିଲେ । ଅତାବିରା ବିଜେପି ପକ୍ଷରୁ ଯୁବରାଜ ପ୍ରଧାନ,ବିଦ୍ୟାଧର ପ୍ରଧାନ,ସରୋଜ ମିଶ୍ର,ବିପିନ ଭୋସାଗର,ଭୀମସେନ ମଲ୍ଲିକ,ରାଜ ଅଗ୍ରୱାଲ,ଶ୍ରବଣ ପରିଛା,ପୁଷ୍ପକ ଗାଇଗରିଆ,ଅମିତ ସାହୁ,ଅଶ୍ବିନୀ ତ୍ରୀପାଠୀ,କୌଶିକ ମହାକୁର,ରାଜ ଶର୍ମା,ପ୍ରହଲ୍ଲାଦ ଉର୍ମା,ନିରଞ୍ଜନ ସେଠ,ଦଶରଥ ଭୋଇ ପ୍ରମୁଖ ସହଯୋଗ କରିଥିଲେ ।