ଗାୟତ୍ରୀ ହେଲଥ କେୟାରର ବାର୍ଷିକ ଉତ୍ସବ ସ୍ପାର୍କ- ୨, ଲଷ୍ମଣଙ୍କ ଧର୍ମ ଅନୁସରଣ କରନ୍ତୁ ଡାକ୍ତର

ସରଣ୍ଡା,26/1( ସଂସ୍କୃତି ମିଡ଼ିଆ )- ବରଗଡ଼ – ସମ୍ବଲପୁର ଜିଲ୍ଲା ସୀମାନ୍ତ ଗୋଡ଼ଭଗା ଗୋଲକନଗର ସ୍ଥିତ ଗାୟତ୍ରୀ ହେଲଥ କେୟାରର ଦ୍ୱିତୀୟ ବାର୍ଷିକ ଉତ୍ସବ ସ୍ଵାର୍କ -୨ ଶୁକ୍ରବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି l ଏହାକୁ ଗୋଡ଼ଭଗା ଲାଇନ୍ସ କ୍ଳବ ସଂଯୋଜନା କରିଥିଲେ l ମାଁ ସମଲେଇଙ୍କ ଫଟୋଚିତ୍ରରେ ଅତିଥି ଗଣ ପ୍ରଦୀପ୍ରଜ୍ଜଳନ ପୂର୍ବକ କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ l
ସେବା କରିବାର ମନୋବୃତ୍ତି ସମସ୍ତଙ୍କର ନ ଥାଏ l ପୌରାଣିକ କଥାବସ୍ତୁର ଲକ୍ଷ୍ମଣ 14 ବର୍ଷ ଧରି ବନବାସରେ ନ ଖାଇ ନ ପିଇ ଅନିଦ୍ରା ରହି ଅହରାତ୍ର ସେବା କରି ନିଜ ଧର୍ମ ନିର୍ବାହ କରିଥିଲେ l ଆଜିକାର ଦିନରେ ଡାକ୍ତରମାନେ ମଧ୍ୟ ସେହି ଲକ୍ଷ୍ମଣଙ୍କ ଧର୍ମ ଅନୁସରଣ କରିବାର ଆବଶ୍ୟକତା ରହିଛି ବୋଲି ବକ୍ତାଗଣ ମତ ବ୍ୟକ୍ତ କରିଥିଲେ l ଡାକ୍ତର ଚିତ୍ତରଞ୍ଜନ ଜେନାଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି ଉତ୍ସବରେ ଅବସର ପ୍ରାପ୍ତ ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ପଣ୍ଡା, ପୁରୁଷୋତ୍ତମ ପତି,ପଞ୍ଚାନନ ଦଳପତି, ଅବସର ପ୍ରାପ୍ତ ବାୟୁସେନା ମାଷ୍ଟର ୱାରାଣ୍ଟ ଅଫିସର ରଜନୀକାନ୍ତ ରାଉତ, କୋଶଲ ସ୍କୁଲର ଅଧ୍ୟକ୍ଷ ରବୀନ୍ଦ୍ର ନାଥ ବେହେରା, କିଞ୍ଜିରୀକେଲା ଥାନା ଆଇଆଇସି ଅଜୟ କୁମାର ଜେନା, ଅତାବିରା ବିଦ୍ୟୁତ ବିଭାଗୀୟ ଯନ୍ତ୍ରୀ ମନ୍ମଥ ଦାଶ ପ୍ରମୁଖ ଯୋଗଦେଇ ଉଦବୋଧନ ଦେଇଥିଲେ l ସମାଜରୁ ବିଭିନ୍ନ ଦୁରାରୋଗ୍ୟ କୁ ଜନସଚେତନତା କରି ଦୂର କରି ହେବ ତାହାକୁ ନେଇ ଚାରୋଟି ଗୀତିନାଟ୍ୟକୁ ଭିନ୍ନ ଭିନ୍ନ ସ୍କୁଲରୁ ଆସିଥିବା ଛାତ୍ରୀଛାତ୍ର ମାନେ ପରିବେଷଣ କରିଥିଲେ l ସେହିପରି 40 ପ୍ରକାରର ନୃତ୍ୟ ପ୍ରତିଯୋଗିତାରେ ନୃତ୍ୟଗୀତ ପରିବେଷଣ କରାଯାଇଥିଲା l
ନୃତ୍ୟ ପ୍ରତିଯୋଗିତାରେ ଜିଲ୍ଲା ଲାୟନ୍ସ କୋଡିନେଟର ଚରଂଜିତ କୌର ହୁରା, ମେଡିକାଲ ଅଫିସର ଲାୟନ୍ସ ଡ଼ଃ ସାଗରୀକା ରାଉତ, ଶିକ୍ଷକ ପ୍ରମୋଦ କୁମାର ଗଡତିଆ, ନୃତ୍ୟଗୁରୁ ସୁମନ୍ତ ସାହୁ, ରାଜେଶ ଭୋଇ ବିଚାରକ ଭାବେ ଦାୟିତ୍ୱ ବହନ କରିଥିଲେ l