ସରପଞ୍ଚଙ୍କୁ ସରକାର ଦେଲେ ବଡ ଅଧିକାର,ରାଷ୍ଟ୍ରୀୟ ଗ୍ରାମପ୍ରଧାନ ସରପଞ୍ଚ ସଂଗଠନର କୃତଜ୍ଞତା

0

ସମ୍ବଲପୁର:ତା.୦୪/୦୨ (ସଂସ୍କୃତି ମିଡିଆ) ରାଜ୍ୟ ସରପଞ୍ଚ ମହାସଂଘର ୧୫ ଦଫା ଦାବି ମଧ୍ୟରୁ ସରକାର ମୁଖ୍ୟ ଦାବିକୁ ମାନିନେଇ ପଞ୍ଚାୟତର ପ୍ରତି ଫାଇଲରେ ବିଡିଓଙ୍କ କାଉଣ୍ଟର ସାଇନ ରହିବାକୁ ସରକାର ପୁନଃ ବିଚାରକରି ଏହି କାଉଣ୍ଟର ସାଇନ ବ୍ୟବସ୍ଥାକୁ ହଟାଇବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିନେଇ ପଞ୍ଚାୟତ ବିଭାଗରୁ ବିଜ୍ଞପ୍ତି ପ୍ରକାଶ ପାଇଛି।ପଞ୍ଚାୟତ ଟଙ୍କା ଉଠାଣରେ ବିଡିଓଙ୍କ କୌଣସି କାଉଣ୍ଟର ସାଇନର ଆବଶ୍ୟକତା ନଥିବା ବେଳେ ସିଏଫସି ଓ ଏସଏଫସି ଅଧିନରେ ଆସୁଥିବା ପ୍ରକଳ୍ପ ପାଇଁ ଟଙ୍କା ଉଠାଣ ପାଇଁ ବିଡିଓଙ୍କ କାଉଣ୍ଟର ସାଇନ ରହିବ ବୋଲି ସରକାରଙ୍କ ୨୦୨୦ରେ ଜାରି କରାଯାଇଥିବା ନୂଆ ନିର୍ଦ୍ଦେଶନାମା ଦ୍ୱାରା ଏକ ପ୍ରକାର ସରପଞ୍ଚମାନଙ୍କ କ୍ଷମତାକୁ ସଙ୍କୁଚିତ କରାଯାଇଥିଲା। ବର୍ତ୍ତମାନ ନିର୍ବାଚନକୁ ଆଖି ଆଗରେ ରଖି ଓ ସରପଞ୍ଚମାନଙ୍କ ମୁଖ୍ୟ ଦାବି ଉପରେ ବିଚାରକରି ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗର ପ୍ରମୂଖ ଶାସନ ସଚିବ ଶନିବାର ଏ ନେଇ ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି।ଏହି କାଉଣ୍ଟର ସାଇନ ନିୟମାବଳୀକୁ ପ୍ରତ୍ୟାହାର କରାଯାଇଥିବା ନେଇ ଚିଠିରେ ଦର୍ଶାଯାଇଛି। ବିଳମ୍ଭରେ ହେଲେ ମଧ୍ୟ ସରକାର ଏହି ମୁଖ୍ୟ ଦାବିକୁ ଗ୍ରହଣ କରି ସରପଞ୍ଚମାନଙ୍କୁ ନିଜର ସ୍ୱାଧିନତା ଓ ଦାୟିତ୍ୱବୋଧକୁ ସମ୍ମାନ ଜଣାଇ କାଉଣ୍ଟର ସାଇନକୁ ପ୍ରତ୍ୟାହାର କରିଥିବା ନିଷ୍ପତ୍ତିକୁ ରାଷ୍ଟ୍ରୀୟ ଗ୍ରାମପଧାନ/ସରପଞ୍ଚ ସଂଗଠନ ସ୍ୱାଗତ କରିବା ସହିତ ଅନ୍ୟ ଦାବି ଉପରେ ସରକାର ପୁନଃବିଚାର କରିବେ ବୋଲି ସଂଗଠନର ରାଜ୍ୟ ସଭାପତି ରବି ରଥ ଓ ସଂପାଦକ ଡା.ରାଜାରାମ ଷଡଙ୍ଗୀ ସରକାରଙ୍କଠାରେ ପୁନଃ ଦାବି ଜଣାଇଛନ୍ତି।


Leave a Reply

Your email address will not be published. Required fields are marked *

error: Content is protected !!