ଅତାବିରାର ସରଣ୍ଡାଠାରେ ନୂତନ ଅତାବିରା ଜେଏମଏଫସି କୋର୍ଟ ଗୃହର ଭିତ୍ତି ପ୍ରସ୍ତର ସ୍ଥାପିତ

0

ସରଣ୍ଡା,୧୪।୧:(ସଂସ୍କୃତି ମିଡ଼ିଆ ବ୍ୟୁରୋ )-ବରଗଡ଼ ଜିଲ୍ଲା ଅତାବିରା ବ୍ଲକ୍ ଅନ୍ତର୍ଗତ ସରଣ୍ଡା ଠାରେ ରବିବାର ଅତାବିରା ଜେଏମଏଫସି କୋର୍ଟ ଗୃହ ନିର୍ମାଣ ପାଇଁ ଭୂମିପୂଜନ ଓ ଭିତ୍ତି ପ୍ରସ୍ତର ସ୍ଥାପନ କାର୍ଯ୍ୟ ସମ୍ପର୍ଣ୍ଣ ହୋଇଯାଇଛି। ଆଜି ରବିବାର ପୁର୍ବାହ୍ନ ରେ ସରଣ୍ଡା ଶିବ ମନ୍ଦିର ର ଅପରପାର୍ଶ୍ବରେ ରେ ଥିବା ପଡିଆରେ ଭୂମିପୂଜନ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଥିଲା।ମୂଖ୍ଯ ଅତିଥି ଭାବରେ ଓଡିଶା ହାଇକୋର୍ଟ ର ମାନ୍ୟବର କାର୍ଯ୍ୟକାରୀ ପ୍ରଧାନ ବିଚାରପତି ଏବଂ ହାଇକୋର୍ଟ ବିଲଡିଂ କମିଟି ଅଧ୍ଯକ୍ଷ ବିଦ୍ୟୁତ ରଞ୍ଜନ ଷଡଙ୍ଗୀ ଯୋଗ ଦେଇ ଏହି ଶୁଭ ଦେଇଥିଲେ। ନିର୍ମାଣ ସ୍ଥଳରେ ପହଞ୍ଚିବା ପରେ ମୂଖ୍ୟ ବିଚାରପତି ଏବଂ ବିଚାରପତିଙ୍କୁ ପୁଷ୍ପଗୁଚ୍ଛ ଏବଂ ଉତ୍ତରୀୟ ଦେଇ ସମ୍ମାନୀତ କରାଯାଇଥିଲା। ପରେ ତାଙ୍କୁ ଗାର୍ଡ ଅଫ ଅନର ଦିଆଯାଇଥିଲା। ପୂଜାର୍ଚ୍ଚନା ପରେ ଫଳକ ଉନ୍ମୋଚନ କରାଯାଇଥିଲା । ପଣ୍ଡିତ ଜୟକୁମାର ଦାଶ ପୂଜାର୍ଚ୍ଚନା କରିଥିଲେ । ସମ୍ମାନିତ ଅତିଥି ଭାବରେ ଓଡ଼ିଶା ହାଇକୋର୍ଟ ର ନ୍ଯାୟାଧିଶ ଏବଂ ବରଗଡ ଜିଲ୍ଲା ପାଇଁ ଆଡମିନିଷ୍ଟ୍ରେଟିଭ୍ ଜଜ୍ ଚିତ୍ତରଞ୍ଚନ ଦାଶ, ହାଇକୋର୍ଟ ରେଜିଷ୍ଟାର ଜେନେରାଲ ପ୍ରତାପ କୁମାର ପାତ୍ର ,ଭିଜିଲାନ୍ସ ରେଜିଷ୍ଟାର ଅଖିଳ କୁମାର ପଶ୍ଚିମକବାଟ , ଅତିରିକ୍ତ ରେଜିଷ୍ଟାର ଆନନ୍ଦ ଦାଶ , ବରଗଡ ଜିଲ୍ଲା ଓ ଦୌରା ଜଜ ଲୁନା ମହାନ୍ତି, ସ୍ଵତନ୍ତ୍ର ପୋକସୋ କୋର୍ଟ ଅଧିକାରୀ ସତ୍ୟ ରଞ୍ଜନ ପ୍ରଧାନ, ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ସଂଘମିତ୍ରା ଶର୍ମା ,ବରଗଡ ଜିଲ୍ଲାପାଳ ମୋନିଷା ବାନାର୍ଜି,ଜିଲ୍ଲା ଆରକ୍ଷି ଅଧିକ୍ଷକ ପ୍ରହଲ୍ଲାଦ ସହାଅ ମିନା ,ସିଭିଲ ଜଜ ( ସିନିୟର୍ ଡିଭିଜନ ) ପ୍ରଜ୍ଞା ଲଳିତ ମିଶ୍ର, ରେଜିଷ୍ଟ୍ରାର ବିଭୁ କଲ୍ୟାଣ ପାଢ଼ୀ, ଫେମିଲ କୋର୍ଟ ଜଜ ସୁଶାନ୍ତ ପଟେଲ , ଅତାବିରା ଜେଏମଏଫ୍ସି ତଥା ଗ୍ରାମ ନ୍ୟାୟାଳୟ ଅଧିକାରୀ ଇର୍ଷିତା କେଶରବାନି ପ୍ରମୁଖ ଅତିଥି ଭାବରେ ଉତ୍ସବରେ ଯୋଗ ଦେଇଥିଲେ। ଏହି ଅବସରରେ ଅତାବିରା ଓକିଲ ସଂଘ ସଭାପତି ଦୁର୍ଯୋଧନ ଛତର , ଉପସଭାପତି ତ୍ରିପୁରାରୀ ଚାନ୍ଦ, ସମ୍ପାଦକ ହିତେନ୍ଦ୍ରିୟ ପ୍ରଧାନ , ଯୁଗ୍ମ ସମ୍ପାଦକ ଦେବାନନ୍ଦ ଦାଶ, କୋଷାଧ୍ୟକ୍ଷ ନିରୋଦ ମହାକୁର, ବରିଷ୍ଠ ସଦସ୍ୟ ବିରେନ୍ଦ୍ର ବାଙ୍କା, ତ୍ରିଲୋଚନ ବେହେରା, ବୈକୁଣ୍ଠ ମେହେର, ଉନୀ କ୍ରିଷ୍ଣନ ନାୟାର , ରବି ପଣ୍ଡା ,ସମୀର ଦାଶ,ବଲ୍ଲଭ ଭୋଇ, ବିରେନ୍ଦ୍ର ତ୍ରିପାଠୀ , ବିକାଶ ମିଶ୍ର ,ମନୋଜ ଷଡ଼ଙ୍ଗୀ, ଘଡି ଗୋପାଳ ପାଣିଗ୍ରାହୀ, ଧୀରେନ୍ଦ୍ର ବିଶି, ଅରବିନ୍ଦ ସୁଶାରୀ, ସାରଦାନନ୍ଦ ମିଶ୍ର, ଦିଲିପ ସ୍ୱାଇଁ,ଅମିୟ ମହାନ୍ତି, ଦିବ୍ୟ କିଶୋର ମିଶ୍ର, ରାଜେଶ୍ ପାଣ୍ଡେ, ସମୀର ମହାପାତ୍ର,ମାନସ ରଞ୍ଜନ ତ୍ରିପାଠୀ,ଧନପତି ବାଦି, ୱାସିମ୍ ରାଜା ଖାଁ, ଯୁଧିଷ୍ଟିର ସାହୁ,ରୁଷ୍ୟସୃଙ୍ଗ ବଗାର, ଆଶିଷ ମେହେର, ଅଶୋକ ପତି ପ୍ରମୁଖଙ୍କ ସହ ବହୁ ବରିଷ୍ଠ ଆଇନଜିବୀ ଓ କର୍ମକର୍ତ୍ତା ମାନେ ପରିଚାଳନାରେ ସହଯୋଗ କରିଥିଲେ। ପଣ୍ଡିତ ଜୟକୁମାର ଦାଶ ପୂଜାର୍ଚ୍ଚନା କରିଥିଲେ ।  ସ୍ଥାନ ଅଭାବରୁ ବହୁ ଦିନରୁ ନିର୍ମାଣ ହେବାକୁ ଥିବା କୋର୍ଟର ଗୃହ ନିର୍ମାଣ ହୋଇପାରିନ ଥିବାରୁ ଲୋକଙ୍କ ମଧ୍ୟରେ ଆଶଙ୍କା ରହିଥିଲା । ଅତାବିରା ତହସିଲଦାର ଏଥିପାଇଁ ୩ଏକର ଜମି ଦେଇଥିବାରୁ ଏଥିରେ କୋର୍ଟ ନିର୍ମାଣ ହେବାକୁ ଯାଉଛି । ଆଜିର ଶିଳାନ୍ୟାସ ପରେ ଲୋକଙ୍କ ସବୁ ଆଶଙ୍କା ଦୂର ହୋଇପାରିଛି । ସୂଚନା ଯୋଗ୍ୟ ଯେ ଅତାବିରା ଗ୍ରାମ୍ୟ ନ୍ୟାୟାଳୟ ଟି 2006ରେ ବରଗଡ଼ ମୁଖ୍ୟଳାୟରେ ଆରମ୍ଭ ହୋଇ ପରବର୍ତ୍ତୀ ସମୟରେ ଏହି ନ୍ୟା୍ୟାଳୟ ଟି ଅତାବିରା ଡ଼ାକବଙ୍ଗଳା ରେ ଅସ୍ଥାୟୀ ଭାବେ ଚାଳି ଆସୁଛି l

 


Leave a Reply

Your email address will not be published. Required fields are marked *

error: Content is protected !!