ବରଗଡ଼ କ୍ରୀଷ୍ଣା ବିକାଶ ଗ୍ରୁପ୍ ଅଫ୍ ଇନ୍‌ଷ୍ଟିଚ୍ୟୁସନ୍ସରେ ୭୫ତମ ସାଧାରଣତନ୍ତ୍ର ଦିବସ ପାଳିତ, ପଦ୍ମଶ୍ରୀ ଭାଗବତ ପ୍ରଧାନ କଲେ ଜାତୀୟ ପତାକା ଉତ୍ତୋଳନ

0

ବରଗଡ଼,୨୬/୦୧(ସଂସ୍କୃତି ମିଡ଼ିଆ )-ବରାହଗୁଡ଼ାସ୍ଥିତ କ୍ରୀଷ୍ଣା ବିକାଶ ଶିକ୍ଷାନୁଷ୍ଠାନ ସମୂହରେ ୭୫ତମ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳିତ ହୋଇଯାଇଛି ।

ମୁଖ୍ୟ ଅତିଥୁ ପଦ୍ମଶ୍ରୀ ଭାଗବତ ପ୍ରଧାନ ଜାତୀୟ ପତାକା ଉତ୍ତୋଳନ କରି ନିଜର ସଂଘର୍ଷମୟ ଜୀବନର ସ୍ମୃତିକୁ ମନେପକାଇ ଗ୍ରାମ୍ୟ ଜୀବନର ଅବଲୁପ୍ତ ପ୍ରତିଭାକୁ ସମ୍ମାନ ଦେଇଥିବାରୁ ଚେୟାରମେନ୍ ଶ୍ରୀ ଡି.ମୂରଲୀ କ୍ରୀଷ୍ଣା ଓ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ । କ୍ରୀଷ୍ଣା ବିକାଶ ଗ୍ରୁପ୍‌ର ଚେୟାରମେନ୍ ଶ୍ରୀ ଡି.ମୂରଲୀ କ୍ରୀଷ୍ଣା ମୁଖ୍ୟ ଅତିଥି ପଦ୍ମଶ୍ରୀ ଭାଗବତ ପ୍ରଧାନଙ୍କୁ ମାନପତ୍ର ଓ ଉପଢୌକନରେ ସମ୍ମାନୀତ କରି ରାମାୟଣ ଓ ମହାଭାରତର କଥାବସ୍ତୁ ଅନୁସାରେ ସମୟ ଓ ପରିସ୍ଥିତି ସହିତ ନିଜକୁ ପରିବର୍ତନ କରିବାକୁ ଛାତ୍ରଛାତ୍ରୀମାନଙ୍କୁ ଉଦ୍‌ବୋଧନ ଦେଇଥିଲେ l ସର୍ବପ୍ରଥମେ ବିକାଶ ଆବାସିକ ବିଦ୍ୟାଳୟର କାର୍ଯ୍ୟକାରୀ ଅଧ୍ୟକ୍ଷ ଶ୍ରୀ ଶିଶିର ପ୍ରସାଦ ରାଉଳ ସ୍ଵାଗତ ଭାଷଣ ଦେବା ସହ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ । ଡାଇରେକ୍ଟର ଡ.ସମରେନ୍ଦ୍ର ନାଥ ପଣ୍ଡା ବିକଶିତ ଭାରତ ଓ ଆତ୍ମନିର୍ଭର ଭାରତ ଗଢ଼ିବା ପାଇଁ ହେଲେ ପ୍ରତ୍ୟେକ ଭାରତୀୟଙ୍କ ଯୋଗଦାନ ଅପରିହାର୍ଯ୍ୟ ଅଟେ ବୋଲି ମତପୋଷଣ କରିଥିଲେ । ବିଭିନ୍ନ ରାଜ୍ୟ ତଥା ଜିଲ୍ଲା ପ୍ରତିଯୋଗିତାରେ କୃତୀତ୍ଵ ହାସଲ କରିଥିବା ପ୍ରତିଯୋଗୀମାନଙ୍କୁ ଅତିଥିଗଣ ସମ୍ମାନିତ କରିଥିଲେ ।

କ୍ରୀଷ୍ଣା ବିକାଶ ଗ୍ରୁପ୍‌ର ଛାତ୍ରଛାତ୍ରୀମାନେ ମନୋଜ୍ଞ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବା ସହିତ ଚିତ୍ତାକର୍ଷକ ପ୍ୟାରେଡ୍‌ ପ୍ରଦର୍ଶନ କରିଥିଲେ । କ୍ରୀଷ୍ଣା ବିକାଶ ଆବାସିକ ବିଦ୍ୟାଳୟର ଚାରୋଟି ସଦନ ମଧ୍ୟରୁ ଗଙ୍ଗା ସଦନକୁ ଶ୍ରେଷ୍ଠ ସଦନ ଭାବରେ ଘୋଷଣା କରାଗଲା l ପରିଶେଷରେ ଆବାସିକ ବିଦ୍ୟାଳୟର ସିନିୟର ସେକେଣ୍ଡାରୀ ବିଭାଗର ଅଧ୍ୟକ୍ଷ ଶ୍ରୀ ଚିତରଞ୍ଜନ ପତି ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିକାଶ ଗୁପ୍‌ର ଟ୍ରଷ୍ଟି ଶ୍ରୀମତୀ ରାମ ତୁଳସୀ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ନାରାୟଣ ରଥ, ଆବାସିକ ବିଦ୍ୟାଳୟର ଉପାଧ୍ୟକ୍ଷ ଶ୍ରୀ ପ୍ରଦୀପ କୁମାର ସାହୁ, ହଷ୍ଟେଲ୍‌ ପାଷ୍ଟରାଲ୍ କେୟାର୍ ହେଡ୍ ଶ୍ରୀ ନେଜ୍‌ଲିନ୍‌ ଫୋନ୍‌ସେକା, ଶିକ୍ଷକ-ଶିକ୍ଷୟିତ୍ରୀ ତଥାଅ ନ୍ୟାନ୍ୟ କର୍ମକର୍ତ୍ତାଗଣ ଉପସ୍ଥିତ ଥିଲେ ।

(ପ୍ରସ୍ତୁତି ଯୁଧିଷ୍ଠିର ମହାପାତ୍ର )


Leave a Reply

Your email address will not be published. Required fields are marked *

error: Content is protected !!