ପାହାଡ଼ଶ୍ରିଗିଡା ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ପାଇଁ ସହଯୋଗର ହାତ ବଡେ଼ଇଲେ ସମାଜସେବୀ ଫକୀର କର୍ଣ୍ଣ 

0

ସରଣ୍ଡା,1/2(ସଂସ୍କୃତି ମିଡ଼ିଆ )-ବରଗଡ଼ ଜିଲା ଅତାବିରା ବ୍ଲକ ଅନ୍ତର୍ଗତ ପାହାଡଶ୍ରିଗିଡା ଠାରେ ନବ ନିର୍ମିତ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ପାଇଁ ରବିବାର ଆରମ୍ଭ ହୋଇ ଗୁରୁବାର ଉଦଯାପିତ ହୋଇଯାଇଛି l ଏହି ଅବସରରେ ପ୍ରତ୍ୟୁହ ପୂଜା ପାଠ ହୋମ ଯଜ୍ଞ ସହିତ ସନ୍ଧ୍ୟାରେ ବିଭିନ୍ନ ଗ୍ରାମର କୃଷ୍ଣଗୁରୁ ଭଜନ କୀର୍ତ୍ତନ ପରିବେଷଣ କରିଥିବା ବେଳେ ରାତ୍ରିରେ ଜଗନ୍ନାଥ ମହୋତ୍ସବରେ ଅତିଥି ଓ ବଦାନ୍ୟ ବ୍ୟକ୍ତି ବିଶେଷ ଅଂଶଗ୍ରହଣ କରି ଥିଲେ l ଏହି କ୍ରମରେ ସୋମବାର ରାତ୍ରିରେ କମିଟିର ସଭାପତି ତଥା ପୂର୍ବତନ ବ୍ଲକ ଅଧ୍ୟକ୍ଷ ଜିତେନ୍ଦ୍ରୀୟ ମେହେରଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଉତ୍ସବରେ ଅତାବିରା ତହସିଲଦାର ରାଜ କିଶୋର ସାହୁ, ଅତାବିରା ଅଞ୍ଚଳର ସମାଜସେବୀ ତଥା ମାହେଶ୍ୱରୀ ଗ୍ରୁପ ଅଫ ଇନଷ୍ଟିଚ୍ୟୁସନର ଚେୟାରମ୍ୟାନ ଫକୀର କର୍ଣ୍ଣ ଓ ଡାଇରେକ୍ଟ ସନ୍ତୋଷିନୀ କର୍ଣ୍ଣ ଅତିଥିଭାବେ ଯୋଗ ଦେଇଥିଲେ l ସମାଜସେବୀ ଫକୀର କର୍ଣ୍ଣ ପାହାଡ଼ଶ୍ରୀଗିଡା ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟ ସକାଶେ ୧ ଲକ୍ଷ ଟଙ୍କା ସହଯୋଗ ପ୍ରଦାନ କରିଥିଲେ l ଶେଷରେ କମିଟିର ଉପ ସଭାପତି ଅରବିନ୍ଦ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ l ଏଥିରେ ଅନ୍ୟମାନଙ୍କ ମଧ୍ୟରେ କମିଟିର ରମାକାନ୍ତ ପ୍ରଧାନ, ରାମକୃଷ୍ଣ ସାହୁ ପ୍ରମୁଖ ଉପସ୍ଥିତ ଥିଲେ l ମନ୍ଦିର ପ୍ରତିଷ୍ଠା ପାଇଁ ପ୍ରବଳ ଜନସମାଗମ ହୋଇଥିଲା l


Leave a Reply

Your email address will not be published. Required fields are marked *

error: Content is protected !!