ପାହାଡ଼ଶ୍ରିଗିଡା ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ପାଇଁ ଯଜ୍ଞାରମ୍ଭ ଅଙ୍କୁରାରୋପଣ ସହ ଭବ୍ୟ କଳସ ଶୋଭାଯାତ୍ରା

0

ସରଣ୍ଡା,28/1( ସଂସ୍କୃତି ମିଡ଼ିଆ )-ବରଗଡ଼ ଜିଲା ଅତାବିରା ବ୍ଲକ ଅନ୍ତର୍ଗତ ପାହାଡଶ୍ରିଗିଡା ଠାରେ ନବ ନିର୍ମିତ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ପାଇଁ ରବିବାର ଅଙ୍କୁରାରୋପଣ ସହ ଭବ୍ୟ କଳସ ଶୋଭାଯାତ୍ରା ପରେ ଯଜ୍ଞାରମ୍ଭ ଅନୁଷ୍ଠିତ ହୋଇଯାଇଛି l ରବିବାର ପୂର୍ବାହ୍ନରେ ପୂର୍ବ କାର୍ଯ୍ୟସୂଚୀ ଅନୁସାରେ ଯଂଜ୍ଞମଣ୍ଡପରେ କଳସ ପାଇଁ ସଂକଳ୍ପ ପୂଜାପାଠ କରାଯାଇଥିଲା l ପରେ ନିକଟସ୍ଥ ପୋଖରୀରୁ ପୂର୍ଣ୍ଣକଳସୀ ଧରି ଶତାଧିକ ମହିଳା ଏକ ଭବ୍ୟ ଶୋଭାଯାତ୍ରା ରେ ମଣ୍ଡପକୁ ଆସି ସ୍ଥାପନ କରିଥିଲେ l

କଳସ ଶୋଭାଯାତ୍ରାରେ ରେମତା ଗ୍ରାମର ମାଁ କାଳୀକା ଘଣ୍ଟାବାଦ୍ୟ, ପଦ୍ମପୁର ଚକାଖଲିଆ ଗ୍ରାମର ମାଁ ସମଲେଶ୍ୱରୀ ଘୁମୁରା ବାଦ୍ୟ ଏବଂ ଜଟଲାଶ୍ରୀଗୀଡା ଗ୍ରାମର ଗୋବିନ୍ଦ ଦୂଲଦୁଳି ସାଂସ୍କୃତିକ ଦଳ ଅଂଶ ଗ୍ରହଣ କରିଥିବା ବେଳେ ସନ୍ଧ୍ୟାରେ ବୁର୍ଦ୍ଦା ର ଶ୍ରୀ ଶ୍ରୀ କୃଷ୍ଣଗୁରୁ ମଣ୍ଡଳୀ, ଓ ରେମଣ୍ଡାର ଶ୍ରୀ ଶ୍ରୀ ଭଜନ କୃଷ୍ଣଗୁରୁ କଳା ପରିଷଦ ଭଜନ କୀର୍ତ୍ତନ୍ୟ ପରିବେଷଣ କରିଥିଲେ l

ପଣ୍ଡିତ ପିକେଶ ପୁରୋହିତ, ନିରଞ୍ଜନ ପାଣିଗ୍ରାହୀ, ଶୌରୀଶଙ୍କର ଶତପଥୀ, ସଚ୍ଚିଦାନନ୍ଦ ମିଶ୍ର ଓ ରବୀନ୍ଦ୍ର ନାଏକ ପୌରହିତ୍ୟ କରୁଥିବା ବେଳେ ପାହାଡଶ୍ରୀଗିଡା ଜମିଦାର ପୁରୁଷୋତ୍ତମ ସିଂହ ଓ ତାଙ୍କ ଧର୍ମପତ୍ନୀ ଭୁବନେଶ୍ୱରୀ ସିଂହ ମୁଖ୍ୟକର୍ତ୍ତା ଦାୟିତ୍ୱ ବହନ କରୁଛନ୍ତି l ଅନ୍ୟ ମାନଙ୍କ ମଧ୍ୟରେ ପଦ୍ମଲୋଚନ ପଣ୍ଡା ଓ ବାସନ୍ତୀ ପଣ୍ଡା, ଭୋଳାନାଥ ବାରିକ ଓ ସୌଦାମିନୀ ସାହୁ , ଶଚିଦାନନ୍ଦ ମେହେର ଓ ବୀଣାପାଣି ମେହେର, ରାମକୃଷ୍ଣ ସାହୁ ଓ ପ୍ରତିମା ସାହୁ, ସତ୍ୟନାରାୟଣ ଗୁପ୍ତା ଓ ସରସ୍ବତୀ ଗୁପ୍ତା, ସୁଧୀର କୁମାର ମେହେର ଓ ଝରଣା ମେହେର, ପରେଶ ଚନ୍ଦ୍ର ରଣା ଓ ସଂଘମିତ୍ରା ରଣା, ସୁରେନ୍ଦ୍ର ବାରିକ ଓ ବୀଣାପାଣି ବାରିକ, ଡୋଲେଶ୍ଵର କାଣ୍ଡ ଓ ଶିବାନୀ କାଣ୍ଡ ଏବଂ ଭୂପେଶ ଗୁପ୍ତା ଓ ପ୍ରିୟଦର୍ଶିନୀ ଗୁପ୍ତା ସପ୍ନତିକ ସହଯୋଗୀ କର୍ତ୍ତାକର୍ତ୍ତୀ ଭାବେ ଦାୟିତ୍ୱ ବହନ କରୁଛନ୍ତି l
ଏଥିରେ ଶତାଧିକ ଗ୍ରାମବାସୀଙ୍କ ସମେତ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା କମିଟିର ସଭାପତି ଜିତେନ୍ଦ୍ରୀୟ ମେହେର, ସାଧାରଣ ସମ୍ପାଦକ ରମାକାନ୍ତ ପ୍ରଧାନ, ସହ ସମ୍ପାଦକ ମିଳନ ସେଠ, ରବିକାନ୍ତ ପାତ୍ର, ଉପ ସଭାପତି ଅରବିନ୍ଦ ପାତ୍ର, ବୁଦ୍ଧଦେବ ନନ୍ଦ, ଦିଲିପ ଶର୍ମା, ରାମକୃଷ୍ଣ ସାହୁ, କୋଷାଧକ୍ଷ ପଦ୍ମଲୋଚନ ପଣ୍ଡା, ବୁଠି ସାହୁ, ଚିନ୍ତାମଣି ପଟେଲ ପ୍ରମୁଖ ସହଯୋଗ କରିଥିଲେ l ଏଠାରେ ସୂଚନା ଯୋଗ୍ୟ ଯେ ଏହି ମନ୍ଦିର ପ୍ରତିଷ୍ଠା ମହୋତ୍ସବ ରବିବାର ଯଂଜ୍ଞାରମ୍ଭ ସହ ଉଦଘାଟିତ ହୋଇଥିବା ବେଳେ ଆସନ୍ତା ଫେବୃଆରୀ 1 ତାରିଖ ପୁର୍ଣ୍ଣାହୁତି ସହ ଉଦଯାପିତ ହେବ l ପୁର୍ଣ୍ଣାହୁତି ପରେ ଜଗତର ନାଥ ଜଗନ୍ନଥଙ୍କୁ ନବ ନିର୍ମିତ ମନ୍ଦିରକୁ ପ୍ରବେଶ କରାଯିବାର କାର୍ଯ୍ୟକ୍ରମ ରହିଛି l ରବିବାର ଉଦ୍ଘାଟନୀ ଉତ୍ସବ ସହ ଭବ୍ୟ କଳସ ଶୋଭାଯାତ୍ରାରେ ବରଗଡ଼ ସାଂସଦ ସୁରେଶ ପୂଜାରୀ, ଅତାବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ, ପୂର୍ବତନ ଅତାବିରା ବିଧାୟକ ନିହାର ରଞ୍ଜନ ମହାନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ l ମନ୍ଦିରକୁ 1970 ମସିହାରେ ଜମିଦାର ପୁରୁଷୋତ୍ତମ ସିଂହ ଙ୍କ ପକ୍ଷରୁ ଜମି ଦାନ ପରେ ସ୍ବର୍ଗତ ଶଙ୍କର୍ଷଣ ଦାଶ ନିର୍ମାଣ କାରିଗର ଭାବେ କାର୍ଯ୍ୟ ଆରମ୍ଭ କରିଥିବା ବେଳେ ନୟାଗଡ ର କାରିଗର ପ୍ରମୋଦ ସ୍ୱାଇଁ ନିର୍ମାଣ ଶେଷ କରିଛନ୍ତି l ପାଖାପାଖି ୧ କୋଟି ଟଙ୍କା ବ୍ୟୟ ଅଟକଳ ରେ ନିର୍ମିତ ଏହି ମନ୍ଦିରଟି 55ଫୁଟ ଉଚ୍ଚ ଥିବା ବେଳେ 60*25 ପରିମିତ ଚଉଡା ଜମିରେ ମନ୍ଦିରଟି ଗଢି ଉଠିଛି l
କାର୍ଯ୍ୟକ୍ରମ (ତା.29/01/2024 ସୋମବାର )
ସକାଳ ୮ ଟାରୁ ଯଜ୍ଞପୂଜା ଆରମ୍ଭ, ମଣ୍ଡପଶାଲଗୃହ ବାସ୍ତୁ ସଂସ୍କାର, ଅଗ୍ନି ସ୍ଥାପନ, ଯୁପସ୍ନାନ, ଓ ମନ୍ଦିର ନୂତନ କଳସ, ଧ୍ୱଜା ଓ ବିଗ୍ରହମାନଙ୍କ ଧାନ୍ୟାଭିଷେକ ଏବଂ ବିଶ୍ଵକର୍ମାଙ୍କ ପୂଜକର୍ମକୁ ଶୁଭ l


Leave a Reply

Your email address will not be published. Required fields are marked *

error: Content is protected !!