ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା

0

  • ସମ୍ବଲପୁର,.୦୧/୦୨(ସଂସ୍କୃତି ମିଡିଆ) ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ାକ୍ତର ପୂର୍ଣ୍ଣଚନ୍ଦ୍ର ସାହୁ ଗତକାଲି ବୁଧବାର ଅବସର ଗ୍ରହଣ କରିଛନ୍ତି | ତାଙ୍କର ଅବସର ଗ୍ରହଣ ଉପଲକ୍ଷେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଅଧିକାରୀମାନଙ୍କ ଦ୍ବାରା ଏକ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି | ଏହି କାର୍ଯ୍ୟକ୍ରମରେ ସେକ୍ସନ ଅଫିସର ପ୍ରମୋଦ କୁମାର ସେଠ୍, ଡକ୍ଚର ଅମର ତାଣ୍ଡିଆ, ପ୍ରଶାନ୍ତ କୁମାର ମିଶ୍ର, ସଂଜିତ ମାଝୀ, ସୁକଦେବ ଦେଓ୍ବାଙ୍ଗନ, କିଶୋର ଓରାମ ପ୍ରମୁଖ ଉପସ୍ଥିତ ରହି ତାଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଦେଇଛନ୍ତି। ତେବେ ଏହା ସହ ଡାକ୍ତର ସାହୁଙ୍କର ଅବସର ଜୀବନ ସୁଖମୟ ହେଉ ବୋଲି ସମସ୍ତେ କାମନା କରିଛନ୍ତି | ତାଙ୍କର କାର୍ଯ୍ୟକାଳ ଭିତରେ ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅନେକ ଉନ୍ନତି ମୂଳକ କାର୍ଯ୍ୟ କରାଯାଇଥିବାରୁ କର୍ମଚାରୀମାନେ ମଧ୍ୟ ସେସବୁକୁ ମନେ ପକାଇଥିଲେ ।


Leave a Reply

Your email address will not be published. Required fields are marked *

error: Content is protected !!