ସିଦ୍ଧାର୍ଥ ପବ୍ଲିକ ସ୍କୁଲରେ ଶିଶୁ ଦିବସ ସହ ଜେଜେମା ଜେଜେବାପା ସମାବେଶ
ସରଣ୍ଡା,14/11(ସଂସ୍କୃତି ମିଡ଼ିଆ ବ୍ୟୁରୋ )- ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଅନ୍ତର୍ଗତ କୁମେଲସିଂହା ସ୍ଥିତ ସିଦ୍ଧାର୍ଥ ପବ୍ଲିକ ସ୍କୁଲରେ ଭାରତର ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ 134 ତମ ଜନ୍ମ ଜୟନ୍ତୀ ଅବସରରେ ମଙ୍ଗଳବାର ଶିଶୁ ଦିବସ ପାଳନ ହୋଇଯାଇଛି l ଏହି ଅବସରରେ ଜେଜେମା ଜେଜେବାପା ଦିବସ ମଧ୍ୟ ପାଳନ କରାଯାଇଥିଲା l ସ୍କୁଲରେ ଅଧ୍ୟୟନ କରୁଥିବା ଛାତ୍ରୀଛାତ୍ରମାନଙ୍କ ପାଞ୍ଚ ଶହ ଜେଜେମା ଜେଜେବାପା ଯୋଡି ଯୋଗ ଦେଇଥିଲେ l ସେମାନଙ୍କୁ ପୂଜ୍ୟ ପୂଜାରେ ପାଦ ପୂଜା କରି ଉପଢୌକନ ଦେଇ ସଂମ୍ମାନିତ କରାଯାଇଥିଲା l
ଓଡ଼ିଆ ରେ ଗୋଟିଏ ଢଗ ଅଛି- “ଯେଉଁ ଘରେ ନାହାନ୍ତି ବୁଢା ବୁଢ଼ୀ ସେ ଘର ଗଲାଣି ବୁଡି” ଆମକୁ ଏହି କଥାରୁ ବୁଝିବାକୁ ପଡିବ ଯେଉଁ ଘରେ ବୁଢା ବୁଢ଼ୀ ନାହାନ୍ତି ସେ ଘର ମୁରବୀଶୂନ୍ୟ ହୋଇ ପିଲା ମାନେ ବହୁ ଅସୁବିଧାର ସାମ୍ନା କରିବାକୁ ପଡୁଛି l ତେଣୁ ବରିଷ୍ଠ ନାଗରିକ ହେଉଛନ୍ତି ପରିବାର, ରାଜ୍ୟ ତଥା ଦେଶର ମୁରବୀ l ଏମାନଙ୍କ ମୁରବୀ ପଣିଆ ଓ ପରାମର୍ଶ ସବୁ ସମୟରେ ଆମକୁ ଉଚିତ ମାର୍ଗ ଦର୍ଶନ ଦେଖାଇଥାଏ। ତେଣୁ ପରିବାରରେ ତାଙ୍କ ଉପସ୍ଥିତି ଏକାନ୍ତ ଅପରିହାର୍ଯ୍ୟ ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ l
ସ୍କୁଲର ଚେୟାରମ୍ୟାନ ଭି. ଶ୍ରୀନିବାସ ରାଓ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ଜଳନ ପୂର୍ବକ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିବା ବେଳେ ଅଧ୍ୟକ୍ଷ ଜି. ଶ୍ରୀନିବାସ ରାଓ ଏବଂ ଏକାଡେମୀକ ଇନଚାର୍ଜ ଅସିତ ଅମାନ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିବା ସହ ଉପସ୍ଥିତ ଜେଜେମା ଜେଜେବାପାଙ୍କୁ ଉଦବୋଧନ ଦେଇଥିଲେ l ଛାତ୍ରୀଛାତ୍ରଙ୍କ ସହ ସେମାନଙ୍କ ଜେଜେମା ଜେଜେବାପାଙ୍କ ବିଭିନ୍ନ ମ୍ୟୁଜିକ ଚେୟାର, ବଳ ଥ୍ରୋ ଖେଳ କରାଇ ପୁରସ୍କୃତ କରାଯାଇଥିଲା l ଏଥିରେ ସ୍କୁଲର ସମସ୍ତ ଶିକ୍ଷୟିତ୍ରୀ ଶିକ୍ଷକ ସହଯୋଗ କରିଥିଲେ l