ଭଟଲି ବ୍ଲକକୁ ୧୫ଟି ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର

ଭଟଲି, ୧/୨(ସଂସ୍କୃତି ମିଡ଼ିଆ )- ରାଜ୍ୟ ସରକାରଙ୍କ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର କାର୍ଯ୍ୟକ୍ରମରେ ଭଟଲି ବ୍ଲକକୁ ୧୫ଟି ପୁରସ୍କାର ମିଳିଛି। କମଗାଁ ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ନୈନା ପଧାନ,ରୂପାଲି ଖମାରୀ,ସ୍ବଂୟଶ୍ରୀ ଆଚାର୍ଯ୍ଯ ଓ ମା ଚୌରାଶି ଉଚ୍ଚ ବିଦ୍ୟାଳୟର ଛାତ୍ରୀ ହେମକାନ୍ତୀ ସାହୁଙ୍କୁ ଶ୍ରେଷ୍ଠ ଛାତ୍ରୀ ପୁରସ୍କାର, ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ନାରଙ୍ଗପୁର, ମୁଲବାର ,ସରକାରୀ ପ୍ରାଥମିକ ବିଦ୍ୟାଳୟ ଜଡାମୁଣ୍ଡା ଓ ଗୋପାଳପୁର ଆଶ୍ରମ ସ୍କୁଲକୁ ବିଦ୍ୟାଳୟ ପୁରସ୍କାର ଓ ପ୍ରଶାନ୍ତ ବନଛୋର, କୈଳାଶ ଭୁଏ,ପ୍ରମୋଦ ଜେନା ଓ ଉଚ୍ଛବ ଭୁଏଙ୍କୁ ପ୍ରଧାନଶିକ୍ଷକ ପୁରସ୍କାର ଏଥି ସହିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଟୁକୁର୍ଲାକୁ ଶ୍ରେଷ୍ଠ ଆଲୁମିନି ପୁରସ୍କାର,ନାରଙ୍ଗପୁର ସିଆରସିସି ଗଜରାଜ ଗଡତିଆଙ୍କୁ ସିଆରସିସି ପୁରସ୍କାର ତଥା ନୂଆଁଗଡ ଗ୍ରାମ ପଞ୍ଚାୟତକୁ ଶ୍ରେଷ୍ଠ ଗ୍ରାମ ପଞ୍ଚାୟତ ପୁରସ୍କାର ମିଳିଛି।
ମାନ୍ଯବର ମୁଖ୍ୟମନ୍ତ୍ରୀ ଏମାନଙ୍କୁ କଳିଙ୍ଗ ଷ୍ଟାଡିୟମ ଠାରେ ପୁରସ୍କୃତ କରିଛନ୍ତି।ଏ ଅବସରରେ ବିଇଓ ସରୋଜ କୁମାର ଭୁଏ ସମସ୍ତ ଶିକ୍ଷକ,ଶିକ୍ଷୟିତ୍ରୀ,ଅଭିଭାବକ,ଅଭିଭାବିକା ,ଛାତ୍ରଛାତ୍ରୀ ତଥା ଗ୍ରାମ ବାସୀ ଓ ଅଞ୍ଚଳବାସୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି।