ବିଜେପୁରରେ ସାର୍ବଜନୀନ ଶ୍ୟାମାକାଳୀ ପୂଜା

0

ବରଗଡ:-ବରଗଡ ଜିଲ୍ଲା ବିଜେପୁର ବ୍ଲକ ସଦରମହକୁମା ସ୍ଥିତ ବସଷ୍ଟାଣ୍ଡ ଠାରେ ମାଁ ଶ୍ୟାମାକାଳୀ ପୂଜାମହୋତ୍ସବ ରବିବାର ଦିନ ଆରମ୍ଭ ହୋଇଯାଇଛି।ଶନିବାର ସଂଧ୍ୟାରେ ଦାମୋଦର କଟା ରୁ ଏକ ଭବ୍ୟ ଖଣ୍ଡାଧୁଆ ଓ  କଳସ  ଶୋଭାଯାତ୍ରା ବାହାରି ସମଗ୍ର ସହର ପରିକ୍ରମା ପରେ ପୂଜାମଣ୍ଡପରେ ସ୍ଥାପନ କରାଯାଇଥିଲା।ରବିବାର ପୂର୍ବାହ୍ନରେ ମୃମୟୀ ଦେବୀ ମୂର୍ତ୍ତି କୁ ଜୀବନ୍ୟାସ କରା ଯିବା ସଙ୍ଗେ ସଙ୍ଗେ ପ୍ରାରମ୍ଭେ ସୂର୍ଯ୍ୟଦେବଙ୍କ ପୂଜା, ଅଙ୍କୁର ରୋପଣ,ଦ୍ୱାରପାଳ ପୂଜା କରାଯାଇଥିଲା।ଦେବୀଙ୍କୁ ପୂଜାଅର୍ଚ୍ଚନା ସହ ଚଣ୍ଡିପାଠ,ହୋମ ଆଳତୀ ଆଦି ପୂଜାକର୍ମ ରୀତିନୀତି ସହକାରେ ହୋଇଛି।ଜୟକୃଷ୍ଣ ଡନସନା ଓ ମହେଶ କୁମାର ଦେବତା କର୍ତ୍ତା ଭାବରେ ଦାୟିତ୍ୱ ତୁଲାଉଥିବା ବେଳେ,ମୁଖ୍ୟ ପୁରୋହିତ ତଥା ଚଣ୍ଡିପାଠକ କିଶୋର ଚନ୍ଦ୍ର ପୂଜାରୀ,ପୁସ୍ତକାଚାର୍ଯ୍ୟ ହରି ନାରାୟଣ ତ୍ରିପାଠୀ,ଚନ୍ଦନ ଶର୍ମା ପୂଜାକର୍ମ ସମ୍ପାଦନ କରୁଛନ୍ତି।ରମାରମଣ ଗୁରୁ,ପ୍ରଦୀପ ପାଣିଗ୍ରାହୀ,ନେପାଳ ଗୁରୁ,ନିପନ ଦାଶ,ଅଂଶୁମାନ ରଥ ପ୍ରମୁଖ ପୂଜାକାର୍ଯ୍ୟରେ ସହଯୋଗ କରୁଛନ୍ତି।ପୂଜା କମିଟିର ସଭାପତି ସୁବାସ ଛୁରା,ସମ୍ପାଦକ ସୂର୍ଯ୍ୟକାନ୍ତ ବାରିକ,କୋଷାଧ୍ୟକ୍ଷ ବାଳକୃଷ୍ଣ ପାଢୀ ,କିଶୋର ସାହୁ,ରାଜେଶ ସେଠ,ମଧୁସୂଦନ ଖମାରୀ,ରାଜେଶ ଅଗ୍ରୱାଲ, ବିକାଶ ପଧାନ, ସୁଦାମ ଖର୍ସେଲ, ରାଜା ଭାରତୀ ପ୍ରମୁଖ କର୍ମକର୍ତ୍ତା ଗଣ ପୂଜା ପରିଚାଳନାରେ ସହଯୋଗ କରୁଛନ୍ତି।ପ୍ରତ୍ୟହ ସଂଧ୍ୟାରେ ବିଭିନ୍ନ ପ୍ରକାରର ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି।


Leave a Reply

Your email address will not be published. Required fields are marked *

error: Content is protected !!