ଖୁଣ୍ଟୁଲିପାଲି ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରର୧୭ତମ ବାର୍ଷିକୋତ୍ସବ

0

ଅତାବିରା ୨୯ । ୧( ସଂସ୍କୃତି ମିଡ଼ିଆ ) ବରଗଡ଼ ଜିଲ୍ଲା ଭେଡେନ ବ୍ଳକ ଡ଼ାଲବ ପଞ୍ଚାୟତ ଖୁଣ୍ଟୁଲିପାଲି ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରର ୧୭ତମ ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ଶିଶୁ ବିଦ୍ୟାମନ୍ଦିରର ପରିଚାଲନା କମିଟୀସଭାପତି ସୁରେନ୍ଦ୍ର ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ସ୍ୱାଗତ ଭାଷଣ ଓ ପରିଚୟ ପ୍ରଦାନ କରିଥିଲେ ସଂପାଦକ ତଥା ଉଦେପୁର ଗାଁଗୌନ୍ତିଆ ମଦନ ମୋହନ ଦାଶ l ମୁଖ୍ୟଅତିଥି ଭାବେ ଅତାବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରୀଆ, ମୁଖ୍ୟବକ୍ତା ଭେଡେନ ସଂକୁଲ ପ୍ରମୁଖ ଅଶ୍ୱିନୀ ଦାଶ, ସମ୍ମାନୀତ ଅତିଥି ମନୋଜ ସାହୁ, ପ୍ରଧାନ ଆଚାର୍ଯ୍ୟ ଭୋଜରାଜ ଦୁଆନ ପ୍ରମୁଖ ମଞ୍ଚାସୀନ ଥିଲେ l ବାର୍ଷିକ ବିବରଣୀ ପାଠ କରିଥିଲେ ପ୍ରଧାନ ଆଚାର୍ଯ୍ୟ ଭୋଜରାଜ ଦୁଆନ l ବିଧାୟିକା ଛୁରୀଆ ତାଙ୍କ ଭାଷଣରେ “ଶିଶୁର ପ୍ରଥମ ଗୁରୁ ହେଉଛି ମାଁ ଘର ହେଉଛି ସ୍କୁଲ, ମାଁ ହେଲେ ପାଠୁଇ ଦେଶ ଯିବ ଆଗେଇ ମାଁ ଚାହିଁଲେ ଘର ହେବ ସ୍ୱର୍ଗ ନ ହେଲେ ନର୍କ ବୋଲି କହିବା ସହ ଶିଶୁ ମନ୍ଦିରର ନବମ ଓ ଦଶମ ଶ୍ରେଣୀ କୋଠରୀ ନିର୍ମାଣ ପାଇଁ ୧୦ ଲକ୍ଷ ଟଙ୍କା ଅନୁଦାନ ଦେବା ପ୍ରତିଶୃତି ଦେଇଥିଲେ l ସେ ପୁଣି ତାଙ୍କ ବକ୍ତବ୍ୟରେ କହିଥିଲେ ଶିଶୁ ମନ୍ଦିରିର ବାଉଣ୍ଡୁରୀ ୱାଲ ନିର୍ମାଣ କରିବାକୁ ପ୍ରତିଶୃତି ଦେଇଥିଲେ l ଡ଼ାଲବ ପଞ୍ଚାୟତ ଅଧିନସ୍ଥ ବିଭିନ୍ନ ଗ୍ରାମ ରଉନ୍ନୟନ କାମ ନିର୍ମାଣ ପାଇଁ ଚଲିତ ବର୍ଷ ୧କୋଟି ଟଙ୍କା ଦେବା ବିଧାୟିକା ଛୁରିଆ ଘୋଷଣା କରିଥିଲେ l ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚିଲନା କରିଥିଲେ ଗୁରୁଜୀ ମୁନୁ ବଢ଼େଇ ଓ ଗୁରୁଜୀ ନିରଞ୍ଜନ ପର୍ଡିଆ l ଶିଶୁ ବିଦ୍ୟାମନ୍ଦିରର ବିଭିନ୍ନ କ୍ଷେତ୍ରରେ କୃତି ଅର୍ଜନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା l ଗୁରୁମା ପଦ୍ମିନୀ ଭୋଇ, ଜୋସ୍ପା ନାୟକ ଶିଶୁ ବାଟିକା ବିଭାଗ ଶ୍ରିଶୁମାନଙ୍କ ପ୍ରତିଭାମଞ୍ଚର ପରିବେଷଣ କରିଥିଲେ l ଦେଶ ଭଟିଲି ସରପଞ୍ଚ ତୋଷବନ୍ତ ସାହୁ ଓ ଡ଼ାଲବ ସରପଞ୍ଚ ରାଧେଶ୍ୟାମ ପୋଡ଼ଙ୍କୁ ଅନୁଷ୍ଠାନ ତରଫରୁ ବିଧାୟିକା ସମ୍ମାନିତ କରିଥିଲେ l ତୃତୀୟ ପଞ୍ଚମ ଶ୍ରେଣୀ ବୃତ୍ତିରେ କୃତିତ୍ୱ ହାସଲ କରିଥିବା ଛାତ୍ରୀଛାତ୍ରମାନଙ୍କୁ ମାନପତ୍ର ଟ୍ରଫି ଉପତୌକନ ଦେଇ ବିଧାୟକ ସ୍ନେହାଙ୍ଗିନୀ ଛୁରୀଆ ଶିଶୁ ମନ୍ଦିର ତରଫରୁ ପୁରସ୍କାର ପ୍ରଦାନ କରିଥିଲେ l ଶେଷରେ ମାତ୍ରୁ ଭାରତୀ ସଦସ୍ୟା ପ୍ରିତିମୟୀ ପୁରୋହିତ ଧନ୍ୟବାଦ ଅର୍ପଣ କରିଥିଲେ l ଶିଶୁ ମନ୍ଦିରର ସମସ୍ତ ଗୁରୁମା ଗୁରୁଜୀ ପରିଚାଳନା କମିଟୀଉପ ସଭାପତି ପ୍ରବୀଣ ସାହୁ, ଗଜାନନ ବନଛୁର, ବସୁଦେବ ପ୍ରଧାନ, ଏବଂ ଅଭିଭାବକ ଅଭିଭାବିକାମାନେ ସହଯୋଗ କରିଥିଲେ l ବାର୍ଷିକୋତ୍ସବ ଦେଖିବାପାଇଁ ଶତାଧିକ ମହିଳା, ପୁରୁଷ ଅଞ୍ଚଲିବାସୀ ତଥା ଦର୍ଶକଙ୍କ ଭିଡ଼ରେ ଶିଶୁ ମନ୍ଦିର ପରିସର ଲୋକାରଣ୍ୟ ହୋଇଯାଇଥିଲା l ( ରିପୋର୍ଟ -ହୃଷିକେଶ ଖମାରୀ )


Leave a Reply

Your email address will not be published. Required fields are marked *

error: Content is protected !!