ଭଟଲି ବ୍ଳକ୍ ସ୍ତରୀୟ ୭୫ତମ ସାଧାରଣତନ୍ତ୍ର ଦିବସ ପାଳିତ

0

ଭଟଲି, -ବ୍ଳକ୍ ସ୍ତରୀୟ ୭୫ତମ ସାଧାରଣତନ୍ତ୍ର ଦିବସ ଭଟଲି ରଥଦାଣ୍ଡ ପଡ଼ିଆ ଠାରେ ମହାସମାରୋହରେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବରଗଡ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ମାନିନୀ ଭୁଏ ଯୋଗ ଦେଇ ପତାକା ଉତ୍ତୋଳନ କରିଥିବା ବେଳେ ଭଟଲି ବ୍ଲକ୍ ଅଧ୍ୟକ୍ଷ ନିତ୍ୟାନନ୍ଦ ପ୍ରଧାନ, ଜାତୀୟ ଦିବସ ପାଳନ କମିଟିର ସଭାପତି ତଥା ଭଟଲି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭିକ୍ଟର ସୋରେଙ୍ଗ, ଭଟଲି ଥାନା ଅଧିକାରୀ ବିଭୁତି ଭୁଷଣ ଦଳେଇ ଓ ବିଇଓ ସରୋଜ ଭୁଏ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ । ମନୋଜ କୁମାର ରଥ ସଂଯୋଜନା କିରଥିବା ବେଳେ ପିଇଟି ଲୋକରାମ ପଧାନଙ୍କ ନେତୃତ୍ୱରେ ପ୍ୟାରେଡ ପରିଚାଳନା ହୋଇଥିଲା । ଏହି ଅବସରରେ ହୋଇଥିବା ପ୍ୟାରେଡ ପ୍ରତିଯୋଗିତାରେ ବିଭିନ୍ନ ବିଦଥାଳୟର ୧୬ ପ୍ଲାଟୁନ ପ୍ୟାରେଡ୍ ଭାଗ ନେଇଥିଲେ । ସଫଳ ଟସର ଚାଷୀ ସୂର୍ଯ୍ୟ କାନ୍ତି ବରିହା ଙ୍କୁ ଅର୍ଜୁନ ସାହୁ ସ୍ମୃତି ସମ୍ମାନ ୨୦୨୪ ତଥା ଗତ ଜାନୁୟାରୀ ୧୧ତାରିଖ ରାୟଗଡ଼ା ଠାରେ ଅନୁଷ୍ଠିତ ହୋଇଥିବା ଜାତୀୟ ସ୍ତରୀୟ ବ୍ୟାୟାମରେ ସ୍ବର୍ଣ୍ଣ ପଦକ ହାସଲ କରିଥିବା ମହେନ୍ଦ୍ର ମେହେରଙ୍କୁ ସମ୍ମାନୀତ କରାଯାଇଥିଲା। ସାଧାରଣତନ୍ତ୍ର ଦିବସ ପାଳନ ପରିପ୍ରେକ୍ଷୀରେ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ ଯୋଗ୍ୟ ବିବେଚିତ ହୋଇଥିବା ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ପରିଶେଷରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।


Leave a Reply

Your email address will not be published. Required fields are marked *

error: Content is protected !!