ବୋରୱେଲ ଗାଡ଼ି ତଳେ ଶୋଇଥିବା ବେଳେ ଚାଲିଗଲା ୪ ଜୀବନ

ବରଗଡ଼,18/1(ସଂସ୍କୃତି ମିଡ଼ିଆ )- ବରଗଡ଼ ଜିଲ୍ଲା ମେଲଚ୍ଛାମୁଣ୍ଡା ଥାନା ଅନ୍ତର୍ଗତ ବିର୍ଜାମ ଗ୍ରାମରେ ବୁଧବାର ବିଳମ୍ବିତ ରାତ୍ରିରେ ବୋରୱେଲ ଗାଡ଼ି ତଳେ ଚାଲିଯାଇଛି ୪ ଜଣଙ୍କ ଜୀବନ l
ପ୍ରାପ୍ତ ଖବର ଅନୁସାରେ ବୋରୱେଲ ଗାଡ଼ି ନଳକୂପ ଖୋଲିବା ପାଇଁ ଆସିଥିଲା । ଯାହାର ନମ୍ବର ହେଉଛି କେ ଏ 01/ବି 5513 l ବୋରୱେଲ ଖୋଳିବା ପାଇଁ ଆସୁଥିବା ବେଳେ ୪ ଜଣଙ୍କୁ ଗାଡ଼ି ଚାପି ଦେଇଥିଲା। ଏହାଫଳରେ ସେମାନଙ୍କର ମୃତ୍ୟୁ ହୋଇଛି। ମୃତକମାନେ ମଧ୍ୟ ପ୍ରଦେଶର ବୋଲି ସୂଚନା ରହିଛି। ହେଲେ ଏଯାଏଁ ସେମାନଙ୍କ ପୁରା ପରିଚୟ ମିଳିପାରିନାହିଁ l ବିଳମ୍ବିତ ରାତିରେ ବରଗଡ଼ ଜିଲ୍ଲା ମେଲଛାମୁଣ୍ଡା ଥାନା ବିରଜାମ ଗାଁରେ ଏଭଳି ଅଘଟଣ ଘଟିଛି।ଏପରି ଅଭାବନୀୟ ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ମେଲଛାମୁଣ୍ଡା ପୋଲିସ ଗାଡି ଜବତ କରିବା ସହ ମୃତକଙ୍କ ଶବକୁ ପଦ୍ମପୁର ଡାକ୍ତରଖାନାକୁ ବ୍ୟବଚ୍ଛେଦ ପାଇଁ ପଠାଇ ଏକ ମାମଲା ରୁଜୁ କରିଛି l