ବ୍ୟାସକବି ଫକିର ମୋହନ ସେନାପତିଙ୍କ ଜୟନ୍ତୀ ପାଳିତ

କୁଚିଣ୍ଡା, ୧୪/୦୧ (ସଂସ୍କୃତି ମିଡିଆ) – ଆଧୁନିକ ଓଡ଼ିଆ ସାହିତ୍ୟର ଜନକ ବ୍ୟାସକବି ଫକିର ମୋହନ ସେନାପତିଙ୍କ ଜୟନ୍ତୀ ଆଜି କୁଚିଣ୍ଡାସ୍ଥିତ ଆଦିବାସୀ ଭବନଠାରେ ମହାସମାରୋହରେ ପାଳିତ ହୋଇଯାଇଛି। ଅନୁଷ୍ଠିତ ସଭାରେ ଅବସରପ୍ରାପ୍ତ କଲେଜ ଅଧ୍ୟକ୍ଷ ତଥା ସାହିତ୍ୟିକ ସୁବାସ ଚନ୍ଦ୍ର ନାୟକ ସଭାପତିତ୍ବ କରିଥିଲା ବେଳେ କୁଟୁରାଚୁଆଁ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କବି ଭବାନୀ ଶଙ୍କର ନାୟକ ମୁଖ୍ୟ ଅତିଥି, ସାହାଜବାହାଲ ଆବାସିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଦର୍ଶନ ପାଣି ମୁଖ୍ୟବକ୍ତା ଓ କବିୟତ୍ରୀ ରଜନୀ ପଟେଲ ସମ୍ମାନିତ ଅତିଥି ଭାବରେ ଯୋଗଦାନ କରି ପ୍ରଥମେ ବ୍ୟାସକବିଙ୍କ ତୈଳଚିତ୍ର ରେ ପୁଷ୍ପାର୍ଘ୍ୟ ପ୍ରଦାନ କରି ଶ୍ରଦ୍ଧାଂଜଳି ଜ୍ଞାପନ କରିଥିଲେ। ଅତିଥିମାନେ ଫକିର ମୋହନଙ୍କ ଗଦ୍ୟ ଓ ପଦ୍ୟ ସାହିତ୍ୟ ତଥା ଜୀବନୀ ସଂପର୍କରେ ଆଲୋଚନା କରି ସେ ଜଣେ ଶ୍ରେଷ୍ଠ ସମାଜ ସଂସ୍କାରକ ଥିଲେ ବୋଲି ମତବ୍ୟକ୍ତ କରିଥିଲେ। ଏଥିରେ ସହର ଓ ଗ୍ରାମାଞ୍ଚଳର ସାହିତ୍ୟିକ, ବୁଦ୍ଧିଜୀବୀ ତଥା ସମଲେଶ୍ଵରୀ ନର୍ସିଂ କଲେଜର ଛାତ୍ରୀଗଣ ଯୋଗଦେଇ ବ୍ୟାସକବିଙ୍କୁ ଶ୍ରଦ୍ଧାଂଜଳି ପ୍ରଦାନ କରିଥିବା ବେଳେ ଶେଷରେ ଆବାହକ ନୃପଲାଲ ଦେବ ଧନ୍ୟବାଦ ଅର୍ପଣ କରିଥିଲେ।
(କୁଚିଣ୍ଡାରୁ ସୁବାସ ନାୟକଙ୍କ ରିପୋର୍ଟ)