ରାଜ୍ୟର ଅତିରିକ୍ତ ଏସ୍ପି ସ୍ତରରେ ଅଦଳବଦଳ

ଭୁବନେଶ୍ୱର,୩୧।୧:( ସଂସ୍କୃତି ମିଡ଼ିଆ )- ରାଜ୍ୟରେ ଅତିରିକ୍ତ ଏସ୍ପି ସ୍ତରରେ ବୁଧବାର ଛୋଟ ଧରଣର ଅଦଳବଦଳ ହୋଇଛି। ସୀମା ରେଖା ପଣ୍ଡାଙ୍କୁ ବଡଗଡରୁ ଆଇୟୁସିଏଡବ୍ଲ୍ୟୁରୁ ବିଜୁ ପଟ୍ଟନାୟକ ଷ୍ଟେଟ୍ ପୋଲିସ ଏକାଡେମୀ, ପାରାଦୀପ ମୁଖ୍ୟାଳୟ ଅତିରିକ୍ତ ଏସ୍ପି ଅମରେନ୍ଦ୍ର ପଣ୍ଡାଙ୍କୁ ଜଗତସିଂହପୁର ଆଇୟୁସିଏଡବ୍ଲ୍ୟୁକୁ ବଦଳି କରାଯାଇଛି। ସେହିପରି ହେମନ୍ତ କୁମାର ପାଢ଼ୀଙ୍କୁ ସୋନପୁରରୁ ବଲାଙ୍ଗୀର, ସୁରେଶ କୁମାର ନାୟକଙ୍କୁ ବଲାଙ୍ଗୀରରୁ ବଡ଼ଗଡ଼ ଆଇୟୁସିଏଡବ୍ଲ୍ୟୁ ଏବଂ କମିଶନରେଟ୍ ପୋଲିସରେ ଅତିରିକ୍ତ ଡିସିପି ଥିବା ସଞ୍ଜୀବ କୁମାର ସତପଥୀଙ୍କୁ ଭୁବନେଶ୍ୱର ସିକ୍ୟୁରିଟି ୱିଙ୍ଗ୍ ଅତିରିକ୍ତ ଏସ୍ପି ଭାବେ ଦାୟିତ୍ୱ ଦିଆଯାଇଛି।