ଲୁଟ ହୋଇଥିବା 500 ଟି ଗ୍ୟାସ ସିଲିଣ୍ଡର ଜବତ ଓ 9 ଜଣ ଗିରଫ

0

ସରଣ୍ଡା,16/1(ସଂସ୍କୃତି ମିଡ଼ିଆ ବ୍ୟୁରୋ )– ବରଗଡ଼ ଜିଲ୍ଲା ଅତାବିରା ପୋଲିସ କୁ ମିଳିଛି ବଡ଼ ସଫଳତା ।ବିଭିନ୍ନ ଗ୍ୟାସ ଗୋଦାମ ରେ ସିକ୍ୟୁରୀଟି ଗାର୍ଡ ଙ୍କୁ ଭୟଭିତ କରି ଲୁଟ କରୁଥିବା 6 ଜଣ ଆନ୍ତରାଜ୍ୟ ଅପରାଧି ଙ୍କ ସମେତ 3 ଜଣ ଗ୍ରାହକ ଙ୍କୁ ଗିରଫ କରିବାରେ ସଫଳ ହୋଇଛି ବରଗଡ଼ ପୋଲିସ । ସେମାନଙ୍କ ଠାରୁ 500 ଟି ବିଭିନ୍ନ କମ୍ପାନୀର ଭର୍ତି ସିଲିଣ୍ଡର ସହ 4 ଟି ଲୁହା ଛଡ଼ ,ଗୋଟିଏ କଟର,ଗୋଟିଏ ଟିଭିଏସ ମୋଟର ସାଇକେଲ ,ଗୋଟିଏ ଭୁଜାଲି, ଆଠଟି ମୋବାଇଲ ଓ ଗୋଟିଏ ଚାରିଚକିଆ ଗାଡି ଜବତ କରାଯାଇଛି ।ଅଭିଯୁକ୍ତ ମାନେ ହେଲେ ଡାନିଏଲ କେର୍କେଟା, ଆଶିଷ ସିଂ, ଦେବାଶିଷ ସେନାପତି, ଡିଲେଶ୍ଵର ପରିଡା ,ସଂଜୟ ପ୍ରଧାନ ,ତାପସ କୁମାର ଗଡ଼ତିଆ ଓ କ୍ରେତା ହଲେ ସମ୍ବଲପୁର ର ବିବେକା ନନ୍ଦ ସାହୁ,ଫିରୋଜ ଖାଁ ଏବଂ ନରେଶ କୁମାର ସାହୁ ।

ଗତ 4 ତାରିଖ ଦିନ ଅତାବିରା ଥାନା ଅଞ୍ଚଳର ସିର୍ଦ୍ଧାଥ ଶଙ୍କର ପଣ୍ଡା ନାମକ ଜଣେ ଗ୍ୟାସ ବ୍ୟବସାୟୀଙ୍କ ଇଣ୍ଡେନ ଗ୍ୟାସ ଏଜେନ୍ସି ରହିଥିବା ଗୋଦାମ ରୁ ସିକ୍ୟୁରୀଟି ଗାର୍ଡ କୁ ଭୟଭୀତ କରି 158 ଟି ଗ୍ୟାସ ଭର୍ତ୍ତି ସିଲିଣ୍ଡର ନେଇ ଯାଇଥିବା ଅଭିଯୋଗ କରିଥିଲେ ଯାହାକୁ ନେଇ ପୋଲିସ ତଦନ୍ତ ଜାରି ରଖିଥିଲା ଗତକାଲି ପଡୋଶୀ ଛଟିଶଗଡ଼ ରାଜ୍ୟରେ ସମାନ ଭାବେ ଡକାୟତି କରି ଫେରୁଥିବା ବେଳେ ପୋଲିସ ସେମାନଙ୍କୁ ଗିରଫ କରିଛି । ସେମାନଙ୍କ ନାଁ ରେ ବିଭିନ୍ନ ଥାନାରେ 9 ଗୋଟି ମାମଲା ଥିବା ବେଳେ ଆଜି ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ବରଗଡ଼ ପୋଲିସ ବୋଲି ସୂଚନା ଦେଇଛନ୍ତି ବରଗଡ଼ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ତପନ କୁମାର ମହାନ୍ତି ।

 


Leave a Reply

Your email address will not be published. Required fields are marked *

error: Content is protected !!