ସ୍ବର୍ଗତ ସାମ୍ବାଦିକ ଭୀଷ୍ମ ପଣ୍ଡାଙ୍କୁ ଶ୍ରଦ୍ଧାଞ୍ଜଳି

0


ବରଗଡ଼ ,13/11(ସଂସ୍କୃତି ମିଡ଼ିଆ )- ବରଗଡ଼ ଜିଲା ଅତାବିରା ବ୍ଲକ ଗୋଡ଼ଭଗାର ଜଣାଶୁଣା ଖବରଦାତା ସ୍ୱର୍ଗତ ଭୀଷ୍ମଦେବ ପଣ୍ଡାଙ୍କ ପରଲୋକରେ ସୋମବାର ସନ୍ଧ୍ୟାରେ ଗୋଡ଼ଭଗାଠାରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି l
ସୋମବାର ସନ୍ଧ୍ୟା ୭ ଘଣ୍ଟା ସମୟରେ ସ୍ଥାନୀୟ ଦୁର୍ଗାମଣ୍ଡପଠାରେ ଦୁର୍ଗାପୂଜା କମିଟିର ସଭାପତି ରାମକୃଷ୍ଣ ଅଗ୍ରୱାଲ ଙ୍କ ସଭାପତିତ୍ବରେ ଏକ ସାଧାରଣ ସଭା କରାଯାଇ ସ୍ବର୍ଗତ ଭିଷ୍ମଦେବ ପଣ୍ଡାଙ୍କ ପାଇଁ ୨ ମିନିଟ  ନୀରବ ପ୍ରାର୍ଥନା କରାଯାଇଥିଲା । ପରେ ଏକଶ୍ରଦ୍ଧାଞ୍ଜଳି ସଭା କରାଯାଇ ସ୍ବର୍ଗତ ଭୀଷ୍ମ ବାବୁଙ୍କ ଉପରେ ସଭ୍ୟ ମାନେ ତାଙ୍କ ସହ ଥିବା ଅନୁଭୁତି ବାଣ୍ଟିଥିଲେ । ସଭାରେ ସମ୍ପାଦକ ଦେବବ୍ରତ ରଥ, କର୍ତ୍ତା ପ୍ରଦୀପ ପ୍ରଧାନ, କୁଳମଣି ପ୍ରଧାନ, ସୁରେଶ ଦାଶ, ବିଭୁ ମହାନ୍ତି, କେ. ୱରପ୍ରସାଦ, ଡ.ଚିତ୍ତରଞ୍ଜନ ଜେନା, ପ୍ରମରଜ୍ ପ୍ରଧାନ, ସତିଶ ଦାଶ ଆଦି ସଂଖ୍ୟାଧିକ ସଭ୍ୟ ଉପସ୍ଥିତ ଥିଲେ ।

ଏଠାରେ ସୂଚନା ଯୋଗ୍ୟ ଯେ, ଗୋଡ଼ଭଗାର ବରିଷ୍ଠ ସାମ୍ବାଦିକ, ଚାଷୀ ନେତା ଭୀଷ୍ମଦେବ ପଣ୍ଡା(୬୬ ବର୍ଷ)ଙ୍କ ଗତ 10 ତାରିଖ ଶନିବାର ଅପରାହ୍ଣରେ ସମ୍ବଲପୁର ଜିଲ୍ଲା ଚିକିତ୍ସାଳୟରେ ମୃତ୍ୟୁ ଘଟିଥିଲା। ସେ କିଡନୀ ରୋଗରେ ଆକ୍ରାନ୍ତ ହୋଇଥିବାରୁ ତାଙ୍କୁ ନିୟମିତ ଡ଼ାଇଲେସିସ୍ କରାଯାଉଥିଲା। ଶନିବାର ସକାଳେ ହଠାତ୍ ଅସୁସ୍ଥ ହେବାରୁ ସମ୍ବଲପୁରର ଏକ ଘରୋଇ ହସ୍ପିଟାଲକୁ ନେଇ ଥିଲେ। ସେଠାରୁ ପୁଣି ଡ଼ାଇଲେସିସ୍ ପାଇଁ ସମ୍ବଲପୁର ସରକାରୀ ଡ଼ାକ୍ତରଖାନା ନେଇଥିଲେ। ଡ଼ାଇଲେସିସ୍ ନ କରି ଏକ ଇଞ୍ଜେକସନ୍ ଦେବାର ଗୋଟିଏ ମିନିଟ୍ ପରେ ଅପରାହ୍ଣ ସାଢ଼େ ୪ଟାରେ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିବା ତାଙ୍କର ପୁତ୍ର ସାମ୍ବାଦିକ ରାଜେଶ ପଣ୍ଡା ସୂଚନା ଦେଇଛନ୍ତି । ତାଙ୍କର ମର ଶରୀର ନିଜ ଗୋଡ଼ଭଗା ଗୋଲକନଗରକୁ ଆଣିବା ପରେ ରାତିରେ ଗାଁ ଶ୍ବଶାନଘାଟକୁ ଅନ୍ତିମ ସଂସ୍କାର କରାଯାଇଛି। ତାଙ୍କ ବିୟୋଗ ପରେ ସେ ପତ୍ନୀ, ପୁତ୍ର, ପୁତ୍ରବଧୁ, ବିବାହିତ ଝିଅ, ଜ୍ବାଇଁ, ନାତିଙ୍କୁ ଛାଡ଼ି ଯାଇଛନ୍ତି। ଜର୍ନାଲିଷ୍ଟ ଏସୋସିଏସିନ୍ ଅଫ୍ ବରଗଡ଼ର ଏହି ବରିଷ୍ଠ ସଦସ୍ୟ ବହୁବାର ଜିଲ୍ଲା ସଂଘରୁ ଏନ୍ୟୁଜେକୁ ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ଭାବେ ମନୋନିତ ହୋଇଥିଲେ l ତାଙ୍କ ବିୟୋଗରେ ସାମ୍ବାଦିକ ମହଲ ସମେତ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି।


Leave a Reply

Your email address will not be published. Required fields are marked *

error: Content is protected !!