ସ୍ୱର୍ଗତ ସାମ୍ବାଦିକ ଭୀଷ୍ମ ପଣ୍ଡାଙ୍କୁ ଶ୍ରଦ୍ଧାଞ୍ଜଳି

0

ସରଣ୍ଡା,16/11(ସଂସ୍କୃତି ମିଡ଼ିଆ ବ୍ୟୁରୋ )- ବରଗଡ଼ ଜିଲା ଅତାବିରା ବ୍ଲକ ଗୋଡ଼ଭଗାର ସାମ୍ବାଦିକ ତଥା ଜର୍ଣ୍ଣାଲିଷ୍ଟ ଏସୋସିଏସନ ଅଫ ବରଗଡ଼ (ଜାଵ )ର ପ୍ରତିଷ୍ଠାତା ସଦସ୍ୟ ଦିବଂଗତ ଭୀଷ୍ମଦେବ ପଣ୍ଡାଙ୍କୁ ବୁଧବାର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି l ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ସୁରେଶ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶୋକସଭାରେ ଜାଵର ସାଧାରଣ ସମ୍ପାଦକ ଯୁଧିଷ୍ଠିର ମହାପାତ୍ର, ସଚ୍ଚିଦାନନ୍ଦ ପାତ୍ର, ନରେନ୍ଦ୍ର ଦାଶ, ଅତାବିରା ଆବାହକ କୀର୍ତ୍ତନ ବିଶ୍ୱାଳ, ସୁରେନ୍ଦ୍ର କାଠର, ହୀରା ମହାକୁର ପ୍ରମୁଖ ଯୋଗ ଦେଇ ସ୍ମୃତି ଚାରଣ କରିଥିଲେ l ପ୍ରାରମ୍ଭରେ ସ୍ବର୍ଗତ ଆତ୍ମାର ସଦଗତି ପାଇଁ 1 ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା l ସେହିପରି ବିଶ୍ବ ହିନ୍ଦୁ ପରିଷଦର କର୍ମକର୍ତ୍ତାମାନେ ସ୍ବର୍ଗତ ଭୀଷ୍ମ ପଣ୍ଡାଙ୍କ ଘରକୁ ଯାଇ ଶୋକସନ୍ତପ୍ତ ପରିବାରଙ୍କୁ ସମବେଦନା ଜ୍ଞାପନ କରିଛନ୍ତି। ବିଶ୍ବ ହିନ୍ଦୁ ପରିଷଦର ଜିଲ୍ଲା ସହସଂପାଦକ ନିତ୍ୟାନନ୍ଦ ନାଏକ, ଭିଏଚ୍ପି ଗୋଡ଼ଭଗା ଶାଖାର ସୁଧୀର ବାରିକ, ସନତ ମାହାଣା, ତରୁଣ ବାଗ, ଅଙ୍କିତ ଜାଲ, ମନୋଜ ମହାରଣା ତାଙ୍କର ପୁତ୍ର ରାଜେଶ ପଣ୍ଡାଙ୍କ ସହ ସାକ୍ଷାତ କରି ଶୋକ ପ୍ରକଟ କରିଥିଲେ। ଏଠାରେ ସୂଚନା ଯୋଗ୍ୟ ଯେ ଗତ 11 ତାରିଖ ଭୀଷ୍ମଦେବ ପଣ୍ଡାଙ୍କ 66 ବର୍ଷ ବୟସରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଥିଲା l


Leave a Reply

Your email address will not be published. Required fields are marked *

error: Content is protected !!