ବରଗଡ଼ କ୍ରୀଷ୍ଣା ବିକାଶ ଆବାସିକ ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ମେଳା ଅନୁଷ୍ଠିତ

ବରଗଡ଼,୨୮/୧( ସଂସ୍କୃତି ମିଡ଼ିଆ )-ବରଗଡ଼ ସ୍ଥିତ କ୍ରୀଷ୍ଣା ବିକାଶ ଆବାସିକ ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ମେଳା ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାଜ୍ୟର ବିଭିନ୍ନ ସ୍ଥାନରୁ ୩୦୦ରୁ ଉର୍ଦ୍ଧ୍ବ ପ୍ରାର୍ଥୀ ଯୋଗଦାନ କରି ଆନନ୍ଦ ଉତ୍ସାହର ସହିତ ଲିଖତ ଓ ମୌଖକ ପରୀକ୍ଷାରେ ଅଂଶଗ୍ରହଣ କରିଥିଲେ ।
ରାଜ୍ୟ ତଥା ରାଜ୍ୟ ବାହାରେ ଥିବା କ୍ରୀଷ୍ଣା ବିକାଶ ଗ୍ରୁପ୍ର ବିଭିନ୍ନ ଶାଖାମାନଙ୍କରେ ନିଯୁକ୍ତି ପାଇଁ ଏହି ନିଯୁକ୍ତି ମେଳା ଅନୁଷ୍ଠିତ ହୋଇଛି । କ୍ରୀଷ୍ଣା ବିକାଶ ଗ୍ରୁପ୍ର ଡାଇରେକ୍ଟର ଡ.ସମରେନ୍ଦ୍ର ନାଥ ପଣ୍ଡା, ଆବାସିକ ବିଦ୍ୟାଳୟର କାର୍ଯ୍ୟକାରୀ ଅଧ୍ୟକ୍ଷ ଶ୍ରୀ ଶିଶିର ପ୍ରସାଦ ରାଉଳ, ସିନିୟର୍ ସେକେଣ୍ଡାରୀ ଅଧ୍ୟକ୍ଷ ଶ୍ରୀ ଚିତରଞ୍ଜନ ପତି, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ନାରାୟଣ ରଥ, ଆବାସିକ ବିଦ୍ୟାଳୟର ଉପାଧ୍ୟକ୍ଷ ଶ୍ରୀ ପ୍ରଦୀପ କୁମାର ସାହୁ ଏବଂ ମାନବ ସମ୍ବଳ ବିଭାଗର ପ୍ରତ୍ୟକ୍ଷ ତତ୍ବାବଧାନରେ ଶିକ୍ଷକ- ଶିକ୍ଷୟିତ୍ରୀମାନଙ୍କ ସହଯୋଗରେ ଏହି ଚୟନ କାର୍ଯ୍ୟ ସଂପାଦିତ ହୋଇଥିଲା ।