Skip to content
- ଭଟଲି,୩୧।୧(ନି.ପ୍ର): ଚାଷୀ ସର୍ବଦା ଶୋଷଣର ଶିକାର ହେଉଛି । କେତେବେଳେ ସରକାରଙ୍କ ଦ୍ଵାରା ତ ଆଉ କେତେବେଳେ ବେପାରୀଙ୍କ ଦ୍ଵାରା । କେତେବେଳେ ମିଲରଙ୍କ ଦ୍ଵାରା ତ ଆଉ କେତେବେଳେ ବୀମା କମ୍ପାନୀ ଦ୍ଵାରା । ତେବେ ଏହି ମର୍ମରେ ଭଟଲି ବ୍ଲକ୍ କୃଷକ ପରିବାର ବିଦ୍ୟୁତ୍ ବିଭାଗ ଦ୍ଵାରା ମଧ୍ୟ ଠକେଇର ଶିକାର ହୋଇଥିବା ଅଭିଯୋଗ ହୋଇଛି । ଏଥିପାଇଁ ବିଦ୍ୟୁତ୍ ବିଭାଗ ଅଧିକାରୀଙ୍କ କାର୍ଯ୍ୟାଳୟକୁ ଦଶା ଭୋଗିବାକୁ ପଡ଼ିଛି । ଉତ୍ୟକ୍ତ ଚାଷୀ ଏଥିପାଇଁ କାର୍ଯ୍ୟାଳୟରେ ଅଫିସରଙ୍କୁ ନଭେଟି ଅଫିସରେ ତାଲା ଦେଇଥିବା ଜଣାପଡ଼ିଛି । ପ୍ରକାଶ ଥାଉକି ଆଜି ଭଟଲି ବ୍ଲକ କୃଷକ ପରିବାର ଆଞ୍ଚଳିକ କୃଷକ ସଂଗଠନ ତରଫରୁ ଚାଷୀନେତା ରମେଶ ମହାପାତ୍ରଙ୍କ ନେତୃତ୍ୱରେ ଭଟଲି ବ୍ଲକର ନୂଆଁଗଡ ଗ୍ରାମର ୫ ଟି କ୍ଲଷ୍ଟରର ୨୬ଟି ଗଭୀର ନଳକୂପର ବିଦ୍ୟୁତ ବିଛିନ୍ନ କରାଯାଇଥିବାରୁ ତାର ପ୍ରତିବାଦରେ ଭଟଲି ବ୍ଲକର ଭିଭିନ୍ନ ଗ୍ରାମରୁ ଶତାଧିକ ଚାଷୀ ଆସି ଭଟଲି ସ୍ଥିତ ବିଦ୍ୟୁତ କାର୍ଯ୍ୟାଳୟ (ଟାଟା ପାୱାର) ଠାରେ ପ୍ରତିବାଦ ଜଣାଇଥିଲେ । ହେଲେ ଚାଷୀଙ୍କ ପ୍ରତିବାଦ ଜଣାଇ ଆସିବାର ଆଗୁଆ ଖବର ପାଇ ବିଦ୍ୟୁତ ବିଭାଗର ଉପଖଣ୍ଡ ଅଧିକାରୀ ନିଜ କାର୍ଯ୍ୟାଳୟକୁ ଆସିନଥିଲେ । ତେଣୁକରି ଉତ୍ୟକ୍ତ ଚାଷୀମାନେ ବିଦ୍ୟୁତ କାର୍ଯ୍ୟାଳୟକୁ ତାଲାମାରିଲେ ଏବଂ ପ୍ରତ୍ୟେକ ଗ୍ରାମରୁ ଶତାଧିକ ଚାଷୀ ଆସି ଆନ୍ଦୋଳନକୁ ଆଗାମୀ ଦିନରେ ଦୁର୍ବାର କରିବାକୁ କୃଷକ ପରିବାର ଆଞ୍ଚଳିକ କୃଷକ ସଂଗଠନ ତରଫରୁ ଚେତାବନୀ ଦେଇଥିଲେ । ଘଟଣା ସ୍ଥଳରେ ସ୍ଥାନୀୟ ଥାନା ଅଧିକାରୀ ବିଭୂତି ଭୂଷଣ ଦଳେଇ ପହଞ୍ଚି ବିଭାଗୀୟ ଅଧିକାରୀଙ୍କ ସହିତ ଫୋନ୍ ଯୋଗେ କଥାବାର୍ତ୍ତା କରିଥିଲେ । ମାତ୍ର ବିଭାଗୀୟ ଅଧିକାରୀ ଚାଷୀଙ୍କ ବକେୟା ବିଲ ଛାଡ କରି ପାରିବୁ ନାହିଁ ଏବଂ ଯେ ପର୍ଯ୍ୟନ୍ତ ତାହା ଜମା ନ ଦେବେ ସେ ପର୍ଯ୍ୟନ୍ତ ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ କରାଯିବା ପାଇଁ ଉପରୁ ନିର୍ଦ୍ଦେଶ ରହିଥିବା ପ୍ରକାଶ କରିଥିଲେ ।
error: Content is protected !!