ପାଇଥିବା ମୋବାଇଲକୁ ହସ୍ତାନ୍ତର କଲେ ସ୍ବେଚ୍ଛାସେବୀ

0

କୁଚିଣ୍ଡା, 14/1 (ସଂସ୍କୃତି ମିଡିଆ)- ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକ ଅନ୍ତର୍ଗତ କୁଲେଇଗଡ଼ରୁ ଧୁଡିପାଲି ଗାଁ କୁ ସଂଯୋଗ କରୁଥିବା ରାସ୍ତାର କୁଡାପଡା ରାସ୍ତା ଉପରେ କାହାର ନୋକିଆ ମୋବାଇଲଟିଏ ପଡ଼ି ଯାଇଥିଲା।ସେହି ରାସ୍ତାଦେଇ ସନ୍ଧ୍ୟାରେ ଯାଉଥିବା ବେଳେ ସ୍ବେଚ୍ଛାସେବୀ ସରୋଜ ମେହେର ଏହି ନୋକିଆ ମୋବାଇଲଟି ପାଇଥିଲେ ।ତାକୁ ଫେରସ୍ତ କରିବା ପାଇଁ ଫୋନ ମାଧ୍ୟମରେ ଯୋଗାଯୋଗ କରିବାରୁ ଜଣା ପଡ଼ିଥିଲା ଯେ ସେହି ମୋବାଇଲଟି ଲାଡ଼ମପାଲି ଗାଁର ଦ୍ୱିତୀୟ ପିଂଙ୍କର ଅଟେ। ତାଙ୍କୁ ଯୋଗାଯୋଗ କରିବାରୁ ସେ କହିଥିଲେ ଯେ ନିଜ ଗାଁରୁ ସନ୍ଧ୍ୟା ସମୟରେ କୁଟୁରାଚୁଆଁକୁ ଗୋଟିଏ କାମରେ ଆସୁଥିଲେ। ସେହି ସମୟରେ କୁଡାପଡା ଓ ଗୟାମାଳ ମଝିରେ ମୋବାଇଲଟି ପଡ଼ିଯାଇଥିଲା । ସେ ଜାଣି ପାରିନଥିଲେ। ସେହି ମୋବାଇଲକୁ ସ୍ୱେଚ୍ଛାସେବୀ ତଥା ୱାର୍ଡ ମେମ୍ବର ସରୋଜ ମେହେର ପାଇଥିଲେ । ଆଉ ଆଜି ସକାଳେ ତାଙ୍କୁ ଡାକି ମୋବାଇଲ ହସ୍ତାନ୍ତର କରଥିଲେ । ଏହି ମହନୀୟ କାର୍ଯ୍ୟ ପାଇଁ ଶ୍ରୀ ମେହେରଙ୍କୁ ସମାଜସେବୀ ସୁବାସ ନାୟକ, ଦ୍ଵିତୀୟ ପିଂ ଓ ଅନ୍ୟମାନେ ଉଚ୍ଚ ପ୍ରଶଂସା କରିଛନ୍ତି।

(କୁଚିଣ୍ଡାରୁ ସୁବାସ ନାୟକଙ୍କ ରିପୋର୍ଟ)


Leave a Reply

Your email address will not be published. Required fields are marked *

error: Content is protected !!