ଏଡ଼ସ ସଚେତନତା କାର୍ଯ୍ୟକ୍ର

0

ଅତାବିରା 30/1(ସଂସ୍କୃତି ମିଡ଼ିଆ ) ବରଗଡ଼ ଜିଲ୍ଲା ଅତାବିରା ଓ ଭେଡେନ ବ୍ଳକ ରେ ଏଡ଼ସ ରୋଗ ଉପରେ ସମ୍ବଲପୁର ଜିଲ୍ଲ ଏସଏନପିପିଟିସିଏସସି କ୍ୟାୟାର ଓ ସପୋଟ ସ୍ଵେଚ୍ଛାସେବୀ ନେଟ ୱାର୍କ ଅଫ୍ ପୋଜିଟିଫ୍ ପିପୁଲ ସମ୍ବଲପୁର ଆନୁକୂଲ୍ୟରେ ସଚେତନତା କରାଯାଉଛି | ଆଜି ଭେଡେନ ବ୍ଳକ ଦେଶ ଭଟିଲି ପଞ୍ଚାୟତ ଉଦେପୁର ଅଙ୍ଗନୱାଡ଼ି କେନ୍ଦ୍ର(୧) ପରିସରରେ ଜନସତେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ‘ଏହି ଅବସରରେ ଓ ଆରଡ଼ବ୍କୁ ସଂଜୟମଲ୍ଲିକ ରାମଚନ୍ଦ୍ର ଭୋଇ ଉେଦେପୁର ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରୀ ଜିତେଶ୍ଵରୀ ଭୋଇ ୱାର୍ଡମେମ୍ବର ନୀଳମଣି ବେହେରା ଆଶା ମୁକ୍ତା ଦନ୍ତା, ଅଙ୍ଗନୱାଡି କର୍ମୀ ରୀନା ଦନ୍ତା ଅଙ୍ଗନୱାଡ଼ି କାର୍ମୀ ଜୋତ୍ସାମୟୀ ଛୁରିଆ, ସାମ୍ବାଦିକ ହୃଷିକେଶ ଖମାରୀ ଅଙ୍ଗନୱାଡି ସହାୟିକା ସ୍ନେହଲତା ଝାଙ୍କର, ଅଚ୍ୟୁତ ଦନ୍ତା, ଗୌତମ ଦନ୍ତା, ସଂଜୟ ଦନ୍ତା, ଅଜୟ ଦନ୍ତା, ସମେତ ଯୁବକ ଯୁବତୀ ମହିଳା ପୁରୁଷମାନ ଯୋଗଦେଇଥିଲେ।

ସଂଜୟମଲ୍ଲିକ ଓ ରାମଚନ୍ଦ୍ର ଭୋଇ ଉପସ୍ଥିତ ଥିବା ସମସ୍ତଙ୍କୁ ଏଡ଼ସ ଉପରେ ମାର୍ଗଦର୍ଶନ କରି ସଚେତନତା କରିଥିଲେ। ସ୍ଵେଚ୍ଛାସେବୀ ସଂସ୍ଥାର ଅମରେନ୍ଦ୍ର ବେହେରାଙ୍କ ପ୍ରତେକ୍ଷ ତତ୍ତ୍ଵାବଧନାରେ ଅତାବିରା ବ୍ଳକ ଓ ଭେଡ଼େନ ବ୍ଲକ ଗ୍ରାମାଞ୍ଚଳ ଗୁଡ଼ିକରେ ସ୍ଵେଚ୍ଛାସେବୀମାନେ ଏଡ଼ସ ରୋଗ ଉପରେ ସଚେତନତା କରୁଥିବାରୁ ଅଞ୍ଚଳବାସୀ ଏଡ଼ସ ରୋଗ ଉପରେ ସଚେତନତ ହେଉଛନ୍ତି | (ଅତାବିରା ରୁ ହୃଷିକେଶ ଖମାରୀଙ୍କ ରିପୋର୍ଟ)


Leave a Reply

Your email address will not be published. Required fields are marked *

error: Content is protected !!