Deprecated: Optional parameter $options declared before required parameter $messages is implicitly treated as a required parameter in /home/sanskrit/public_html/wp-content/plugins/wp-registration/inc/classes/class.settings.php on line 121

Deprecated: Optional parameter $value declared before required parameter $field_index is implicitly treated as a required parameter in /home/sanskrit/public_html/wp-content/plugins/wp-registration/inc/classes/class.field.php on line 279
ନଲିଚୁଆଁ ହତ୍ୟାକାଣ୍ଡର ସିନ୍ ରିକ୍ରିଏସନ୍  – Sanskriti Media
Deprecated: strpos(): Passing null to parameter #1 ($haystack) of type string is deprecated in /home/sanskrit/public_html/wp-content/plugins/latest-posts-block-lite/src/fonts.php on line 50

Deprecated: strpos(): Passing null to parameter #1 ($haystack) of type string is deprecated in /home/sanskrit/public_html/wp-content/plugins/magic-content-box-lite/src/fonts.php on line 50

ନଲିଚୁଆଁ ହତ୍ୟାକାଣ୍ଡର ସିନ୍ ରିକ୍ରିଏସନ୍ 

0

ଭଟଲି,୩୧।୧: ଗତ ଜାନୁଆରୀ ୨୩ ତାରିଖରେ ନଲିଚୁଆଁ ଗ୍ରାମରେ ସ୍ପଷ୍ଟ ଦିବାଲୋକରେ ଏକ ବିଭତ୍ସକର ହତ୍ୟାକାଣ୍ଡ ଘଟିଥିଲା । ଆଜି ନିୟମ ଅନୁଯାୟୀ ଘଟଣାର ଅଧିକ ତଦନ୍ତ ପାଇଁ ଅଭିଯୁକ୍ତଙ୍କୁ ଘଟଣା ସ୍ଥଳକୁ ନେଇ ଏକ ପ୍ଲାଷ୍ଟିକ କଣ୍ଢେଇ ସାହାଯ୍ୟରେ ସେଦିନ ଘଟିଥିବା ହତ୍ୟାକାଣ୍ଡର ସିନ୍ ରିକ୍ରିଏସନ୍ କରାଯାଇଥିଲା। ଅଭିଯୁକ୍ତ କିପରି ସେଦିନ ବିଜୟକୁ ହତ୍ୟା କରିଥିଲା ତାହା ନିଜେ ଦର୍ଶାଇଥିଲା। ପ୍ରକାଶ ଥାଉକି ଭଟଲି ବ୍ଲକ୍ ଅନ୍ତର୍ଗତ ନଲିଚୁଆଁ ଗ୍ରାମର ଏକ ବିଲ ମଝିରେ ୩୫ ବର୍ଷିୟ ବିଜୟ ଖଡିଆଙ୍କ ମୃତ ଦେଖିବାକୁ ମିଲିଥିଲା । ବିଜୟର ମୃତ ଦେହ ଦେଖି ଗାଁ ଲୋକେ ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପୋଲିସ ଓ ସାଇଣ୍ଟିଫିକ୍ ଦଳ ପହଞ୍ଚି ଏହି ଅମାନୁଷିକ ହତ୍ୟାକାଣ୍ଡର ତଦନ୍ତ ଆରମ୍ଭ କରିଥିଲେ । ଛାନ୍ ଭିନ ପରେ ଏକ ଧାରୁଆ ଟାଙ୍ଗିଆରେ ହତ୍ୟା କରିଥିବା ଅଭିଯୁକ୍ତ ପିଣ୍ଟୁ ଖଡିଆ ପୋଲିସ ଆଗରେ ଦୋଷ ସ୍ବୀକାର କରିଥିଲା। କୌଣସି କାରଣ ବଶତଃ ଉତ୍ୟକ୍ତ ହୋଇ ପିଣ୍ଟୁ ଏକ ଧାରୁଆ ଟାଙ୍ଗିଆରେ ବିଜୟକୁ ପଛପଟୁ ବେକରେ ଅତର୍କିତ ଆକ୍ରମଣ କରିଥିଲା। ଘଟଣା ସ୍ଥଳରେ ହିଁ ତାର ମୃତ୍ୟୁ ଘଟିଥିଲା। ଅଭିଯୁକ୍ତ ଓ ମୃତକ ଦୁହେଁ ସମ୍ପର୍କ ରେ କାକା ପୁତୁରା । ଏହି ବାବଦରେ ଭଟଲି ଥାନା କେଶ ନମ୍ବର ୧୮ ଆଇଆଇସି ଧାରା ୩୦୨ ଅନୁଯାୟୀ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଥିଲା। ତେବେ ଆଜି ରିକ୍ରିଏସନ୍ ପରେ ଅଭିଯୁକ୍ତଙ୍କୁ ପୁଣିଥରେ ପୋଲିସ ଜେଲ ହାଜତକୁ ପଠାଇ ଦେଇଛି ।


Leave a Reply

Your email address will not be published. Required fields are marked *

error: Content is protected !!