ସମ୍ବଲପୁର ସାମ୍ବାଦିକ ଭବନ ଠାରେ ପଦ୍ମଶ୍ରୀ ସମ୍ମାନ ପାଇଁ ମନୋନୀତ ହୋଇଥିବା ବିନୋଦ ପଶାୟତଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ*

0

ସମ୍ବଲପୁର,୨୯/୦୧ (ସଂସ୍କୃତି ମିଡିଆ ) ସମ୍ବଲପୁର ସ୍ଥିତ ସାମ୍ବାଦିକ ଭବନଠାରେ ପଶ୍ଚିମ ଓଡ଼ିଶା ଦଳିତ ସୁରକ୍ଷା ପରିଷଦ ପକ୍ଷରୁ ମହାପ୍ରାଣ ଯୋଗେନ୍ଦ୍ରନାଥ ମଣ୍ଡଳଙ୍କର ୧୨୧ତମ ଜନ୍ମତିଥି ପାଳନ ଓ ପଦ୍ମଶ୍ରୀ ସମ୍ମାନ ପାଇଁ ମନୋନୀତ ହୋଇଥିବା ବିନୋଦ ପଶାୟତଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ପଶ୍ଚିମ ଓଡ଼ିଶା ଦଳିତ ସୁରକ୍ଷା ପରିଷଦର ଅଧ୍ୟକ୍ଷ ନିହାଲ ସିଂଙ୍କ ଅଧ୍ୟକ୍ଷତାରେ ଓ ଉପାଧ୍ୟକ୍ଷ ଶିବଶଙ୍କର ପଧାନଙ୍କ ପରିଚାଳନାରେ ଅନୁଷ୍ଠିତ ସଭାରେ ପଦ୍ମଶ୍ରୀ ଡକ୍ଟର ଜିତେନ୍ଦ୍ର ହରିପାଲ ମୁଖ୍ୟ ଅତିଥି , ସମ୍ମାନିତ ଅତିଥି ମୋତିଲାଳ ଦୋରା, ମହମ୍ମଦ ମୁସ୍ତିକିମ ,ଏମ ଆର ପ୍ରଶାନ୍ତ ପ୍ରମୁଖ ଉପସ୍ଥିତ ରହି ଯୋଗେନ୍ଦ୍ରନାଥ ମଣ୍ଡଳଙ୍କ ନୀତି ଆଦର୍ଶ ଓ ବିନୋଦ ପଶାୟତଙ୍କ ସମ୍ବଲପୁରୀ ଭାଷାରେ ଥିବା ରଚନା ଉପରେ ଆଳୋଚନା କରିଥିଲେ। ଏହି ଅବସରରେ ପଦ୍ମଶ୍ରୀ ସମ୍ମାନ ପାଇବାକୁ ମନୋନୀତ ହୋଇଥିବା ବିନୋଦ ପଶାୟତଙ୍କୁ ପଶ୍ଚିମ ଓଡ଼ିଶା ଦଳିତ ସୁରକ୍ଷା ପରିଷଦ ପକ୍ଷରୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ସୁଜିତ କୁମାର ନନ୍ଦ, ଅନୁସିୟା ସାମଲ, ଗୁଣରଞ୍ଜନ ସାଲିମା, ଦୟାନିଧି ବେହେରା, ସିଲସିଲା ବେହେରା, ଆର୍ତ୍ତତ୍ରାଣ ଚାନ୍ଦ, ପ୍ରଦୀପ କୁମ୍ଭାର ପ୍ରମୁଖ ଉପସ୍ଥିତ ଥିବା ବେଳେ ଉପମହାସଚିବ ଶେଖ୍ ଇନ୍ତେଖାପ୍ ଧନ୍ୟବାଦ ଅର୍ପଣ କରିଥିଲେ।


Leave a Reply

Your email address will not be published. Required fields are marked *

error: Content is protected !!